ବଡ଼ ବଜେଟ୍‌ରେ ପ୍ରସ୍ତୁତ ହେବ ‘ପୁଷ୍ପା ପାର୍ଟ-୨’

ସାଉଥ୍‌ ସୁପରଷ୍ଟାର୍‌ ଅଲ୍ଲୁ ଅର୍ଜୁନ ଓ ରଶ୍ମିକା ମନ୍ଦାନାଙ୍କ ବ୍ଲକ୍‌ବଷ୍ଟର ଫିଲ୍ମ‘ପୁଷ୍ପା: ଦ ରାଇଜ୍‌’ ରେକର୍ଡ କରିବା ପରେ ଏବେ ଦୁହିଁଙ୍କ ଆଉ ଏକ ଅପକମିଙ୍ଗ୍‌ ଫିଲ୍ମ ‘ପୁଷ୍ପା: ଦ ରୁଲ’କୁ ନେଇ ଚର୍ଚ୍ଚା ଚାଲିଛି। କୁହାଯାଉଛି କି, ଏହି ଫିଲ୍ମଟି ୩୫୦ କୋଟିରୁ ଅଧିକ ବଜେଟ୍‌ରେ ନିର୍ମାଣ ହେବ। ହେଲେ ଏହାକୁ ନେଇ ନିର୍ମାତା ଅଫିସିଆଲ ଘୋଷଣା କରିନାହାନ୍ତି। ପ୍ରଥମ ଭାଗ ‘ପୁଷ୍ପା: ଦ ରାଇଜ’ ପ୍ରାୟ ୧୯୫ କୋଟି ବଜେଟ୍‌ରେ ପ୍ରସ୍ତୁତ ହୋଇଥିଲା । ନିର୍ଦ୍ଦେଶକ ଶୁକୁମାର ଫିଲ୍ମର ଶୁଟିଂ ଜୁଲାଇ ଶେଷ ସପ୍ତାହ କିମ୍ବା ଅଗଷ୍ଟ ପ୍ରଥମ ସପ୍ତାହରେ ଆରମ୍ଭ କରିବେ ବୋଲି କୁହାଯାଉଛି। ପ୍ରଥମ ଭାଗଟି ରେକର୍ଡ ଭାଙ୍ଗିଥିବା ବେଳେ ୨ୟ ଭାଗଟି ମଧ୍ୟ ସେହିଭଳି କରିବାକୁ ନିର୍ମାତା ପ୍ରସ୍ତୁତ ହେଉଛନ୍ତି। ଏହି ଫିଲ୍ମରେ ବଲିଉଡ୍‌ର କିଛି କଳାକାରଙ୍କୁ କାଷ୍ଟ କରିପାରନ୍ତି ବୋଲି ଚର୍ଚ୍ଚା ହେଉଛି ।

Share