ପୁରୁଷୋତ୍ତମପୁର, ୨୭।୩(ଡି.ଏନ୍.ଏ.): ଗଞ୍ଜାମ ଜିଲା ପୁରୁଷୋତ୍ତମପୁର ଓକିଲ ସଂଘ ନିର୍ବାଚନ ନିର୍ବାଚନ ଅଧିକାରୀ ରବୀନ୍ଦ୍ର ବେହେରାଙ୍କ ତତ୍ତ୍ୱାବଧାନରେ ଶନିବାର ଶେଷ ହୋଇଛି। ସମସ୍ତ ପ୍ରାର୍ଥି ନିର୍ଦ୍ୱନ୍ଦ୍ୱରେ ନିର୍ବାଚିତ ହୋଇଥିବା ଆନୁଷ୍ଠାନିକ ଭାବେ ଘୋଷଣା ହୋଇଛି। ଏଥିରେ ସଭାପତି ଭାବେ କେଦାରନାଥ ପଟ୍ଟନାୟକ, ଉପ ସଭାପତି ଭାବେ ସୀମାଞ୍ଚଳ ସେଠୀ, ସମ୍ପାଦକ ଭାବେ ପ୍ରକାଶ ଚନ୍ଦ୍ର ତ୍ରିପାଠୀ ଓ ସହ ସମ୍ପାଦକ ଭାବେ ପାଣ ବେହେରା ନିର୍ବାଚିତ ହୋଇଛନ୍ତି। ଏହି ଅବସରରେ ନବ ନିର୍ବାଚିତ ସଭାପତି ଓ ସମ୍ପାଦକ ସଂଘର ବିକାଶ ସହ ସବ୍ ଜଜ କୋର୍ଟ ପ୍ରତିଷ୍ଠା ଲାଗି ପଦକ୍ଷେପ ନେବାକୁ ପ୍ରକାଶକରି ସମସ୍ତ ସଭ୍ୟଙ୍କ ସହଯୋଗ ଲୋଡିଛନ୍ତି। ଏଥିସହ ଅଞ୍ଚଳର ସାମୁହିକ କାର୍ଯ୍ୟ ଓ ଜନସାଧାରଣଙ୍କୁ ସାହାଯ୍ୟ ଯୋଗାଇ ଦେବାକୁ ଓକିଲ ସଂଘ ଆଗେଇ ଆସିବ ବୋଲି କହିଛନ୍ତି।
Posted inଆମ ଜିଲା ଖବର, ଗଞ୍ଜାମ