ଡିସେମ୍ବରରେ ଆସିବ ପୁଷ୍ପାର ପାର୍ଟ-୨

ମୁମ୍ବାଇ: ସାଉଥ୍‌ ସୁପରଷ୍ଟାର ଅଲ୍ଲୁ ଅର୍ଜୁନ-ରଶ୍ମିକା ମନ୍ଦାନାଙ୍କ ଅଭିନୀତ ଫିଲ୍ମ ‘ପୁଷ୍ପା’କୁ ନେଇ ଏବେ ଦର୍ଶକଙ୍କ ମଧ୍ୟରେ କ୍ରେଜ୍‌ ବଢିଛି। ଫିଲ୍ମକୁ ଦେଖିବା ପାଇଁ ସିନେମା ହଲ୍‌କୁ ଦର୍ଶକଙ୍କ ସୁଅ ଛୁଟୁଛି। ପୁଷ୍ପା: ଦି ରାଇଜ ସଫଳତା ପାଇସାରିଥିବା ବେଳେ ଫିଲ୍ମର ନିର୍ମାତା ପୁଷ୍ପାର ଦ୍ୱିିିତୀୟ ଭାଗ ଆସିବା ନେଇ ପ୍ରସ୍ତୁତି କରୁଛନ୍ତି। ତେବେ ସେହି ଫିଲ୍ମର ନାମ ପୁଷ୍ପା: ଦି ରୁଲ ହେବ ବୋଲି ଜଣାପଡିଛି। ରଶ୍ମିକା ଏକ ସାକ୍ଷାତକାରରେ ଫିଲ୍ମର ଶୁଟ୍‌ ଉପରେ କିଛି ଅପ୍‌ଡେଟ ଶେୟାର କରିଛନ୍ତି। ଆସନ୍ତା ମାର୍ଚ୍ଚରେ ପୁଷ୍ପା: ଦି ରୁଲ ପାଇଁ ଶୁଟିଂ ଆରମ୍ଭ କରିବେ ବୋଲି ସେ କହିଛନ୍ତି। ଫିଲ୍ମଟି ଚଳିତ ବର୍ଷ ଡିସେମ୍ବରରେ ରିଲିଜ୍‌ ହେବାର କାର୍ଯ୍ୟକ୍ରମ ରହିଛି। ରଶ୍ମିକା ଏହା ମଧ୍ୟ କହିଛନ୍ତି ଯେ, ସେ ପୁଷ୍ପା: ଦି ରୁଲ ଉପରେ କାମ ଆରମ୍ଭ କରିବାକୁ ଅପେକ୍ଷା କରିଛନ୍ତି।
ପୁଷ୍ପା ଦୁଇଟି ଭାଗରେ ରିଲିଜ୍‌ ହେବ। ୨୦୨୧ରେ ପାର୍ଟ ୧ ଏବଂ ଦ୍ୱିତୀୟଟି ୨୦୨୨ରେ ରିଲିଜ୍‌ ହେବା ନେଇ ଗତ ବର୍ଷ ମେ’ରେ ନିର୍ମାତା ଘୋଷଣା କରିଥିଲେ। ପୁଷ୍ପାର ପ୍ରଥମ ଭାଗଟି ଡିସେମ୍ବର ୧୭ରେ ପ୍ରେକ୍ଷାଳୟରେ ରିଲିଜ୍‌ ହୋଇଥିଲା। ଏହାକୁ ଲୋକମାନେ ମଧ୍ୟ ବେଶ୍‌ ପ୍ରସଂଶା କରିଛନ୍ତି। ଫିଲ୍ମଟି ଏକାସାଙ୍ଗରେ ପାଞ୍ଚଟି ଭାଷାରେ ମୁକ୍ତିଲାଭ କରିଥିଲା । ସୁକୁମାର ଏହାକୁ ନିର୍ଦ୍ଦେଶନା ଦେଇଛନ୍ତି। ପ୍ରଥମ ଭାଗଟି ସମସ୍ତ ବକ୍ସ ଅଫିସରେ ରେକର୍ଡ ଭାଙ୍ଗୁଥିବା ବେଳେ ପ୍ରଶଂସକମାନେ ଦ୍ୱିତୀୟ ଭାଗଟି କେତେ ଭଲ ହେବ ତାହା ଦେଖିବା ପାଇଁ ଅତ୍ୟଧିକ ଉତ୍ସାହିତ ଅଛନ୍ତି।

 

Share