ପୁରୁଷୋତ୍ତମପୁର ଏନ୍‌ଏସିରେ ଅନାସ୍ଥା ଲାଗି ଉପାଧ୍ୟକ୍ଷଙ୍କ ସମେତ ୮ କାଉନସିଲର ଜିଲାପାଳଙ୍କ ଦ୍ୱାରସ୍ଥ

ପୁରୁଷୋତ୍ତମପୁର,୨ା୯(ସିମାଞ୍ଚଳ ମିଶ୍ର): ଗଞ୍ଜାମ ଜିଲା ପୁରୁଷୋତ୍ତମପୁର ଏନ୍‌ଏସିରେ ଏକ ପ୍ରକାରର ରାଜନୈତିକ ଉଷ୍ମତା ଆରମ୍ଭ ହୋଇଛି। ଯାହାକି ଅଧ୍ୟକ୍ଷା ପ୍ରିୟଙ୍କା ଗୌଡ଼ଙ୍କୁ ଗାଦିଚ୍ୟୁତ ଲାଗି ଅନାସ୍ଥା ପ୍ରସ୍ତାବ ନେଇ ସୋମବାର ଉପାଧ୍ୟକ୍ଷ କୃଷ୍ଣଚନ୍ଦ୍ର ପଣ୍ଡାଙ୍କ ସମେତ ଓ ୮ ଜଣ କାଉନସିଲର ଗଞ୍ଜାମ ଜିଲା ଦିବ୍ୟଜ୍ୟୋତି ପରିଡ଼ାଙ୍କଠାରେ ଫେରାଦ ହୋଇଛନ୍ତି। ୧୪ଟି ଓ୍ବାର୍ଡ ବିଶିଷ୍ଟ ଏହି ପୁରୁଷୋତ୍ତମପୁର ଏନ୍‌ଏସିରେ ଗତ ପୌର ନିର୍ବାଚନରେ ଅଧ୍ୟକ୍ଷା ପଦବୀଟି ସ୍ବାଧୀନ ପ୍ରାର୍ଥୀଙ୍କ ହାତକୁ ଯାଇ ପ୍ରିୟଙ୍କା ଗୌଡ଼ ଅଧ୍ୟକ୍ଷା ଭାବରେ ନିର୍ବାଚିତ ହୋଇଥିଲେ। ଓ୍ବାର୍ଡ ନଂ ୮ଟି ଜନଜାତିବର୍ଗଙ୍କ ଲାଗି ସଂରକ୍ଷିତ ରହିଥିବା ହେତୁ ଏଠାରେ କେହି ଜନଜାତିବର୍ଗର ବ୍ୟକ୍ତି ନ ଥିବାରୁ ଏହି ଓ୍ବାର୍ଡରେ ନିର୍ବାଚନ ହୋଇ ନ ପାରି କାଉନସିଲର ପଦବୀଟି ଖାଲି ପଡ଼ିଥିବା ବେଳେ ଅନ୍ୟ ୧୩ଟି ଓ୍ବାର୍ଡ ମଧ୍ୟରୁ ଓ୍ବାର୍ଡ ନଂ ୪ରେ ଅଧ୍ୟକ୍ଷାଙ୍କ ସ୍ବାମୀ ଅଶୋକ କୁମାର ମହାକୁଡ ଓ ୧ ନଂ ଓ୍ବାର୍ଡରେ ଭବାନୀଶଙ୍କର ନାହାକ, ୩ ନଂ ଓ୍ବାର୍ଡରେ ପ୍ରମୋଦକୁମାର ଆଚାରୀ ସ୍ବାଧୀନ ପ୍ରାର୍ଥୀ ଭାବରେ ନିର୍ବାଚିତ ହୋଇ

