ପୁରୁଷୋତ୍ତମପୁର,୧୫ା୧(ଡି.ଏନ୍.ଏ): ଗଞ୍ଜାମ ଜିଲାର ୧୪ଟି ଓ୍ବାର୍ଡ ବିଶିଷ୍ଟ ପୁରୁଷୋତ୍ତମପୁର ଏନ୍ଏସି ନିର୍ବାଚନ ଲାଗି ଅଧ୍ୟକ୍ଷ ପଦବୀଟି କେବଳ ମହିଳାଙ୍କ ନିମନ୍ତେ ସଂରକ୍ଷଣ ଥିବା ନେଇ ରାଜ୍ୟ ସରକାରଙ୍କ ନଗର ଉନ୍ନୟନ ବିଭାଗ ପକ୍ଷରୁ ଚିଠା ପ୍ରକାଶ ପାଇଛି। ଗତ ୧ା୧ା୧୯୭୩ରେ ଏହି ଏନ୍ଏସିଟି ପ୍ରତିଷ୍ଠା ପରଠାରୁ ଦୀର୍ଘ ୪୯ବର୍ଷ ପରେ ପ୍ରଥମଥର କେବଳ ମହିଳାଙ୍କ ପାଇଁ ସଂରକ୍ଷଣ ହୋଇଛି। ୧୯୭୫, ୧୯୮୪,୧୯୯୨ ଓ ୨୦୦୩ ମସିହାରେ ଏହା ଅଣ ସଂରକ୍ଷିତ ରହିଥିବାବେଳେ ୧୯୯୭ ଓ ୨୦୧୩ରେ ପଛୁଆବର୍ଗ ମହିଳାଙ୍କ ଲାଗି ଓ ୨୦୦୮ ମସିହାରେ ଅନୁସୂଚିତ ଜାତି (ଏସି) ବର୍ଗର ବ୍ୟକ୍ତିଙ୍କ ଲାଗି ସଂରକ୍ଷଣ ରହିଥିଲା। ବର୍ତ୍ତମାନ କେବଳ ମହିଳାଙ୍କ ଲାଗି ସରକାରଙ୍କ ପକ୍ଷରୁ ସଂରକ୍ଷଣ କରାଯାଇଥିବାରୁ ଏଥିରେ ସମସ୍ତ ବର୍ଗର ମହିଳା ଅଂଶଗ୍ରହଣ କରିପାରିବା ନେଇ ଆଗ୍ରହ ପ୍ରକାଶ ପାଇଛି।