Categories: ଜାତୀୟ

ମୁଖ୍ୟମନ୍ତ୍ରୀ ନର୍ବାଚିତ ହେବା ପରେ ଧାମିଙ୍କ ପ୍ରଥମ ପ୍ରତିକ୍ରିୟା

ଡେରାଡୁନ,୨୧।୩: ଉତ୍ତରାଖଣ୍ଡରେ ଭାଜପା ପୁଣି ଥରେ ସରକାର ଗଠନ କରିଛି। ପୁଷ୍କର ସିଂହ ଧାମି ପୁଣି ଦ୍ୱିତୀୟ ଥର ପାଇଁ ଉତ୍ତରାଖଣ୍ଡର ମୁଖ୍ୟମନ୍ତ୍ରୀ ଭାବେ ନିର୍ବାଚିତ ହୋଇଛନ୍ତି। ବିଧାନସଭା ଦଳର ନେତା ଭାବେ ନିର୍ବାଚିତ ହେବା ପରେ ଧାମିଙ୍କୁ ଶୁଭେଚ୍ଛାର ସୁଅ ଛୁଟିବାରେ ଲାଗିଛି। ଅନ୍ୟପଟେ ତାଙ୍କ ସମର୍ଥକମାନେ ମଧ୍ୟ ଉତ୍ସବ ପାଳନ କରିଛନ୍ତି। ଇତିମଧ୍ୟରେ ମୁଖ୍ୟମନ୍ତ୍ରୀ ହେବା ପରେ ଧାମିଙ୍କ ପ୍ରଥମ ପ୍ରତିକ୍ରିୟା ସାମ୍ନାକୁ ଆସିଛି। ଉତ୍ତରାଖଣ୍ଡର ପୁଣି ଥରେ ମୁଖ୍ୟମନ୍ତ୍ରୀ ଭାବେ ନିର୍ବାଚିତ ହେବା ପରେ ପୁଷ୍କର ସିଂ ଧାମି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଧନ୍ୟବାଦ ଜଣାଇଛନ୍ତି। ଏଥିସହ ରାଜ୍ୟର ମୁଖ୍ୟ ସେବକ ଭାବେ ତାଙ୍କୁ ପୁଣି ଦାୟିତ୍ୱ ଦିଆଯାଇଥିବାରୁ ସେ ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେ.ପି ନଡ୍ଡା ଓ ସ୍ବରାଷ୍ଟ୍ର ମନ୍ତ୍ରୀ ଅମିତ ଶାହାଙ୍କୁ ହୃଦୟର ଅନ୍ତରରୁ କୃତଜ୍ଞତା ଜଣାଇଛନ୍ତି। ଯେଉଁମାନେ ତାଙ୍କ ପରି ଜଣେ ସାଧାରଣ କର୍ମୀଙ୍କୁ ଏହି ଦାୟିତ୍ୱ ପାଇଁ ଉପଯୁକ୍ତ ଭାବିଛନ୍ତି ସେମାନଙ୍କୁ ସେ ଅଶେଷ ଅଶେଷ ଧନ୍ୟବାଦ ଜଣାଇଛନ୍ତି। ମୁଁ ମୋର ସମସ୍ତ ମା’, ଭଉଣୀ, ବୃଦ୍ଧ ଏବଂ ଯୁବ ବନ୍ଧୁମାନଙ୍କୁ ନିଶ୍ଚିତ କରୁଛି ଯେ, ମୁଁ ସେମାନଙ୍କର ଆଶା ଏବଂ ଆକାଂକ୍ଷା ପୂରଣ କରିବାକୁ ଏବଂ ବିକାଶ ପଥରେ ରାଜ୍ୟକୁ ଆଗକୁ ନେବାକୁ ଦୃଢ଼ୀଭୂତ ବୋଲି ଧାମି କହିଛନ୍ତି।

Share