ପୁରୁଷୋତ୍ତମପୁର,୯।୩(ଡି.ଏନ୍.ଏ.): ଗଞ୍ଜାମ ଜିଲା ପୁରୁଷୋତ୍ତମପୁର ଓକିଲ ସଂଘ ନିର୍ବାଚନ ଲାଗି ସୋମବାର ପ୍ରାର୍ଥିପତ୍ର ଦାଖଲ ହୋଇଥିଲା। ଏଥିରେ ସମସ୍ତ ସଭ୍ୟଙ୍କ ସହମତିରେ ନିର୍ବାଚନ ବଦଳରେ କର୍ମକର୍ତ୍ତା ଚୟନ ହୋଇଥିଲା। ଏ ନେଇ ନିର୍ବାଚନ ଅଧିକାରୀ ରବିନ୍ଦ୍ର ବେହେରା ଦିନ ଧାର୍ଯ୍ୟ କରିଥିଲେ। ଏଥିରେ ସଭାପତି ଭାବେ କେଦାରନାଥ ପଟ୍ଟନାୟକ, ଉପ ସଭାପତି ଭାବେ ସୀମାଞ୍ଚଳ ସେଠୀ, ସମ୍ପାଦକ ପ୍ରକାଶ ଚନ୍ଦ୍ର ତ୍ରିପାଠୀ ଓ ସହ ସମ୍ପାଦକ ପାଣ ବେହେରାଙ୍କୁ ମନୋନୀତ କରିଛନ୍ତି। ଏହାକୁ ନିର୍ବାଚନ ଅଧିକାରୀ ଆସନ୍ତା୨୭ ତାରିଖରେ ଆନୁଷ୍ଠାନିକ ଭାବରେ ଘୋଷଣା କରିବେ।