ସ୍ବାୟତ୍ତ ଶାସନ ଦିବସ: ସହରରେ କାର୍ଯ୍ୟକ୍ଷମ ହେଲା ୧୧୦ସିସି କ୍ୟାମେରା

ପୁରୁଷୋତ୍ତମପୁର ୩୧।୮(ସୀମାଞ୍ଚଳ ମିଶ୍ର): ଗଞ୍ଜାମ ଜିଲା ପୁରୁଷୋତ୍ତମପୁର ଏନ୍‌ଏସି ପକ୍ଷରୁ ସ୍ବାୟତ୍ତ ଶାସନ ଦିବସ ମହାସମାରୋହରେ ପାଳିତ ହୋଇଯାଇଛି। ଅଧ୍ୟକ୍ଷା ପ୍ରିୟଙ୍କା ଗୌଡ଼ଙ୍କ ପୌରୋହିତ୍ୟର କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା। ଏହି ଅବସରରେ ପ୍ରଥମେ ଏନ୍‌ଏସି କାର୍ଯ୍ୟାଳୟ ପରିସରରେ ପତାକା ଉତ୍ତୋଳନ କରାଯାଇଥିଲା । ଏଥିରେ ମୁଖ୍ୟ ଅତିଥି ଭାବେ ଖଲ୍ଲିକୋଟ ବିଧାୟିକ ସୂର୍ଯ୍ୟମଣି ବୈଦ୍ୟ, ଗଞ୍ଜାମ ଜିଲାପାଳ ଦିବ୍ୟଜୋତି ପରିଡ଼ା ଯୋଗଦେଇ ବିଭିନ୍ନ ଉନ୍ନୟନମୂଳକ କାର୍ଯ୍ୟର ଶୁଭାରମ୍ଭ କରିଥିଲେ।

ବିଶେଷ କରି ଅପରାଧୀଙ୍କୁ ସାବାଡ କରି ସେମାନଙ୍କୁ ଠାବ କରିବା ଏବଂ ଟ୍ରାଫିକ ନିୟମ ଉଲ୍ଲଂଘନକାରୀଙ୍କୁ ଚିହ୍ନଟ ଲାଗି ସହରର କନକାଠାରୁ କୁମାରୀ ପର୍ଯନ୍ତ ଲଗାଯାଇଥିବା ୧୧୦ଟି ସିସି କ୍ୟାମେରାକୁ କାର୍ଯ୍ୟକାରୀ କରାଯାଇଥିଲା। ଗଞ୍ଜାମ ଜିଲାରେ ପ୍ରଥମ କରି ପୁରୁଷୋତ୍ତମପୁର କାଳୀମନ୍ଦିର ଛକଠାରେ, ଶହେ ଫୁଟ ଉଚ୍ଚତାରେ ଏକ ବିରାଟ ଜାତୀୟ ପତାକା ଲଗାଯାଇଥିଲା। ଏହାସହ ମିଶନଶକ୍ତି କାଫେ ଆଦି ବହୁ ଉନ୍ନୟନମୂଳକ କାର୍ଯ୍ୟର ଉଦ୍‌ଘାଟନ କରାଯାଇଥିଲା। ଏହି ଅବସରେ ଗଣମାଧ୍ୟମ ପ୍ରତିନିଧି, ବରିଷ୍ଠ ନାଗରିକ, ମିଶନ ଶକ୍ତି ଏବଂ ଛାତ୍ରୀଛାତ୍ରଙ୍କୁ ସମ୍ମାନିତ କରିବା ସହ ବିଭିନ୍ନ ସାଂସ୍କୃତିକ କାର୍ଯ୍ୟକ୍ରମ କରାଯାଇଥିଲା।

ଏହି ଅବସରରେ କେତେଜଣ କାଉନସିଲର ତାଙ୍କୁ ଏନ୍‌ଏସି ପକ୍ଷରୁ ଅଣଦେଖା କରାଯାଉଥିବା ଅଭିଯୋଗ କରି ମଞ୍ଚ ଉପରକୁ ଯିବା ପରିବର୍ତ୍ତେ ତଳେ ବସି ପ୍ରତିବାଦ କରି ସଭାଛାଡି ଚାଲିଯାଇଥିଲେ। ଅଣଦେଖା କରାଯାଉଥିବା ଅଭିଯୋଗ କରି ମଞ୍ଚ ଉପରକୁ ଯିବା ପରିବର୍ତ୍ତେ ତଳେ ବସି ପ୍ରତିବାଦ କରି ସଭାଛାଡି ଚାଲିଯାଇଥିଲେ।