ପଛରୁ ଠେଲିଲେ ଷ୍ଟାର୍ଟ ହେଉଛି ୧୦୨ ଆମ୍ବୁଲାନ୍ସ

ଗଞ୍ଜାମ,୨୪।୧(ଡି.ଏନ୍‌.ଏ.): ଜନସାଧାରଣଙ୍କୁ ମାଗଣା ସ୍ବାସ୍ଥ୍ୟସେବା ଯୋଗାଇ ଦେବା ପାଇଁ ସରକାର ୧୦୨ ଓ ୧୦୮ ଗାଡ଼ି ବ୍ୟବସ୍ଥା କରିଛନ୍ତି। ଏହି ଗାଡ଼ିଗୁଡିକ ପରିଚାଳନା ନିମନ୍ତେ ପ୍ରାଇଭେଟ୍‌ ଲୋକଙ୍କୁ ପ୍ରଶାସନ ଟେଣ୍ଡର ଦେଇଛି । ଟେଣ୍ଡର ନେଇଥିବା ବ୍ୟକ୍ତିମାନଙ୍କ ଅପାରଗତା ଏବଂ ଭଙ୍ଗା ଦଦରା ଗାଡ଼ି ବ୍ୟବହାର କରି ପୁଳା ପୁଳା ଟଙ୍କା ପାଉଛନ୍ତି। କିନ୍ତୁ ଜଣେ ଗୁରୁତର ରୋଗୀଙ୍କୁ ମେଡିକାଲ ନେବା ପାଇଁ ଫୋନ କଲେ ୪ ରୁ ୫ ଜଣ ଲୋକଙ୍କୁ ଏକାଠି କରି ପଛରୁ ଠେଲି ଷ୍ଟାର୍ଟ କରିବାକୁ ପଡୁଛି । ଏହି ଭଳି ଘଟଣା ଗଞ୍ଜାମ ସହରରେ ଦେଖିବାକୁ ମିଳିଛି।

Share