ଏଟିଏମ୍‌ରୁ ଝାମ୍ପିନେଇଥିଲେ ପର୍ସ: ଜଣଙ୍କୁ ଧରିଲା ପୋଲିସ

ଭୁବନେଶ୍ୱର,୧୬।୭(ବ୍ୟୁରୋ): ଭୁବନେଶ୍ବର ଚନ୍ଦ୍ରଶେଖରପୁର ଅଞ୍ଚଳର ଏଟିଏମ୍‌ ଭିତରୁ ମହିଳାଙ୍କଠାରୁ ଭ୍ୟାନିଟି ବ୍ୟାଗ ଛଡ଼ାଇ ନେବା ଘଟଣାରେ ନୟାପଲ୍ଲୀ ପୋଲିସ ଜଣଙ୍କୁ ଗିରଫ କରିଛି।
ସୂଚନାଯୋଗ୍ୟ, କିଛିଦିନ ତଳେ ନୀଳାଦ୍ରି ବିହାରର ଏକ ଏଟିଏମରୁ ଦୁଇ ଜଣ ଯୁବତୀ ଟଙ୍କା ଉଠାଉ ଥିବାବେଳେ ଦୁର୍ବୃତ୍ତ ଜଣଙ୍କ ବ୍ୟାଗ ଝାମ୍ପି ନେଇଥିଲେ । ଉକ୍ତ ବ୍ୟାଗରେ ୪୦ ହଜାର ଟଙ୍କା ଥିବାର ଅଭିଯୋଗ ହୋଇଥିଲା। ମାମଲାରେ ଜଣେ ଗିରଫ କରାଯାଇଥିବା ବେଳେ ଆଉ ଜଣେ ଫେରାର ଅଛନ୍ତି।