Categories: ଜାତୀୟ

ଆଜି ଦ୍ୱିତୀୟ ଥର ଲାଗି ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେବେ ଧାମି

ଡେରାଡୁନ,୨୩ ।୩: ଉତ୍ତରାଖଣ୍ଡର ମୁଖ୍ୟମନ୍ତ୍ରୀ ଭାବେ ପୁଷ୍କର ସିଂ ଧାମି ବୁଧବାର ଶପଥ ନେବାକୁ ଯାଉଛନ୍ତି । ଶପଥ ଗ୍ରହଣ ସମାରୋହ ଡେରାଡୁନର ପରେଡ ଗାଉଣ୍ଡରେ ଅନୁଷ୍ଠିତ ହେବ । ଦିନ ପ୍ରାୟ ୨ଟା ୩୦ରେ ଏହା ଆୟୋଜନ କରାଯାଇଛି । ଏହି ସମାରୋହରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି, ସ୍ୱରାଷ୍ଟ୍ରମନ୍ତ୍ରୀ ଅମିତ ଶାହ ଓ ଉତ୍ତର ପ୍ରଦେଶ ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେବାକୁ ଥିବା ଯୋଗୀ ଆଦିତ୍ୟନାଥ ଯୋଗ ଦେବାର କାର୍ଯ୍ୟକ୍ରମ ରହିଛି । ଉତ୍ତର ପ୍ରଦେଶ ବିଧାନସଭା ନିର୍ବାଚନରେ ବିପୁଳ ବିଜୟ ପରେ ଧାମି ଦ୍ୱିତୀୟଥର ଲାଗି ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେବାକୁ ଯାଉଛନ୍ତି ।
ଏହି କାର୍ଯ୍ୟକ୍ରମରେ ମଧ୍ୟପ୍ରଦେଶ ମୁଖ୍ୟମନ୍ତ୍ରୀ ଶିବରାଜ ସିଂ ଚୌହାନ, ହିମାଳଚ ପ୍ରଦେଶ ମୁଖ୍ୟମନ୍ତ୍ରୀ ଜୟରାମ ଠାକୁର ଓ ତ୍ରିପୁରା ମୁଖ୍ୟମନ୍ତ୍ରୀ ବିପ୍ଳବ ଦେବ ସାମିଲ ହେବେ । ଏହାସହ ବହୁ ସାଧୁ ସନ୍ଥ ଓ ଭାଜପା କର୍ମୀ ଯୋଗଦେବେ ।
ସୁରକ୍ଷା ଦୃଷ୍ଟିରୁ ଏହି ଶପଥ ଗ୍ରହଣ ସମାରୋହରେ ୧ହଜାର ପୋଲିସ ପରେଡ ଗ୍ରାଉଣ୍ଡରେ ରହିବେ । ଏଠାରେ ୨୫ ହଜାର ଲୋକଙ୍କ ବସିବା ପାଇଁ ବ୍ୟବସ୍ଥା କରାଯାଇଛି । ସେହିପରି ବିଧାୟକ, ମନ୍ତ୍ରୀଙ୍କ ବସିବା ପାଇଁ ୩ ଭିନ୍ନ ଭିନ୍ନ ମଞ୍ଚ କରାଯାଇଛି । ଏହାସହ ହେଲିପ୍ୟାଡ ବି କରାଯାଇଛି ।

Share