୧୦ଟି ଓ୍ବାର୍ଡରେ ବିଜେଡି ବିଜୟୀ ଲାଭ କରି ଉପାଧ୍ୟକ୍ଷ ପଦବୀକୁ ହାତେଇ କୃଷ୍ଣଚନ୍ଦ୍ର ପଣ୍ଡା ଉପାଧ୍ୟକ୍ଷ ହୋଇଥିଲେ। କାଉନସିଲରମାନଙ୍କୁ ଅଧ୍ୟକ୍ଷା ଓ ତାଙ୍କ ସ୍ବାମୀ କାଉନସିଲର ଅଶୋକକୁମାର ମହାକୁଡ଼ ଅଣଦେଖା କରୁଥିବା ସହ ନିଜ ଇଚ୍ଛାମୁତାବକ ବେଆଇନ ଭାବେ କାର୍ଯ୍ୟ କରୁଥିବା ଏନ୍‌ଏସିର ନିୟମ ଅନୁସାରେ ଅଧ୍ୟକ୍ଷା ନିୟମିତ ବୈଠକ ନ କରିବା, ବୈଠକରେ ଗୃହୀତ ଖସଡ଼ା ପଠନ ଓ ଦୃଢ଼ୀକରଣ କରୁ ନ ଥିବା ,ଆୟବ୍ୟୟ ସମୀକ୍ଷା ନ କରିବା, ମାତ୍ରାଧିକ ଅର୍ଥ ବ୍ୟୟକରି ରାଜକୋଷ ଅର୍ଥ ହରିଲୁଟ୍‌ କରିବା, କାଉନସିଲର ଅଧ୍ୟକ୍ଷା ଦୁର୍ବ୍ୟବହାର କରି ମନୋମୁଖୀ କାର୍ଯ୍ୟ କରୁଥିବା ଓ ରିଜୋଲେଶନ କପି ପ୍ରଦାନ ନ କରି ପରିଷଦରେ ପାରିତ ହୋଇଥିବା କାର୍ଯ୍ୟଖସଡ଼ାଗୁଡ଼ିକ ଚଞ୍ଚକତା କରି ନିଜ ମନ ମୁତାବକ ପାରିତ ପ୍ରସ୍ତାବକୁ ବଦଳାଇ ଖସଡ଼ା ପ୍ରସ୍ତୁତ କରିବା ସହ ଉନ୍ନୟନମୂଳକ କାର୍ଯ୍ୟକୁ ଟେଣ୍ଡର ନକରି ନିଜ ସମ୍ପର୍କୀୟମାନଙ୍କ ମାଧ୍ୟମରେ ନିମ୍ନମାନର କାର୍ଯ୍ୟ କରି ଅର୍ଥ ହରିଲୁଟ୍‌ କରିବା ନେଇ କାଉନସିଲରମାନେ ଅସନ୍ତୋଷ ବ୍ୟକ୍ତ କରି ଜିଲାପାଳଙ୍କଠାରେ ଲିଖିତ ଅଭିଯୋଗ କରି ଅନାସ୍ଥା ପ୍ରସ୍ତାବ ଲାଗି ଦାବି କରିଛନ୍ତି।

ସୂଚନାଯୋଗ୍ୟ, ଏହି କାରଣକୁ ନେଇ ଗତ ବର୍ଷ ସ୍ବାୟତ୍ତ୍ୱ ଶାସନ ଦିବସରେ ବୈଠକସ୍ଥଳରେ ଧାରଣା ଦେଇ ହୋ-ହଲ୍ଲା କରି ବୈଠକକୁ ବର୍ଜନ କରି ଚାଲିଯାଇଥିବା ବେଳେ ଚଳିତବର୍ଷ ମଧ୍ୟ ସ୍ବାୟତ୍ତ୍ୱ ଶାସନ ଦିବସ ପାଳନକୁ ବର୍ଜନ କରିଥିଲେ। ଏପରିକି ଏଠାରେ ବହୁ ଦୁର୍ନୀତି ଚାଲିଥିବା ନେଇ ଅଭିଯୋଗର ସ୍ବର ଉଠିବା ସହ ଏହାକୁ ନେଇ ଲୋକପାଳଙ୍କଠାରେ ରିଟ୍‌ପିଟିଶନ ଦାଖଲ ହୋଇଛି। ଲୋକପାଳଙ୍କ ନିର୍ଦ୍ଦେଶ ଅନୁଯାୟୀ ୧୨୦ଟି କିଛି ଗୁରୁତ୍ୱପୂର୍ଣ୍ଣ ଫାଇଲକୁ ଭିଜିଲାନ୍ସ ନେଇ ତଦନ୍ତ ପରିସରରେ ମଧ୍ୟ ରଖିଛି।


Enter your email to get our daily news in your inbox.

