ଅଧିକାରୀଙ୍କୁ ନାଳକୁ ଠେଲିଦେଲେ

ଯୋଡ଼ା,୨୩ା୬(ମାନସ ମହାନ୍ତି): କେନ୍ଦୁଝର ଜିଲା ଯୋଡ଼ା ବ୍ଲକ୍‌ ଦେଓଝରରେ ଥିବା ଏକ କମ୍ପାନୀର ତୈଳଯୁକ୍ତ ଜଳ ନିକଟବର୍ତ୍ତୀ ଗ୍ରାମରେ ଥିବା ନାଳରେ ମିଶିବାକୁ ନେଇ କିଛିଦିନ ହେବ ଉତ୍ତେଜନା ଲାଗି ରହିଛି। ଗ୍ରାମବାସୀ ଶନିବାର ସଂସ୍ଥାର କେତେଜଣ ଅଧିକାରୀଙ୍କୁ ନାଳ ପାଣି ଦେଖାଇବାକୁ ଡାକିଥିଲେ। ଏହି ସମୟରେ ସ୍ଥାନୀୟ ଲୋକେ କମ୍ପାନୀର ପ୍ରଦୂଷଣ ବିଭାଗ ଯନ୍ତ୍ରୀ ଭି. ପ୍ରଦୀପଙ୍କୁ ଦୂଷିତ ନାଳକୁ ଠେଲି ଦେଇଥିଲେ। ଏହାର ଭିଡିଓ ଏବେ ସୋସିଆଲ ମିଡିଆରେ ଭାଇରାଲ ହେଉଥିବା ବେଳେ ଘଟଣା ଅଞ୍ଚଳରେ ଚର୍ଚ୍ଚାର କେନ୍ଦ୍ରବିନ୍ଦୁ ପାଲଟିଛି। ସୂଚନା ଅନୁଯାୟୀ, ପୂର୍ବରୁ ଉକ୍ତ କାରଖାନାର ଦୂଷିତ ଜଳ ନାଳରେ ମିଶିବାରୁ ମାଛ ମଡ଼କ ଦେଖାଯାଇଥିଲା। ଏହାକୁ ନେଇ ଗ୍ରାମବାସୀ ପ୍ରତିକ୍ରିୟାଶୀଳ ହୋଇଥିଲେ। ଏବେ ପୁଣି କମ୍ପାନୀର ଦୈଳଯୁକ୍ତ ପାଣି ନାଳରେ ମିଶୁଛି। ଦୂଷିତ ଜଳ ପିଇ ଗ୍ରାମର ଗୋଟିଏ ଗାଈ ମୃତ୍ୟୁବରଣ କରିଛି। ଲୋକଙ୍କ ଅଭିଯୋଗ ପରେ କାରାଖାନା ଅଧିକାରୀମାନେ ସମାଧାନ ପାଇଁ ଗ୍ରାମକୁ ଆସିଥିଲେ। ଆଲୋଚନା ପରେ ଅଧିକାରୀମାନେ ଲୋକଙ୍କ ସହ ନାଳ ନିକଟକୁ ଯାଇ ପାଣି ଦେଖୁଥିଲେ। ଏହି ସମୟରେ କେତେଜଣ ଉତ୍ତ୍ୟକ୍ତ ଲୋକ କମ୍ପାନୀ ପ୍ରଦୂଷଣ ବିଭାଗ ଯନ୍ତ୍ରୀଙ୍କୁ ତୈଳଯୁକ୍ତ ଜଳ ମିଶୁଥିବା ନାଳ ମଧ୍ୟକୁ ଠେଲି ଦେଇଥିଲେ। ଏହି ସମୟର ଭିଡିଓ ଏବେ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି। ଏ ନେଇ ଗ୍ରାମବାସୀ ଭୟରେ ମୁହଁ ଖୋଲୁ ନ ଥିବା ବେଳେ କାରଖାନା କର୍ତ୍ତୃପକ୍ଷ ମଧ୍ୟ ପ୍ରତିକ୍ରିୟା ଦେବାକୁ ମନା କରିଦେଇଥିଲେ। ଜିଲା ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡର ଆଞ୍ଚଳିକ ଅଧିକାରୀ ପ୍ରଶାନ୍ତ କର କହିଛନ୍ତି, ଖୁବ୍‌ଶୀଘ୍ର ଦେଓଝର ଯାଇ ପାଣି ଯାଞ୍ଚ କରାଯିବ। ଏହା କିପରି ପ୍ରଦୂଷିତ ହୋଇଛି। ଏହାର ତଦନ୍ତ କରାଯିବ ବୋଲି କହିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ବର୍ଷା ଦିନରେ ଚାଲିଛି ଡ୍ରେନ କାମ: ଟ୍ରାଫିକ ପୋଲିସ ନୟାନ୍ତ

କେନ୍ଦୁଝର,୩।୭:(ନରେଶ ଚନ୍ଦ୍ର ପଟ୍ଟନାୟକ): କେନ୍ଦୁଝର ସହରରେ ଡ୍ରେନେଜ ବ୍ୟବସ୍ଥା ଶୋଚନୀୟ ହୋଇପଡିଛି। ତ୍ରୁଟିପୂର୍ଣ୍ଣ ଡ୍ରେନ ପାଇଁ ସହରବାସୀ ହିନସ୍ତା ହୋଇ ଆସୁଛନ୍ତି। ଫଳରେ ବହୁ ଅର୍ଥ...

