ଝୁକେଗା ନହିଁ…ପୁଷ୍ପା ୨ରେ ମଦ ଓ ପାନର ବିଜ୍ଞାପନ କରିବାକୁ ମନା କଲେ ଅଲୁ ଅର୍ଜୁନ, ମିଳୁଥିଲା କୋଟିଏ ଟଙ୍କାର ଅଫର

ମୁମ୍ବାଇ: ଲୋକପ୍ରିୟ ସାଉଥ ଅଭିନେତା ଅଲୁ ଅର୍ଜୁନ ଏବେ ବହୁ ପ୍ରତୀକ୍ଷିତ ଫିଲ୍ମ ପୁଷ୍ପା ୨ର ସୁଟିଂରେ ବ୍ୟସ୍ତ ଅଛନ୍ତି। ପୁଷ୍ପାକୁ ଭେଟି ଦେବା ପରେ ଏବେ ପୁଷ୍ପା ୨ର ଆସିବାକୁ ଫ୍ୟାନ୍ସ ଅପେକ୍ଷା କରିଛନ୍ତି। ପୁଷ୍ପାରେ ଅଲୁଙ୍କ ଦମଦାର ଅଭିନୟ ଦର୍ଶକଙ୍କ ମନ କିଣି ନେଇଯାଇଥିବାବେଳେ ରିଅଲ ଲାଇଫରେ ବି ଦର୍ଶକଙ୍କ ମନ ଜିତିଛନ୍ତି ଅଲୁ। ଏକ ଜାତୀୟ ଗଣମାଧ୍ୟର ରିପୋର୍ଟ ଅନୁଯାୟୀ, ଅଲୁଙ୍କୁ ପାନ ଓ ମଦର ବିଜ୍ଞାପନ କରିବା ପାଇଁ ମୋଟା ଅଙ୍କର ଅଫର ମିଳିଥିଲା ଯାହାକୁ ସେ ମନା କରିଦେଇଥିଲେ।

ଏକ ମଦ ଓ ପାନ ବ୍ରାଣ୍ଡ ଚାହୁଁଥିଲେ ଯେ, ଅଲୁ ପୁଷ୍ପା ୨ରେ ସ୍ମୋକିଂ କିମ୍ବା ପାନ ଜିନିଷ ଖାଉଥିବା ସମୟରେ ସେମାନଙ୍କ ବ୍ରାଣ୍ଡର ଲୋଗୋ ସ୍କ୍ରିନ ଉପରେ ଦେଖାଯାଉ। ଏଥିପାଇଁ ସେ ଅଲୁଙ୍କୁ ୧୦କୋଟି ଅଫର କରିଥିଲେ। କିନ୍ତୁ ଅଲୁ ଏହି ବିଜ୍ଞାପନ କରିବାକୁ ମନା କରି ଦେଇଥିଲେ।
ତେବେ ଏହା କେବଳ ପ୍ରଥମ ଥର ନୁହେଁ , ଅଲୁ ତମ୍ବାକୁର ବିଜ୍ଞାପନ କରିବାକୁ ମଧ୍ୟ ମନା କରି ଦେଇଥିଲେ। ଯେଉଁଥିରେ ତାଙ୍କୁ ବଡ ରକମର ଟଙ୍କା ମିଳୁଥିଲା।

Share