All Right Reserved By Dharitri.Com

ଅତିପ୍ରବଳ ବର୍ଷା ଆଶଙ୍କା: ୪ ଜିଲାକୁ ରେଡ୍‌ ଓ୍ବାର୍ଣ୍ଣିଂ

ଭୁବନେଶ୍ୱର,୨୬ା୧୦:ବାତ୍ୟା ‘ଦାନା’ ସ୍ଥଳଭାଗ ଛୁଇଁବା ପରେ କ୍ରମଶଃ ଦୁର୍ବଳ ହୋଇ ଗଭୀର ଅବପାତରେ ପରିଣତ ହୋଇଛି। ତେବେ ଏହା ପ୍ରଭାବରେ ଉତ୍ତର ଉପକୂଳ ଓଡ଼ିଶା ସମେତ...

ପୁଣି ଆସିପାରେ ଆଉ ଏକ ବାତ୍ୟା: ଏହି ଦିନ ହେବ…

ଭୁବନେଶ୍ୱର,୨୬ା୧୦(ଅନିଲ ଦାସ):ବାତ୍ୟା ‘ଦାନା’ ଶୁକ୍ରବାର ଓଡ଼ିଶା ଉପକୂଳ ଅତିକ୍ରମ କରିଯାଇଛି। ଏହାର ବେଗ ଅଧିକ ନ ଥିବାରୁ ଓଡ଼ିଶା ବିପର୍ଯ୍ୟୟରୁ ବର୍ତ୍ତିଯାଇଛି। ତେବେ ରାଜ୍ୟ ଉପରୁ...

ପ୍ରେମିକଙ୍କୁ ଗଛରେ ବାନ୍ଧି କଲେଜ୍‌ ଛାତ୍ରୀଙ୍କୁ ଗଣବଳାତ୍କାର

ନୟାଗଡ଼/ ଭାପୁର, ୨୬।୧୦(ଲୋକନାଥ ମିଶ୍ର/ ଭରତ କୁମାର ବେହେରା):ନୟାଗଡ଼ ପୋଲିସ ଜିଲାର ଫତେଗଡ଼ ଥାନା ଅନ୍ତର୍ଗତ ପିଠାଖାଇ ସଂରକ୍ଷିତ ଜଙ୍ଗଲ ଅଞ୍ଚଳରେ ଜଣେ କଲେଜ ଛାତ୍ରୀଙ୍କୁ...

ଦାରିଙ୍ଗବାଡିରେ ଯୋଗ ଦେଲେ  ନୂତନ  ବିଡିଓ  ପ୍ରୀତିରଞ୍ଜନ ରଥ  

ଦାରିଙ୍ଗବାଡି,୨୫।୧୦ (ଅରୁଣ ସାହୁ ): କନ୍ଧମାଳ ଜିଲା  ଦାରିଙ୍ଗବାଡି ବ୍ଲକରେ ନୂତନ ବିଡିଓ ଭାବେ ଶୁକ୍ରବାର ପ୍ରୀତିରଞ୍ଜନ ରଥ ଦାୟିତ୍ୱ ଗ୍ରହଣ କରିଛନ୍ତ। ସେ ନବରଙ୍ଗପୁର...

ଟଳିନି ବିପଦ: ଆହୁରି ୨ ଦିନ ନିର୍ଧୁମ ଛେଚିବ

ଭୁବନେଶ୍ୱର,୨୫ା୧୦(ଅନୁରାଧା ମହାରଣା):  ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ବାତ୍ୟା ଦାନା ସ୍ଥଳଭାଗ ଛୁଇଁବା ପରେ କ୍ରମଶଃ ଦୁର୍ବଳ ହୋଇ ଗଭୀର ଅବପାତରେ ପରିଣତ ହୋଇଛି। ତେବେ ଏହାର...

ବାତ୍ୟା ପରେ ବାତିଲ୍‌ ହୋଇଥିବା ଟ୍ରେନ୍‌….

ଭୁବନେଶ୍ୱର,୨୫ା୧୦(ଅନୁରାଧା ମହାରଣା)- ବାତ୍ୟା ‘ଦାନା’କୁ ଦୃଷ୍ଟିରେ ରଖି ଭଦ୍ରକ-ଧାମରା, କଟକ-ପାରାଦୀପ, ହରିଦାସପୁର-ପାରାଦୀପ, ଯଖପୁରା-କେନ୍ଦୁଝର, କଟକ-ତାଳଚେର ଏବଂ ଖୋର୍ଦ୍ଧା ରୋଡ଼-ଭଦ୍ରକ ରେଳ ସେକ୍ସନ ଗୁଡିକରେ ପାଣିପାଗ ବିଜ୍ଞାନ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri