‘ପୁଷ୍ପା’ର ଗୀତକୁ ଇଂରାଜୀ ଭର୍ସନରେ ଗାଇ ଚର୍ଚ୍ଚାରେ ଏମା ହେଷ୍ଟସ

ମୁମ୍ବାଇ: ସାଉଥ୍‌ ସୁପରଷ୍ଟାର ଅଲୁ ଅର୍ଜୁନ-ରଶ୍ମିକା ମନ୍ଦାନାଙ୍କ ଫିଲ୍ମ‘ପୁଷ୍ପା’କୁ ନେଇ ଏବେ ଦର୍ଶକଙ୍କ ମଧ୍ୟରେ କ୍ରେଜ୍‌ ରହିଛି। ଫିଲ୍ମ ସହିତ ଗୀତଗୁଡିକ ମଧ୍ୟ ହିଟ୍‌ ହୋଇଛି।
ଏବେ‘ପୁଷ୍ପା’ର ଟ୍ରେଣ୍ଡ ଦିନକୁ ଦିନ ବଢିଚାଲିଛି । ବିଶେଷ କରି ଗୀତ ଶ୍ରୀବଲ୍ଲୀଙ୍କୁ ବହୁତ ପସନ୍ଦ କରାଯାଉଛି । ଏହାର ତେଲୁଗୁ, ତାମିଲ ଏବଂ ହିନ୍ଦୀ ଭର୍ସନ ସମସ୍ତେ ଶୁଣିଛନ୍ତି। ବର୍ତ୍ତମାନ ଡଚ ଗାୟିକା ଏମା ହେଷ୍ଟସ ଏହାର ଇଂରାଜୀ ଭର୍ସନରେ ଗାଇଛନ୍ତି। ସେ ନିଜ ୟୁଟ୍ୟୁବ ଚ୍ୟାନେଲରେ ଏକ ଭିନ୍ନ ଢଙ୍ଗରେ ଏହି ଲୋକପ୍ରିୟ ଗୀତକୁ ଗାଇଛନ୍ତି । ଯାହା ସୋସିଆଲ ମିଡିଆରେ ଭାଇରାଲ ହେଉଛି। ଏପର୍ଯ୍ୟନ୍ତ ଏହି ଗୀତକୁ ୧ ମିଲିୟନରୁ ଅଧିକ ଦେଖି ସାରିଲେଣି ।

Share