ପରମ୍ପରାରେ ସମୃଦ୍ଧ ପୁଷ୍‌ପୁନି ଛେର୍‌ଛେରା

ପାଇକମାଳ, ୭।୧(ଡି.ଏନ.ଏ.): ପଶ୍ଚିମ ଓଡିଶାର ଅନେକ ପର୍ବପର୍ବାଣୀ ମଧ୍ୟରେ ପୁଷ୍‌ପୁନି ହେଉଛି ଅନ୍ୟତମ ପର୍ବ। ଏହା ଏକ ନିଆରା ପର୍ବ। ଏଥିରେ ସାଜସଜ୍ଜା କି ପୂଜାପାଠ ମଧ୍ୟ ନାହିଁ। କେବଳ ଖାଇବା, ପିଇବା, ମଜା ମଜଲିସ୍‌ କରିବା ଭଳି ଏକ ସୁନ୍ଦର ତିହାର ରହିଛି। କିଛି ବର୍ଷ ତଳେ ବଡ଼ ଚାଷୀ ଓ ମହାଜନମାନେ ବର୍ଷତମାମ ଲୋକଙ୍କୁ ନିଜ ଘରେ ରଖି ବନ୍ଧୁଆ ଶ୍ରମିକ ଭାବେ ଖଟାଉଥିଲେ। ପୌଷପୂର୍ଣ୍ଣିମା ଦିନ ଶ୍ରମିକମାନଙ୍କ ଏକ ବର୍ଷ ପୂରିଯାଉଥିଲା ଏବଂ ସେହିଦିନ ତାଙ୍କୁ ପାରିଶ୍ରମିକ ସହ ମୁକ୍ତି ମିଳୁଥିଲା। ତେଣୁ ଶ୍ରମିକମାନେ ଏହି ପୂର୍ଣ୍ଣିମାକୁ ପୁଷ୍‌ପୁନି ବୋଲି ମାନୁଥିଲେ। ଆଜି ମଧ୍ୟ୍ୟ ସେହି ପରମ୍ପରା ରହିଆସିଛି। ଆଜିର ଦିନରେ ସମସ୍ତେ ଏହି ପର୍ବ ପାଳନ କରି ଆନନ୍ଦରେ ଖାଇପିଇ ମଜା କରିବା ଦେଖିବାକୁ ମିଳିଛି। ଏହି କ୍ରମରେ ପାଇକମାଳର ବିଭିନ୍ନ ଅଞ୍ଚଳରେ ଭୋର୍‌ରୁ ଛୋଟ ଛୁଆମାନେ ଘର ଘର ବୁଲି ଛେର୍‌ଛେରା ମାଗିଥିଲେ। ଲୋକେ ଖୁସିରେ ଘରେ ଘରେ ପିଠାପଣା ସହ ଆମିଷ ଭୋଜନ କରି ଏହି ପର୍ବ ପାଳନ କରିଛନ୍ତି। ଗାଁ ଗାଁରେ କ୍ରିକେଟ, ଫୁଟ୍‌ବଲ ଆଦି ପ୍ରତିଯୋଗିତା ମଧ୍ୟ ହୋଇଥିଲା।

Share