ଆଜି ରିଲିଜ୍‌ ହେବ ‘ପୁଷ୍ପା’

ମୁମ୍ବାଇ: ବହୁ ପ୍ରତିକ୍ଷୀତ ଫିଲ୍ମ ‘ପୁଷ୍ପା’ ଶୁକ୍ରବାର ରିଲିଜ୍‌ ହେବାକୁ ଯାଉଛି। ଏହାକୁ ଦେଖିବା ପାଇଁ ଅନେକ ଦିନରୁ ଦର୍ଶକ ଅପେକ୍ଷା କରି ରହିଛନ୍ତି। ଏହି ଫିଲ୍ମରେ ଆଲୁ ଅର୍ଜୁନ, ରଶ୍ମିକା ମନ୍ଦନାକୁ ସାଙ୍ଗରେ ଦେଖିବାକୁ ପାଇବେ। ତେବେ ଏହି ଫିଲ୍ମଟି କେବଳ ତେଲୁଗୁ ଭାଷାରେ ହେବ ନାହିଁ, ହିନ୍ଦୀ, ତାମିଲ, କନ୍ନଡ ଏବଂମାଲାୟାଲମରେ ମଧ୍ୟ ପରଦାକୁ ଆସିବାକୁ ଯାଉଛି।
ରିଲିଜ୍‌ ପୂର୍ବରୁ ଫିଲ୍ମଟିର କାହାଣୀ କ’ଣ ହେବ ସେନେଇ ଅନେକ କଳ୍ପନାଜଳ୍ପନା ଚାଲିଛି। ସୁକୁମାର ଏହି ଫିଲ୍ମର ନିର୍ଦ୍ଦେଶନା ଦେଇଛନ୍ତି। ଯେଉଁଥିରେ ସୁନୀଲ, ଅନାସୁୟା ଭରଦ୍ୱାଜ ଏବଂ ଫହାଦ ଫାଜିଲ ପ୍ରମୁଖ ଭୂମିକାରେ ଅଭିନୟ କରିଛନ୍ତି। ରିଲିଜ୍‌ ପରେ ଫିଲ୍ମଟି କିପରି ହେବ ତାହା ଦେଖିବାକୁ ବାକି ରହିଲା।

Share