ଜଗତ୍‌ସିଂହପୁରରେ ରିହାତି ଚାଉଳ, ଡାଲି ପାଇଁ ଠେଲାପେଲା

ଜଗତ୍‌ସିଂହପୁର, ୧୦।୩(ପ୍ରମୋଦ କୁମାର ନାୟକ)ଆଜାଦୀ କା ଅମୃତ ମହୋତ୍ସବ ଅବସରରେ କେନ୍ଦ୍ର ସରକାର ଖାଉଟିଙ୍କୁ ରିହାତି ଦରରେ ଚାଉଳ, ଚଣା ଡାଲି, ଅଟା, ଚିନି, ତେଲ ଓ ପିଆଜ ଯୋଗାଇବା ପାଇଁ ନିଷ୍ପତ୍ତି ନେଇଛନ୍ତି। ନାଫେଡ୍‌ (ନ୍ୟାଶନାଲ ଆଗ୍ରିକଲଚରାଲ କୋ-ଅପରେଟିଭ ମାର୍କେଟିଂ ଫେଡେରେଶନ ଅଫ ଇଣ୍ଡିଆ) ଏବଂ ଏନ୍‌ସିସିଏଫ୍‌ (ନ୍ୟାଶନାଲ କୋ-ଅପରେଟିଭ କଞ୍ଜ୍ୟୁମର୍ସ ଫେଡେରେଶନ ଅଫ ଇଣ୍ଡିଆ) ପକ୍ଷରୁ ବ୍ୟକ୍ତିଗତ ଏବଂ ମୋବାଇଲ ଆଉଟଲେଟ୍‌ (ଭ୍ୟାନ) ଜରିଆରେ ଏସବୁ ଖାଦ୍ୟ ସାମଗ୍ରୀ ଯୋଗାଇବା ପାଇଁ ସ୍ଥିର ହୋଇଛି। ଏହାବାଦ୍‌ ଏହି ସାମଗ୍ରୀ ଲୋକଙ୍କୁ ଯୋଗାଯିବା ପାଇଁ ଅନ୍ୟ ରିଟେଲ ଆଉଟଲେଟ୍‌ ଏବଂ ଇ-କମର୍ସ ପ୍ଲାଟ୍‌ଫର୍ମକୁ ସମ୍ପ୍ରସାରିତ କରାଯାଇଛି। ଚାଉଳ ବିଶେଷକରି ୫ ଓ ୧୦ କିଲୋଗ୍ରାମର ପ୍ୟାକେଟ୍‌ ରହିଛି। ଏହା ବଜାର ଦରଠାରୁ କମ୍‌ ଦାମରେ ଅର୍ଥାତ୍‌ କିଲୋଗ୍ରାମ ପ୍ରତି ଦର ସର୍ବାଧିକ ୨୯ ଟଙ୍କା ଧାର୍ଯ୍ୟ କରାଯାଇଛି। ସେହିପରି ଭାରତ ଅଟା ୬ ଓ ୧୦ କିଲୋଗ୍ରାମ ପ୍ୟାକେଟରେ ବିକ୍ରି ହେଉଛି। ଏହାର କିଲୋପ୍ରତି ଦର ୨୭.୫୦ ଟଙ୍କା ଧାର୍ଯ୍ୟ କରାଯାଇଛି। ସେହିପରି ଚଣା ଡାଲି ୧ କିଲୋଗ୍ରାମ ପ୍ୟାକେଟ୍‌ରେ ଉପଲବ୍ଧ। ଏହାର କିଲୋଗ୍ରାମ ପ୍ରତି ଦର ୬୦ ଟଙ୍କା ଧାର୍ଯ୍ୟ କରାଯାଇଛି। କିନ୍ତୁ ୩୦ କି.ଗ୍ରା. ପ୍ୟାକେଟ୍‌ ନେଲେ କିଲୋଗ୍ରାମ ପ୍ରତି ଦର ୫୫ ଟଙ୍କାକୁ ହ୍ରାସ କରାଯିବ ବୋଲି କୁହାଯାଇଛି। ପିଆଜ କିଲୋଗ୍ରାମ ପ୍ରତି ଦର ୨୫ ଟଙ୍କା ଧାର୍ଯ୍ୟ କରାଯାଇଛି। ପିଏମ୍‌ଜିକେଏୱୋଇ (ପ୍ରଧାନମନ୍ତ୍ରୀ ଗରିବ କଲ୍ୟାଣ ଅନ୍ନ ଯୋଜନା)ରେ ପ୍ରତ୍ୟେକ ଏହାର ଫାଇଦା ପାଇପାରିବେ ବୋଲି ବ୍ୟାପକ ପ୍ରଚାର ଓ ପ୍ରସାର କରାଯାଉଛି। ଏହି ଅନୁଯାୟୀ ଶନିବାର ପ୍ରଥମ ଥର ପାଇଁ ଜଗତ୍‌ସିଂହପୁର ସହରରେ ଏହା ବିକ୍ରି ଆରମ୍ଭ କରାଯାଇଛି।
