ବିଧାୟକ ଦେବୀ ମିଶ୍ରଙ୍କୁ ଠେଲାପେଲା

ନରସିଂହପୁର,୨୯।୧୨(ସ୍ବ.ପ୍ର.): ଆଗାମୀ ପଞ୍ଚାୟତ ନିର୍ବାଚନକୁ ନେଇ ଗଁା ରାଜନୀତି ସରଗରମ ହୋଇଥିବାବେଳେ ପ୍ରାର୍ଥୀ ଚୟନକୁ ନେଇ ବଡ଼ମ୍ବା ବିଧାୟକ ଦେବୀ ପ୍ରସାଦ ମିଶ୍ରଙ୍କୁ ମଙ୍ଗଳବାର ବିରୋଧ କରାଯାଇଛି। କଟକ ଜିଲା ନରସିଂହପୁର ବ୍ଲକ ବାସେଳିହତା ଗ୍ରାମରେ କେତେଜଣ ଯୁବକ ବିଧାୟକ ମିଶ୍ରଙ୍କୁ ଠେଲାପେଲା କରିଛନ୍ତି। ଏହି ଗ୍ରାମରେ ବିଭିନ୍ନ ପ୍ରକଳ୍ପ ଉଦ୍‌ଘାଟନ କରିବା ପାଇଁ ବିଧାୟକ ମିଶ୍ର ସମର୍ଥକମାନଙ୍କ ସହ ଆସିଥିଲେ। ତାଙ୍କ ସହ ପୂର୍ବତନ ଏମ୍‌ପି ପ୍ରସନ୍ନ ପାଟଶାଣୀ ଓ ବ୍ଲକ ଅଧ୍ୟକ୍ଷ କିଶୋର ଚନ୍ଦ୍ର ମିଶ୍ର ଥିଲେ। ଗଁା ମୁଣ୍ଡରେ ପହଞ୍ଚତ୍ବା ପରେ ତାଙ୍କୁ ବିଜେଡି ନେତା ତଥା ପୂର୍ବତନ ସମିତିସଭ୍ୟ ବୀରକିଶୋର ଧଳଙ୍କ ସମର୍ଥକମାନେ ଭିତରକୁ ଛାଡ଼ି ନ ଥିଲେ। ସେମାନେ ବିଧାୟକଙ୍କୁ ଗାଳିଗୁଲଜ କରିବା ସହ ତାଙ୍କ ବ୍ୟକ୍ତିଗତ ସହାୟକ, ଅନ୍ୟ କେତେଜଣ ସମର୍ଥକଙ୍କୁ ମାଡ଼ ମାରିଥିଲେ। ଏନେଇ ଉଭୟ ଗୋଷ୍ଠୀ ଠେଲାପେଲା ଓ ହାତାହାତି ହୋଇଥିଲେ। ଖବରପାଇ କାନପୁର ପୋଲିସ ପହଞ୍ଚତ୍ ବିଧାୟକଙ୍କୁ ସୁରକ୍ଷା ଦେଇଥିଲା। ଏ ସମ୍ପର୍କରେ ବୀରକିଶୋର କହିଛନ୍ତି, ବାସେଳିହତା ପଞ୍ଚାୟତର ସରପଞ୍ଚ ଓ ସମିତି ସଭ୍ୟ ପଦବୀ ପାଇଁ ସେ ବିଧାୟକଙ୍କୁ କହିଥିଲେ, ଏହାସତ୍ତ୍ୱେ ତାଙ୍କୁ କୌଣସି ପଦବୀ ପାଇଁ ଚୟନ କରା ନ ଯିବାରୁ ଏଭଳି ବିରୋଧ କରାଯାଇଛି। ଏ ସମ୍ପର୍କରେ ବିଧାୟକ ମିଶ୍ର କହିଛନ୍ତି, ଏହା ଗ୍ରାମବାସୀଙ୍କ ବିରୋଧ ନୁହେଁ, ଜଣେ ଅସନ୍ତୁଷ୍ଟ ବିଜେଡି କର୍ମୀଙ୍କ ପ୍ରତିବାଦ। ଏହାକୁ ସମାଧାନ କରାଯିବ। ଏହି ଘଟଣାକୁ କେନ୍ଦ୍ରକରି ପଞ୍ଚାୟତରେ ଉତ୍ତେଜନା ଲାଗି ରହିଥିବାବେଳେ ପୋଲିସ ପକ୍ଷରୁ ଏନେଇ ସଜାଗ ଦୃଷ୍ଟି ରଖାଯାଇଛି। ଏ ସମ୍ପର୍କରେ ଥାନାରେ ଏପର୍ଯ୍ୟନ୍ତ କୌଣସି ଅଭିଯୋଗ ହୋଇନାହିଁ ବୋଲି କାନପୁର ଆଇଆଇସି ରବୀନ୍ଦ କୁମାର ଭୁଜବଳ କହିଛନ୍ତି।

Share