ବାଲି ଚୋରାଚାଲାଣର ମାଧ୍ୟମ ଗ୍ରାମାଞ୍ଚଳ ରାସ୍ତା

ହାଟଡିହୀ,୩।୭(ଶୁଭକାନ୍ତ ନାୟକ): କେନ୍ଦୁଝର ଜିଲା ନନ୍ଦିପଦା ପୋଲିସ ପକ୍ଷରୁ ଯାଞ୍ଚ ପ୍ରକ୍ରିୟାକୁ କଡ଼ାକଡ଼ି କରାଯାଉଛି। ଫଳରେ ବେଆଇନ ବାଲି ଚୋରାଚାଲାଣ କିଛି ମାତ୍ରାରେ ହ୍ରାସ ପାଇଥିଲେ...

ଛାତ୍ରୀଛାତ୍ରଙ୍କୁ ଆଣୁଥିବା ବେଳେ ଟ୍ରକକୁ ପିଟିଲା ସ୍କୁଲ ବସ୍‌

ଘସିପୁରା,୭।୧(ନିରଞ୍ଜନ ସାହୁ): ଗାଡ଼ି ଚାଳକଙ୍କ ବେପରୁଆ ଯୋଗୁ ଏକ ଘରୋଇ ସ୍କୁଲ ବସ୍‌ ଦୁର୍ଘଟଣା ଗ୍ରସ୍ତ ହୋଇଛି। ଦୁର୍ଘଣାରେ ୨ଜଣ ଛାତ୍ର, ଜଣେ ଶିକ୍ଷୟିତ୍ରୀ ଏବଂ...

ମୁଖ୍ୟମନ୍ତ୍ରୀଙ୍କ ଗାଁରେ ଭାଲୁ ଆତଙ୍କ: ଦୁଇ ଜଣଙ୍କୁ ଗୋଡାଇ କାମୁଡ଼ିଲା

କେନ୍ଦୁଝର,୧।୭(ନରେଶ ଚନ୍ଦ୍ର ପଟ୍ଟନାୟକ): ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝିଙ୍କ କେନ୍ଦୁଝର ଜିଲା ସଦର ରେଞ୍ଜ ଅନ୍ତର୍ଗତ ରାଇକାଳା ଗାଁରେ ସୋମବାର ଭାଲୁ ଆତଙ୍କ ଦେଖିବାକୁ ମିଳିଛି।...

ପାରିବାରିକ କଳହରୁ ଜୀବନ ହାରିଲେ ଯୁବକ

ପାଟଣା,୩୦।୬(ବୀର କିଶୋର ଦାଶ): କେନ୍ଦୁଝର ଜିଲା ପାଟଣା ବ୍ଲକ ଟାଙ୍ଗରପଡ଼ା ପଞ୍ଚାୟତ ଗାଲଫୁଲା ଗ୍ରାମର ଜଣେ ୩୫ ବର୍ଷୀୟ ବିବାହିତ ଯୁବକଙ୍କ ଝୁଲନ୍ତା ମୃତଦେହ ରବିବାର...

ଧାନ ଖାଇଲେ, କାଦୁଅରେ ଗଡ଼ିଲେ

ପାଟଣା,୨୯ା୬(ବୀର କିଶୋର ଦାଶ): କେନ୍ଦୁଝର ଜିଲା ପାଟଣା ରେଞ୍ଜ ପାଟଣା ସେକ୍ସନରେ ୨୭ ଟିକିଆ ଝାଡ଼ଖଣ୍ଡୀ ହାତୀପଲଙ୍କ ଉପଦ୍ରବ ଥମୁନି। ମାଳିରପଶି ବିଟ୍‌ ଏରେଣ୍ଡେଇ ଓ...

ଜନସେବା କେନ୍ଦ୍ରର ମାଲିକଙ୍କୁ ମରଣାନ୍ତକ ଆକ୍ରମଣ ଘଟଣା, ଦୁଇ ଜଣ ଗିରଫ

ହାଟଡିହୀ,୨୮୬(ଶୁଭକାନ୍ତ ନାୟକ): ପିଏଫ ଅନଲାଇନ ଆବେଦନକୁ କେନ୍ଦ୍ର କରି ଗୁରୁବାର ଅପରାହ୍ନରେ କେନ୍ଦୁଝର ଜିଲା ଆନନ୍ଦପୁର ଉପଖଣ୍ଡ ନନ୍ଦିପଦା ଥାନା ନିକଟରେ ଥିବା ମରୈଗାଁ ବଜାରରେ...

ଜିଲାପାଳ, ଏସପିଙ୍କୁ ଭେଟିଲେ ବିଧାୟକ

ହାଟଡିହୀ,୨୮।୬(ଶୁଭକାନ୍ତ ନାୟକ): କେନ୍ଦୁଝର ଜିଲା ଆନନ୍ଦପୁର ବିଧାୟକ ଅଭିମନ୍ୟୁ ସେଠୀ ଗୁରୁବାର କେନ୍ଦୁଝର ଜିଲାପାଳ ଏବଂ ଏସପିଙ୍କୁ ଭେଟି ବିଭିନ୍ନ ବିଷୟରେ ଆଲୋଚନା କରିଛନ୍ତି। ବିଧାୟକ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri