ପୁରୁଷୋତ୍ତମପୁର,୧୦।୮(ଡି.ଏନ୍.ଏ.): ଗଞ୍ଜାମ ଜିଲା ପୁରୁଷୋତ୍ତମପୁର ଅଞ୍ଚଳରେ ଦିନକୁ ଦିନ ଲୁଟ୍ ବଢ଼ି ଚାଲିଛି। ଲୁଟେରାମାନେ ସକ୍ରିୟ ହୋଇ ଚୋରି, ଡକାୟତି ଲୁଟପାଟ କରୁଥିବା ବେଳେ ପ୍ରଥମ ଶ୍ରେଣୀ ବିଚାର ବିଭାଗୀୟ ଅଦାଲତ ପରିସରରେ ଥିବା ଓକିଲ ସଂଘ କାର୍ଯ୍ୟାଳୟକୁ ଟାର୍ଗେଟ କରିଛନ୍ତି। ରବିବାର ରାତିରେ ଦୁର୍ବୃତ୍ତମାନେ ଓକିଲ ସଂଘ କାର୍ଯ୍ୟାଳୟ ତାଲା ଭାଙ୍ଗି ପଶିଥିଲେ। ପରେ ଏସି, ଟିଭି ,ଆଲମାରି ସହ ଆସବାବପତ୍ର ଭଙ୍ଗାରୁଜା କରି ନଷ୍ଟ କରିଦେଇଛନ୍ତି । ଏ ନେଇ ସୋମବାର ଓକିଲ ସଂଘ ପକ୍ଷରୁ ଅଧ୍ୟକ୍ଷ କେଦାରନାଥ ପଟ୍ଟନାୟକ ସ୍ଥାାନୀୟ ଥାନାରେ ଲିଖିତ ଅଭିଯୋଗ କରିଛନ୍ତି। ପରେ ଥାନା ଆଇଆଇସି ଜଗନ୍ନାଥ ମଲ୍ଲିକ ଓ ଏଏସ୍ଆଇ ଏ .ନାଗେଶ୍ବର ରାଓ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଚଳାଇଛନ୍ତି।
Posted inଆମ ଜିଲା ଖବର, ଗଞ୍ଜାମ