ବକ୍ସ ଅଫିସରେ ଧମାଲ କରୁଛି ‘ପୁଷ୍ପା’

ମୁମ୍ବାଇ,୧୯।୧୨: ବକ୍ସ ଅଫିସରେ ଧମାଲ ମଚାଉଛି ସାଉଥ ସୁପରଷ୍ଟାର ଅଲ୍ଲୁ ଅର୍ଜୁନଙ୍କ ଫିଲ୍ମ ‘ପୁଷ୍ପା’। ଶୁକ୍ରବାର ୫ଟି ଭାଷାରେ ରିଲିଜ ହୋଇଥିବା ଫିଲ୍ମ ‘ପୁଷ୍ପା: ଦ ରାଇଜ’ ୨ଦିନ ମଧ୍ୟରେ ୧୦୦ କୋଟି କ୍ଲବରେ ସାମିଲ ହୋଇଛି। ଟ୍ରେଡ ଆନାଲିଷ୍ଟ ରମେଶ ବାଲା ଟୁଇଟ କରି ଏହି ସୂଚନା ଦେଇଛନ୍ତି।

ଫିଲ୍ମଟି ଆନ୍ଧ୍ରପ୍ରଦେଶର ଶେଷାଚାଲାମ ଅଞ୍ଚଳର ଚନ୍ଦନକାଠ ଚୋରା ଚାଲାଣକାରୀଙ୍କ ଜୀବନୀ ଉପରେ ଆଧାରିତ । ଆଗକୁ ଫିଲ୍ମ ପୁଷ୍ପା ରେକର୍ଡ ଭାଙ୍ଗିବ ବୋଲି କୁହାଯାଉଛି । ତେବେ ଦକ୍ଷିଣ ଆଫ୍ରିକା, ସିଙ୍ଗାପୁର, ମାଲେସିଆ ଏବଂ ଇଣ୍ଡୋନେସିଆରେ ଫିଲ୍ମ ରିଲିଜ ହୋଇନାହିଁ । ଏସବୁ ଦେଶରେ ଫିଲ୍ମ ରିଲିଜ ହୋଇଥିଲେ ଆଉ ଅଧିକ ଆୟ କରିଥାନ୍ତା ବୋଲି ସୂଚନା ମିଳିଛି। ଫିଲ୍ମରେ ମୁଖ୍ୟ ଭୂମିକାରେ ସୁପରଷ୍ଟାର ଅଲ୍ଲୁ ଅର୍ଜୁନ ଏବଂ ଅଭିନେତ୍ରୀ ରଶ୍ମିକା ମନ୍ଦନା ରହିଛନ୍ତି। ଦୁହିଁଙ୍କୁ ଫିଲ୍ମରେ ଭିନ୍ନ ଅବତାରରେ ଦେଖିବାକୁ ମିଳିଛି।

Share