ଜିଲାପାଳଙ୍କ କାର୍ଯ୍ୟାଳୟ ପରିସର ପଡିଆରେ ଅପରାହ୍ନରେ ୨ଟି ମୋବାଇଲ ଭ୍ୟାନ୍‌ ଏସବୁ ସାମଗ୍ରୀ ନେଇ ପହଞ୍ଚତ୍ଲା ପରେ ନିଆରା ପରିବେଶ ସୃଷ୍ଟି ହୋଇଥିଲା। ଭ୍ୟାନ୍‌ରେ ଥିବା କର୍ମଚାରୀ ଧାଡିରେ ଆସି ସାମଗ୍ରୀ କିଣି ନେବାକୁ ଅନୁରୋଧ କରିଥିଲେ ବି ଶୃଙ୍ଖଳା ଦେଖିବାକୁ ମିଳି ନ ଥିଲା। କାଳେ ସାମଗ୍ରୀ ସରିଯିବ ଆଶଙ୍କାରେ ଲୋକେ କିଣିବା ପାଇଁ ଡହଳବିକଳ ହୋଇଥିଲେ। ଏପରି କି ଚଢାମଢ଼ା ପରିସ୍ଥିତି ଉପୁଜିଥିଲା। ଅଟା ମାତ୍ର ୧୦ ମିନିଟ୍‌ ଭିତରେ ସରି ଯାଇଥିଲା। ଚାଉଳ ଓ ଡାଲି ବିକ୍ରି ସମୟରେ ଲୋକେ ପାଟିତୁଣ୍ଡ କରିବାକୁ ପଛାଇ ନ ଥିଲେ। କାହିଁକି ବିଳମ୍ବ ହେଉଛି ବୋଲି ଯୁକ୍ତି ବାଢି ଅନେକେ ଗାଡି ଭିତରେ ଅଖାରେ ଥିବା ସାମଗ୍ରୀ ପ୍ୟାକେଟ୍‌ ଟଣାଓଟରା କରିଥିଲେ। ପରିସ୍ଥିତି ଏଭଳି ହୋଇଥିଲା ଯେ, ମୋବାଇଲ ଭ୍ୟାନ ସାମଗ୍ରୀ ନ ଦେଇ ଚାଲି ଯିବାକୁ ଚେଷ୍ଟା କରିଥିଲା। କିନ୍ତୁ କେତେଜଣ ଏହି ଗାଡିରେ ଓହଳିଥିଲେ ସୁଦ୍ଧା ଓହ୍ଲାଇ ନ ଥିଲେ। ଏହିଭଳି କିଛି ଦୂର ଗଲାପରେ ଏହି ମୋବାଇଲ ଭ୍ୟାନ୍‌ ଅଟକି ସେମାନଙ୍କୁ ସାମଗ୍ରୀ ଦେଇ ପୁଣି ପଳାଇଥିଲା। ପୋଲିସ ସୁରକ୍ଷା ସତ୍ତ୍ବେ ଲୋକେ ବିଶୃଙ୍ଖଳା କରୁଥିବାରୁ ଆଗକୁ ପରିସ୍ଥିତି କେଉଁ ମୋଡ ନେଉଛି ତାହା ଦେଖିବା ବାକି ରହିଲା। ଏ ସମ୍ପର୍କରେ ସ୍ଥାନୀୟ ଅଞ୍ଚଳର କେତେଜଣ ବ୍ୟକ୍ତି ପ୍ରତିକ୍ରିୟାରେ କହିଛନ୍ତି, ଆରମ୍ଭରୁ ଯଦି ଏଭଳି ବିଶୃଙ୍ଖଳା ହେଲାଣି ଆଗାମୀ ଦିନରେ ପରିସ୍ଥିତି ଜଟିଳ ରୂପ ନେଇପାରେ। ସମ୍ପ୍ରତି ଅଟା କିଲୋଗ୍ରାମ ପ୍ରତି ଦର ୪୦ ଟଙ୍କା ଥିବା ବେଳେ ମୋବାଇଲ ରିଟେଲ କାଉଣ୍ଟରରେ ମାତ୍ର ୨୭.୫୦ ଟଙ୍କାରେ ମିଳିପାରୁଛି। ସେହିପରି ଚାଉଳ, ଡାଲି ଦର ମଧ୍ୟ କମ୍‌। ତେଣୁ ଲୋକେ ଶସ୍ତାରେ ଏହା ପାଇବା ପାଇଁ ଭିଡ ଜମାଉଛନ୍ତି। ଆଗକୁ ଯେପରି ଶୃଙ୍ଖଳାର ସହ ଲୋକେ ସାମଗ୍ରୀ କିଣିପାରିବେ ସେଥିପ୍ରତି ପୋଲିସ ଓ ପ୍ରଶାସନ ବିଶେଷ ଦାୟିତ୍ୱବାନ ହେବାକୁ ଅନୁରୋଧ କରାଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

