ଅଲୁ ଅର୍ଜୁନଙ୍କ ପୁଷ୍ପା ଫିଲ୍ମର ୫ଟି ବଡ଼ ଭୁଲ

ଅଲୁ ଅର୍ଜୁନଙ୍କ ଫିଲ୍ମ ପୁଷ୍ପା ବକ୍ସ ଅଫିସ୍‌ରେ ହିଟ୍‌ ହୋଇଛି। ୫ଟି ଭାଷା ଯଥା ମାଲାୟାଲମ, କନ୍ନଡ, ତେଲୁଗୁ, ତାମିଲ ଏବଂ ହିନ୍ଦୀରେ ଏହା ହିଟ୍‌ ପ୍ରମାଣିତ ହୋଇଛି । ଦର୍ଶକମାନେ ଅଲୁ ଅର୍ଜୁନଙ୍କ ସଂଳାପ ଏବଂ ଫିଲ୍ମରେ ଯୁଦ୍ଧ ସିନ୍‌କୁ ବହୁତ ପସନ୍ଦ କରିଛନ୍ତି। ତେବେ ଯେଉଁମାନେ ପୁଷ୍ପାକୁ ଦେଖିଛନ୍ତି, ସେଥିରେ ହୋଇଥିବା ଏହି ତ୍ରୁଟିଗୁଡ଼ିକୁ ଲକ୍ଷ୍ୟ କରିଛନ୍ତି କି ନାହିଁ…

ଫିଲ୍ମରେ ଦେଖିବାକୁ ମିଳିଛି ଯେ, ପୁଷ୍ପାଙ୍କ ବନ୍ଧୁ କେଶବ ପ୍ରଥମେ ଏକ ଦୃଶ୍ୟରେ ଭ୍ୟାନ ଡୋର ଖୋଲି ପାରୁନାହାନ୍ତି। ପରବର୍ତ୍ତୀ ଦୃଶ୍ୟରେ ଏକ ନୂତନ ମାରୁତି ଭ୍ୟାନ ଚଲାଉଛନ୍ତି। ତେବେ ଯିଏ ଭ୍ୟାନ ଡୋର କିପରି ଖୋଲିବ ଜାଣେ ନାହିଁ, ସେ କିପରି ହଠାତ୍‌ ଗାଡ଼ି ଚଲାଇବ? ଏହା କ’ଣ ଯୁକ୍ତିଯୁକ୍ତ ନୁହେଁକି।

ଏବେ ସେହି ଦୃଶ୍ୟକୁ ମନେପକାନ୍ତୁ, ଯେଉଁଥିରେ ପୁଷ୍ପା ପୋଲିସଠାରୁ ଖସି ପଳାଇବା ବେଳେ ଟ୍ରକକୁ ଉଡ଼ାଇ ଏକ ଗର୍ତ୍ତରେ ପକାଇ ଦେଇଥିଲେ। ପୁଷ୍ପା ଟ୍ରକ ଫିଙ୍ଗିଥିବା ଗର୍ତ୍ତଟି ରାସ୍ତା କଡ଼ରେ ଅଛି, ତେଣୁ ରାସ୍ତା କଡ଼ରେ ଏତେ ବଡ଼ ଜଳାଶୟକୁ ପୋଲିସ ଦେଖି ନାହିଁ। ଧରି ନିଅନ୍ତୁ ପୋଲିସ ଜଳାଶୟକୁ ଦେଖି ନ ଥିଲା, ତେବେ ମାଟି ରାସ୍ତାରେ ଯାଇଥିବା ଟ୍ରକ ଟାୟାର ଚିହ୍ନକୁ କିପରି ଦେଖି ପାରିଲା ନାହିଁ। କିନ୍ତୁ ପୁଷ୍ପାଙ୍କୁ ଧରିଥିବା ପୋଲିସ ଟ୍ରକ ଖୋଜିବା ପରିବର୍ତ୍ତେ ତାଙ୍କୁ ସିଧା ଗାଡ଼ିରେ ବସାଇ ନେଇଯାଉଛନ୍ତି। ଭାବନ୍ତୁ, ଦେଖିବା ସମୟରେ ଆପଣ ନିଶ୍ଚୟ ବହୁତ କରତାଳି ମାରିଥିବେ, କିନ୍ତୁ ଆପଣ ଏହି କଥା ପ୍ରତି ଧ୍ୟାନ ଦେଇଛନ୍ତି କି?

ଯେତେବେଳେ ପୁଷ୍ପା ଶ୍ରୀନୁଙ୍କ ଶଳା ମୋଗଲିସଙ୍କୁ ପାଣିରେ ହତ୍ୟା କରନ୍ତି, ସେତେବେଳେ ସେ ମଧ୍ୟ ଏକ ମୋଟରସାଇକେଲ ପାଣିରେ ବୁଲାଉଛନ୍ତି। ଯେଉଁଠାରେ କି ନଦୀରେ ବଡ଼ ବଡ଼ ପଥର ରହିଛି। ବୋଧହୁଏ ସଲ୍‌ମାନ ଖାନଙ୍କ ପରି ଅଲୁ ଅର୍ଜୁନ ମଧ୍ୟ ସବୁ ଅତିକ୍ରମ କରିଯାଇଛନ୍ତି।

ଫିଲ୍ମର ଏକ ଦୃଶ୍ୟରେ ପୁଷ୍ପା ଏକ ଟ୍ରକ୍‌ର ବନେଟ ଉପରେ ବସି ସିଗାରେଟ ଟାଣୁଥିବା ଦେଖାଯାଇଛି। ଟ୍ରକଟି ଚଳମାନ ଅବସ୍ଥାରେ ଅଛିି, ହେଲେ ତା ଭିତରେ ଡ୍ରାଇଭର ନାହାନ୍ତି।

ପୁଷ୍ପା ଫିଲ୍ମର ସବୁଠୁ ବଡ ତ୍ରୁଟି ହେଉଛି, ଯେଉଁଠାରେ ଅଲ୍ଲୁ ନାଲି ଚନ୍ଦନ କାଠକୁ ପାଣି ଭିତରକୁ ଫିଙ୍ଗି ଦେଇଛନ୍ତି। ପୁରା କାହାଣୀ ଏହା ଉପରେ ଆଧାରିତ । ଅନ୍ତର୍ଜାତୀୟ ବଜାରରେ ନାଲି ଚନ୍ଦନ କାଠର ମୂଲ୍ୟ କୋଟି କୋଟି ଟଙ୍କା। ତେବେ ନାଲି ଚନ୍ଦନ ଏପରି ଏକ କାଠ ଯାହାର ଛୋଟ ଖଣ୍ଡ ପାଣିରେ ବୁଡିଯାଏ । କିନ୍ତୁ ଫିଲ୍ମରେ ଏହା ଦର୍ଶାଯାଇଛି ଯେ, ନଦୀରେ କାଠଗୁଡ଼ିକ ଭାସୁଛି ।

Share