Categories: ବାଣିଜ୍ୟ

ଧଉଳି ଛକରେ ପୁଷ୍ପକ ହୋଟେଲ ଆଣ୍ଡ୍‌ କନ୍‌ଭେନ୍‌ଶନ ଉଦ୍‌ଘାଟିତ

ଭୁବନେଶ୍ୱର,୩।୧୦: ରାଜ୍ୟର ପ୍ରମୁଖ ଘରୋଇ ସଂସ୍ଥା ତଥା ଶ୍ୱେତପଦ୍ମା ୟୁନାଇଟେଡ ପ୍ରାଇଭେଟ ଲିମିଟେଡର ଅଗ୍ରଣୀ ହୋଟେଲ ବ୍ୟବସାୟ ୟୁନିଟ ‘ପୁଷ୍ପକ’ର/ ପୁଷ୍ପକ ଗ୍ରୁପର ନୂତନ ହୋଟେଲ ‘ପୁଷ୍ପକ ହୋଟେଲ ଆଣ୍ଡ କନ୍‌ଭେନଶନ’ ରବିବାର ଆନୁଷ୍ଠାନିକ ଭାବେ ଉଦ୍‌ଘାଟିତ ହୋଇଯାଇଛି। ଏହି ଅବସରରେ ମନ୍ତ୍ରୀ ଅଶୋକ ପଣ୍ଡା ମୁଖ୍ୟ ଅତିଥି ଭାବେ ଯୋଗଦେଇ ଏହାକୁ ଉଦ୍‌ଘାଟନ କରିଥିଲେ। ଅନ୍ୟମାନଙ୍କ ମଧ୍ୟରେ ଭୁବନେଶ୍ୱର ମେୟର ସୁଲୋଚନା ଦାସ ସମ୍ମାନିତ ଅତିଥି ଭାବେ ଯୋଗ ଦେଇଥିବାବେଳେ ପୁଷ୍ପକ ଗ୍ରୁପର ଚେୟାରମ୍ୟାନ ସୁକାନ୍ତ ଗରାବଡୁ, ନିର୍ଦ୍ଦେଶିକା ନିରୁପମା ଗରାବଡୁ, ବରିଷ୍ଠ ସଦସ୍ୟା ମଣିମାଳା ଗରାବଡୁଙ୍କ ସମେତ ଅନ୍ୟମାନେ ଉଦ୍‌ଘାଟନୀ ଉତ୍ସବରେ ଯୋଗ ଦେଇଥିଲେ। ଉଲ୍ଲେଖଯୋଗ୍ୟ, ପ୍ରାୟ ୩ ଏକର ଜମିରେ ଗଢ଼ି ଉଠିଥିବା ଏହି ନୂତନ ହୋଟେଲରେ ୩ଟି ହଲ ଓ ଗୋଟିଏ ରେଷ୍ଟୁରାଣ୍ଟ ସମେତ ୧୦ଟି ରୁମ୍‌ ରହିଛି। ବିଶେଷ କରି ପୁରୀ ଓ ଖୋର୍ଦ୍ଧା ଜିଲାର ସମସ୍ତ ପର୍ଯ୍ୟଟନସ୍ଥଳୀର କେନ୍ଦ୍ରସ୍ଥଳୀରେ ଏହି ହୋଟେଲର ଶୁଭାରମ୍ଭ ହୋଇଛି। ଏପରିକି ଧଉଳି ଭଳି ଏକ ବିଶ୍ୱସ୍ତରୀୟ ପର୍ଯ୍ୟଟନ କ୍ଷେତ୍ରର ଅତି ନିକଟରେ ଏହି ହୋଟେଲ ଅବସ୍ଥାପିତ ଥିଲାବେଳେ ପର୍ଯ୍ୟଟକଙ୍କ ସୁବିଧା ପାଇଁ ୩୧୬ ନମ୍ବର ଜାତୀୟ ରାଜପଥ କଡ଼ (ଧଉଳି ଛକ)ରେ ଏହି ହୋଟେଲ ଆନୁଷ୍ଠାନିକ ଭାବେ ଉଦ୍‌ଘାଟିତ ହୋଇଯାଇଛି।

Share