କେନ୍ଦୁଝରରେ ପହଞ୍ଚିଲେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ

କେନ୍ଦୁଝର (ନରେଶ ଚନ୍ଦ୍ର ପଟ୍ଟନାୟକ): ମୁଖ୍ୟମନ୍ତ୍ରୀ ମୋହନ ମାଝୀ ଆଜି ପୂର୍ବାହ୍ନ ପ୍ରାୟ ୧୧ଟାରେ କେନ୍ଦୁଝରରେ ପହଞ୍ଚିଛନ୍ତି। ରାଇସୁଆଁ ଏୟାରଷ୍ଟ୍ରିପରେ ଓହ୍ଲାଇ ରାସ୍ତା ପଥରେ ସିଧାସଳଖ...

ଭରତପୁର ଥାନାରେ ମେଜର ଓ ତାଙ୍କ ବାନ୍ଧବୀଙ୍କୁ ନିର୍ଯାତନା: ମୁହଁ ଖୋଲିଲେ ନବୀନ, କହିଲେ….

ଭୁବନେଶ୍ୱର,୨୦।୯: ଭରତପୁର ଥାନାରେ ମେଜର ଓ ତାଙ୍କ ବାନ୍ଧବୀଙ୍କୁ ନିର୍ଯାତନା ଘଟଣାରେ ମୁହଁ ଖୋଲିଲେ ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକ। ସେ ଏହି ଘଟଣା...

ହାତୀ ଘଉଡ଼ାଇବାକୁ ଯାଇ ଆକ୍ରମଣର ଶିକାର ହେଲେ ବନ କର୍ମଚାରୀ

ଅନୁଗୋଳ,୨୦ା୯: ହାତୀ ଘଉଡ଼ାଇବାକୁ ଯାଇଥିବା ବନ କର୍ମଚାରୀଙ୍କୁ ଆକ୍ରମଣ ହୋଇଛି। ମହୀଧରପୁର ଫାଣ୍ଡି ଫୁଲପଡ଼ା ଗାଁରେ ବନ କର୍ମଚାରୀଙ୍କୁ  ଜଣେ ବ୍ୟକ୍ତି ଆକ୍ରମଣ କରିଛନ୍ତି। ତେବେ...

