ପୁରୁଷୋତ୍ତମପୁର, ୩୦।୬(ଡି.ଏନ୍ଏ.): ଗଞ୍ଜାମ ଜିଲା ପୁରୁଷୋତ୍ତମପୁର ଏନ୍ଏସିର ୫ ଜଣ କରୋନା ପଜିଟିଭ ଚିହ୍ନଟ ହେବାପରେ ପ୍ରଶାସନ ପକ୍ଷରୁ ସମ୍ପୃକ୍ତ ବ୍ୟକ୍ତିଙ୍କୁ ଚିକିତ୍ସା ନିମନ୍ତେ କୋଭିଡ୍ ହସ୍ପିଟାଲକୁ ପଠାଯାଇଛି। ଏହାପରେ ଜିଲାପାଳ ବିଜୟ ଅମୃତା କୁଲାଙ୍ଗେ ୩ଟି ଓ୍ବାଡ୍କୁ କଣ୍ଟେଟମେଣ୍ଟ ଜୋନ୍ ଭାବେ ଘୋଷଣା କରିଛନ୍ତି। ଏହି କଣ୍ଟେଟମେଣ୍ଟ ଜୋନ୍ରେ ୱାଡ ନଂ. ୨ ର ହାଡିସାହି, ୱାଡ ନଂ. ୭ ପୁରୁୁଣା ପୋଷ୍ଟ ଅଫିସ ସାହି, ଓ୍ବାର୍ଡ ନଂ. ୧୨ ର ଋକୁଣି ନଗର ରହିଛି। ସେହିପରି ଏହି କଣ୍ଟେଟମେଣ୍ଟ ଜୋନର ନିକଟବର୍ତ୍ତୀ ଓ୍ବାଡ୍ ନଂ. ୩ର ଗଡ଼ସାହି, ୱାଡ୍ ନଂ. ୮ ରାଧାକାନ୍ତ ସାହିକୁ ବଫର ଜୋନ୍ ଭାବେ ଘୋଷଣା କରାଯାଇଛି। ଏହାକୁ ମାଜିଷ୍ଟ୍ରେଟଙ୍କ ଦାୟିତ୍ୱରେ ତହସିଲଦାର ଅରୁଣ କୁମାର ନାୟକ ଏନ୍ଏସି ନିର୍ବାହୀ ଅଧିକାରୀ ଏ ନାଗେଶ୍ବର ରାଓ ଉପସ୍ଥିତରହି ଏହି ସମସ୍ତ କଣ୍ଟେଟମେଣ୍ଟ ଜୋନ୍ ୱାଡର ସାହିଗୁଡ଼ିକୁ ସଂଯୋଗ କରୁଥିବା ମୂଖ୍ୟ ରାସ୍ତା ମାନଙ୍କରେ ବ୍ୟାରିକେଟକରି ସମ୍ପୂର୍ଣ୍ଣ ରୁପେ ସିଲ କରିଛନ୍ତି।
Posted inଆମ ଜିଲା ଖବର, କରୋନା ଭାଇରସ୍, ଗଞ୍ଜାମ