ଅଲ୍ଲୁ ଅର୍ଜୁନଙ୍କ ୪୧ତମ ଜନ୍ମଦିନ ଅବସରରେ ରିଲିଜ ହେବ ପୁଷ୍ପା-୨ ଟିଜର

ମୁମ୍ବାଇ: ତେଲୁଗୁ ଚଳଚ୍ଚିତ୍ର ଇଣ୍ଡଷ୍ଟ୍ରିର ପ୍ରସିଦ୍ଧ ତାରକା ଅଲ୍ଲୁ ଅର୍ଜୁନଙ୍କ ଶେଷ ରିଲିଜ ଫିଲ୍ମ ‘ପୁଷ୍ପା’ ବକ୍ସ ଅଫିସରେ ସୁପରହିଟ୍‌ ଚଳଚ୍ଚିତ୍ର ହୋଇପାରିଛି। ଏହି ଚଳଚ୍ଚିତ୍ରରେ ଅଲ୍ଲୁ ଅର୍ଜୁନ ପୁଷ୍ପା ରାଜ ଭୂମିକାରେ ଅଭିନୟ କରିଥିଲେ। ଏହି ଫିଲ୍ମକୁ ସୁକୁମାର ନିର୍ଦ୍ଦେଶନା ଦେଇଥିଲେ। ତେବେ ପୁଷ୍ପା ପରେ ପୁଷ୍ପା-୨କୁ ନେଇ ଦର୍ଶକ ଅପେକ୍ଷା କରିରହିଛନ୍ତି। ତେବେ ଏହି ଅପେକ୍ଷାର ଅନ୍ତ ଘଟିବାକୁ ଯାଉଛି। ଖୁବ୍‌ଶୀଘ୍ର ପୁଷ୍ପା-୨ ପ୍ରେକ୍ଷାଳୟରେ ରିଲିଜ୍‌ ହେବ। ତେବେ ଏହା ପୂର୍ବରୁ ଫିଲ୍ମର ଟିଜରକୁ ନେଇ ଏକ ଖବର ସାମ୍ନାକୁ ଆସିଛି। କୁହାଯାଉଛି କି ଚଳିତ ବର୍ଷ ଏପ୍ରିଲ ୮ରେ ଅଲ୍ଲୁ ଅର୍ଜୁନଙ୍କ ୪୧ତମ ଜନ୍ମଦିନ ଅବସରରେ ମୁକ୍ତିଲାଭ କରିବ। ନିର୍ମତା ଏକ ସ୍ବତନ୍ତ୍ର ପୋଷ୍ଟର ସହିତ ଏହାକୁ ନିଶ୍ଚିତ କରିଛନ୍ତି। ‘ପୁଷ୍ପା ୨’ର ବହୁ ପ୍ରତୀକ୍ଷିତ ଅଫିସିଆଲ ଟିଜର ନିକଟରେ ଆନ୍ଧ୍ରପ୍ରଦେଶରେ ଶୁଟିଂ କରାଯାଇଥିଲା।
ଏକ ରିପୋର୍ଟ ଅନୁଯାୟୀ, ‘ପୁଷ୍ପା ୨’ ଜାନୁୟାରୀ ୨୦୨୪ରେ ମୁକ୍ତିଲାଭ କରିବ ବୋଲି ଆଶା କରାଯାଉଥିଲା। ହେଲେ ଶୁଟିଂ ଶେଷ ହୋଇ ନ ଥିବାରୁ ଫିଲ୍ମର ରିଲିଜରେ ବିଳମ୍ବ ହେବ। ତେଣୁ ନିର୍ମାତାମାନେ ମାର୍ଚ୍ଚ କିମ୍ବା ଏପ୍ରିଲ ୨୦୨୪ରେ ‘ପୁଷ୍ପା ୨’ରିଲିଜ କରିବାକୁ ନିଷ୍ପତ୍ତି ନେଇଛନ୍ତି।

Share