ଶୌଚ ହେବାକୁ ଯାଇ ଚାଲିଗଲା ବୃଦ୍ଧଙ୍କ ଜୀବନ

ବରୀ,୨୦।୯(ମହେନ୍ଦ୍ର ସ୍ବାଇଁ): ଯାଜପୁର ଜିଲା ବରୀ ରାମଚନ୍ଦ୍ରପୁର ଥାନା ଅଧିନସ୍ଥ ଧାରପୁର ପଂଚାୟତ ନାଥପୁର ଗ୍ରାମର ଅବନୀ ଜେନା (୬୩) ବର୍ଷ ସ୍ଥାନୀୟ ଅମୃତ ସରୋବରକୁ...

ଶିକ୍ଷକ ସଂଘରେ ଫାଟ: ରାଜ୍ୟ କାର୍ଯ୍ୟକାରିଣୀ ବୈଠକକୁ ବିରୋଧ କଲେ ଗୋଟିଏ ଗୋଷ୍ଠୀ

ଭଦ୍ରକ, ୨୦।୯(ସନାତନ ରାଉତ): ନିଖିଳ ଉତ୍କଳ ପ୍ରାଥମିକ ଶିକ୍ଷକ ସଂଘରେ ଫାଟ। ସଂଘ ପକ୍ଷରୁ ଶୁକ୍ରବାର ନୂତନ ଜାତୀୟ ଶିକ୍ଷାନୀତି ସମ୍ବନ୍ଧରେ ଆଲୋଚନା ଚକ୍ର ଓ...

ଭାଜପା ସରକାର କେବଳ ରଙ୍ଗ ବଦଳାଇବା କାମ କରିଛି: ଦେବାଶିଷ

କଟକ,୨୦ା୯(ଶିଳ୍ପା ପ୍ରିୟଦର୍ଶିନୀ):ଓଡ଼ିଶାରେ ଭାଜପା ସରକାର ଗଠନକୁ ୧୦୦ ଦିନ ପୂରଣ ହୋଇଛି। ଭାଜପା ସରକାରକୁ ଟାର୍ଗେଟ୍‌ କରିଛନ୍ତି ରାଜ୍ୟ ସଭା ସଦସ୍ୟ ତଥା ବିଜେଡି କଟକ...

ସୁରକ୍ଷାକର୍ମୀଙ୍କୁ ଟାର୍ଗେଟ୍‌ କରି ଲ୍ୟାଣ୍ଡମାଇନ୍‌ ଖଞ୍ଜିଥିଲେ ମାଓବାଦୀ, କମ୍ବିଂ ବେଳେ…

ମାଲକାନଗିରି,୨୦ା୯(ଦୁର୍ଯ୍ୟୋଧନ ପାତ୍ର): ଭେଜେଙ୍ଗଓ୍ବାଡା ଜଙ୍ଗଲରେ ମାଓବାଦୀମାନେ ଲ୍ୟାଣ୍ଡ୍‌ମାଇନ୍‌ ଖଞ୍ଜି ଏକ ବଡ଼ ଧରଣର କାଣ୍ଡ ଘଟାଇବା ପାଇଁ ଯୋଜନା କରିଥିଲେ। ମାତ୍ର ଏହା ପଣ୍ଡ ହୋଇଯାଇଛି।...

ମୁଖ୍ୟ ଯନ୍ତ୍ରୀଙ୍କ ଘରେ ଭିଜିଲାନ୍ସ ଚଢ଼ାଉ

ରୂପ୍‌ସା,୨୦ା୯(ବାଞ୍ଛାନିଧି ଦେ): ବାଲେଶ୍ବର ଗ୍ରାମ୍ୟ ଉନ୍ନୟନ ବିଭାଗ ମୁଖ୍ୟ ଯନ୍ତ୍ରୀଙ୍କ ଘରେ ଶୁକ୍ରବାର ଭିଜିଲାନ୍ସ ବିଭାଗ ପକ୍ଷରୁ ଚଢ଼ାଉ ଚାଲିଛି। ଯନ୍ତ୍ରୀ ଏନ୍‌.ଭି ହରିହର ରାଓଙ୍କ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri