ପୁଷ୍ପେନ୍ଦ୍ରଙ୍କ ବିଶ୍ୱସ୍ତ ଏବେ ଆଶାୟୀ

ବେହେରା,୯।୨(ଭୂପେଶ ତିୱାରୀ):କଳାହାଣ୍ଡି ଜିଲାର କୋକସରା, ଧର୍ମଗଡ଼ ଓ କଲମପୁର ବ୍ଲକ ଏବଂ ଜୟପାଟଣା ବ୍ଲକର ୨ଟି ଗ୍ରାମପଞ୍ଚାୟତକୁ ନେଇ ଧର୍ମଗଡ଼ ବିଧାନସଭା ନିର୍ବାଚନମଣ୍ଡଳୀ। ଗତ ୫ଟି ନିର୍ବାଚନକୁ ଦେଖିଲେ ବିଜେଡି ପ୍ରାର୍ଥୀ ବିଜୟ ଲାଭ କରିଆସୁଛନ୍ତି। ୨୦୧୯ରେ ମୌଷଧି ବାଗ୍‌ ବିଜୟୀ ହୋଇଥିଲେ। ତା’ ପୂର୍ବରୁ ୨୦୧୪ ଓ ୨୦୦୯ରେ ପୁଷ୍ପେନ୍ଦ୍ର ସିଂଦେଓ ଧର୍ମଗଡ଼ରୁ ବିଧାୟକ ହୋଇଥିଲେ। ୨୦୦୪ ଓ ୨୦୦୦ ମସିହାରେ ବୀର ସିପ୍‌କା ବିଜେଡି ପ୍ରାର୍ଥୀ ହୋଇ ଏହି ଆସନ ଦଖଲ କରିଥିଲେ। ତେବେ ପୁଷ୍ପେନ୍ଦ୍ର ଏଠାରୁ ବିଧାୟକ ଥିବା ବେଳେ ମନ୍ତ୍ରୀ ହୋଇଥିବାରୁ ସମ୍ପୃକ୍ତ ଅଞ୍ଚଳରେ ତାଙ୍କର ପ୍ରଭାବ ରହିଥିବା କୁହାଯାଉଛି। ୨୦୧୯ରେ ବିଜେଡି ତାଙ୍କୁ ଲୋକ ସଭା ନିର୍ବାଚନରେ ଲଢ଼ିବା ଲାଗି ସୁଯୋଗ ଦେଇଥିଲେ ମଧ୍ୟ ସେ ଭାଜପାର ବସନ୍ତ ପଣ୍ଡାଙ୍କଠାରୁ ହାରିଯାଇଥିଲେ। ତେଣୁ ଆଗାମୀ ନିର୍ବାଚନରେ ପୁଷ୍ପେନ୍ଦ୍ର ଲୋକ ସଭା ପାଇଁ ନ ଲଢ଼ି ଧର୍ମଗଡ଼ ବିଧାନସଭାରୁ ଦଳୀୟ ପ୍ରାର୍ଥୀ ହେବାକୁ ଲକ୍ଷ୍ୟ ରଖିଛନ୍ତି। ବର୍ତ୍ତମାନ ମୌଷଧି ବାଗ୍‌ ବିଧାୟକ ଥିବାରୁ ଏହି ଆସନରୁ ଦଳୀୟ ଟିକେଟ ପାଇବା ଲାଗି ଲବି କରୁଛନ୍ତି। ବିରୋଧୀ ଭାଜପା ଓ କଂଗ୍ରେସରେ ଏକାଧିକ ଆଶାୟୀ ଥିଲେ ମଧ୍ୟ ବିଜେଡିର ଗଡ଼ ପାଲଟିଯାଇଥିବା ଧର୍ମଗଡ଼ରେ ଶାସକ ଦଳରୁ କିଏ ପ୍ରାର୍ଥୀ ହେବେ, ତାହା ଉପରେ ସମସ୍ତଙ୍କ ନଜର କେନ୍ଦ୍ରିଭୂତ।
୨୦୧୯ରେ ପୁଷ୍ପେନ୍ଦ୍ର ସିଂଦେଓଙ୍କୁ ଏମ୍‌ପି ଟିକେଟ ମିଳିବା ପରେ ତାଙ୍କ ସମର୍ଥିତ ପ୍ରାର୍ଥୀ ହିସାବରେ ମୌଷଧିଙ୍କୁ ଦଳ ଟିକେଟ ଦେଇଥିଲା। ରାଜନୈତିକ ସମୀକ୍ଷକଙ୍କ ମତରେ ଯେହେତୁ ପୁଷ୍ପେନ୍ଦ୍ର ଗତ ଲୋକ ସଭା ନିର୍ବାଚନ ହାରିଯାଇଥିଲେ, ସେହେତୁ ଧର୍ମଗଡ଼ ବିଧାନସଭା କ୍ଷେତ୍ରକୁୁ ସୁରକ୍ଷିତ ମନେ କରୁଛନ୍ତି। ସେଥିପାଇଁ ସେ ବର୍ତ୍ତମାନ ନିର୍ବାଚନମଣ୍ଡଳୀରେ ପ୍ରଚାର ପ୍ରସାର କରିବା ସହ ନିଜ ସଙ୍ଗଠନ ସଜାଡୁ ଥିବା ଦେଖିବାକୁ ମିଳୁଛି। ପୁଷ୍ପେନ୍ଦ୍ର ଲୋକସମ୍ପର୍କ ବଢ଼ାଉଥିବାରୁ ମୌଷଧି ଅଡ଼ୁଆରେ ପଡ଼ି ଯାଇଛନ୍ତି। ତାଙ୍କ କ୍ୟାରିୟର ସନ୍ଦିହାନ ହେବା ଆଶଙ୍କା କରାଗଲାଣି। କିନ୍ତୁ ସେ ଓବିସି ବର୍ଗ ମଧ୍ୟରେ ପ୍ରମୁଖ ଚେହେରା ହୋଇଥିବାରୁ ବିଧାୟକ ଭାବେ ନିଜର ବଡ଼ ସମର୍ଥକ ଗୋଷ୍ଠୀ ସୃଷ୍ଟି କରିପାରିଛନ୍ତି। ସେହିମାନଙ୍କୁ ଆଧାର କରି ସେ ଆଗାମୀ ନିର୍ବାଚନ ଲଢ଼ିବାକୁ କସରତ କରୁଥିବା ଦେଖାଯାଉଛି। ସେହିପରି ଧର୍ମଗଡ଼ ଏନ୍‌ଏସି ଉପାଧ୍ୟକ୍ଷା ମନିଶା ମିଶ୍ର ସମ୍ପୃକ୍ତ ଅଞ୍ଚଳରେ ବିଜେଡିର ନେତ୍ରୀ ଭାବେ ବେଶ୍‌ ଜଣାଶୁଣା। ସେ ଲୋକଙ୍କ ସମର୍ଥନ ପାଇବା ଲାଗି ନିଜ ସ୍ତରରେ ଉଦ୍ୟମ କରୁଛନ୍ତି। ବିଭିନ୍ନ ସଭାସମିତି, ସାଂସ୍କୃତିକ ଓ କ୍ରୀଡ଼ା ଅନୁଷ୍ଠାନରେ ତାଙ୍କୁ ଲୋକେ ଅତିଥି ଭାବେ ନିମନ୍ତ୍ରଣ କରୁଥିବା ଦେଖାଯାଉଛି। ଆସନ୍ତା ନିର୍ବାଚନରେ ଜଣେ ନେତ୍ରୀଙ୍କୁ ଦଳୀୟ ଟିକେଟ ମିଳିପାରେ ବୋଲି ସାଧାରଣରେ ଚର୍ଚ୍ଚା ମଧ୍ୟ ଜୋର ଧରିଛି। ତାଙ୍କ ସ୍ବାମୀ ବିବେକ ରଞ୍ଜନ ମିଶ୍ର ଦୀର୍ଘବର୍ଷରୁ ବିଜେଡିର ଦୃଢ଼ ସଙ୍ଗଠକ ହିସାବରେ କାମ କରି ଆସୁଥିବା ବେଳେ ଧର୍ମଗଡ଼ ସମେତ ଦଣ୍ଡପାଟ ଅଞ୍ଚଳରେ ତାଙ୍କର ପତିଆରା ରହିଥିବା କୁହାଯାଉଛି।
ଅନ୍ୟପକ୍ଷରେ ଧର୍ମଗଡ଼ ଭାଜପାରେ ମଧ୍ୟ ଏକାଧିକ ଆଶାୟୀ। ସୁଧୀର ପଟଯୋଶୀ, ଲକ୍ଷ୍ମୀକାନ୍ତ ବାଗ୍‌, ବିଜୟ ଦେବ ସାହୁ ତୃଣମୂଳସ୍ତରରେ ଅନେକ ବର୍ଷରୁ କାମ କରୁଥିବା ବେଳେ ବର୍ତ୍ତମାନ ରବୀନ୍ଦ୍ର ପଟଯୋଶୀ ଭାଜପାକୁ ଘରବାହୁଡ଼ା କରି ସମସ୍ତଙ୍କୁ ଚକିତ କରିଦେଇଛନ୍ତି । ୨୦୧୯ରେ ଭାଜପାରୁ ପ୍ରାର୍ଥୀ ହୋଇଥିବା ଅନନ୍ତ ପ୍ରସାଦ ଦେଓ ବର୍ତ୍ତମାନ ନୀରବ ହୋଇଯାଇଥିବା ଦେଖାଯାଉଛି।
ସେପଟେ ଗତ ନିର୍ବାଚନରେ ପ୍ରାର୍ଥୀ ହୋଇଥିବା କଂଗ୍ରେସର ଟାଣୁଆ ନେତା ଦିଗାମ୍ବର ଦୁରିଆ ସେହି ଅଞ୍ଚଳର ବହୁ ସଙ୍ଗଠନ ସହ ସୁସମ୍ପର୍କ ରଖିଥିବା ଜଣାଯାଏ। ସମୃଦ୍ଧ ଓଡ଼ିଶାରୁ ଆସି ସେ କଂଗ୍ରେସରେ ଯୋଗଦାନ କରିବା ଦିନରୁ ଧର୍ମଗଡ଼ ସଙ୍ଗଠନ ମଜଭୁତ ହୋଇଥିବା ଦଳୀୟ କର୍ମୀ କହୁଛନ୍ତି। କଂଗ୍ରେସର ବରିଷ୍ଠ ନେତା ଭକ୍ତ ଦାସଙ୍କ ସେ ଅତି ନିକଟତମ ବ୍ୟକ୍ତି ବୋଲି କୁହାଯାଉଛି। ଏଥିସହିତ ସେ ଏସ୍‌ଟି, ଏସ୍‌ସି, ଓବିସି ମିଳିତ ମଞ୍ଚର ଆବାହକ ହୋଇଥିବାରୁ ଦଳ ତାଙ୍କୁ ପ୍ରାଥମିକତା ଦେବ ବୋଲି ଚର୍ଚ୍ଚା ଜୋର ଧରିଛି। ତାଙ୍କ ବ୍ୟତୀତ ଡାକେଶ୍ବର ଲହଜଳ, ତୁଷାର ପଟଯୋଶୀଙ୍କ ଭଳି ନେତାମାନେ ମଧ୍ୟ ଆଶାୟୀ ଅଛନ୍ତି। ଶୁଣିବାକୁ ମିଳୁଛି ଜିଲା ଯାଦବ ମହିଳା ନେତ୍ରୀ ରଶ୍ମିରେଖା ରାଉତଙ୍କର କଂଗ୍ରେସରେ ପ୍ରଭାବ ଥିବାରୁ ସେ ଦଳୀୟ ଟିକେଟ ପାଇବା ପାଇଁ ଜୋରଦାର କସରତ କରୁଛନ୍ତି। ଓବିସି ବର୍ଗ ସମେତ ଅନେକ ସଙ୍ଗଠନ, ସାମାଜିକ ବର୍ଗ ତାଙ୍କ ସମର୍ଥନରେ ରହିଥିବା କୁହାଯାଉଛି।
ଦେଖିବାକୁ ଗଲେ ସବୁ ଦଳ ମଧ୍ୟରେ ଏକାଧିକ ଆଶାୟୀ ରହି ନିଜ ନିଜ ସ୍ତରରେ ପ୍ରସ୍ତୁତି ଆରମ୍ଭ କରିଦେଇଛନ୍ତି। ହେଲେ କେଉଁ ଦଳରୁ କେଉଁମାନେ ପ୍ରାର୍ଥୀ ହେଉଛନ୍ତି, ସେମାନଙ୍କ ବିଜୟ ସେମାନଙ୍କ ବ୍ୟକ୍ତିତ୍ୱ ଓ ଲୋକପ୍ରିୟତା ଉପରେ ନିର୍ଭର କରୁଛି।


Enter your email to get our daily news in your inbox.

All Right Reserved By Dharitri.Com

କାଲି ଆସିବ ବଡ଼ ନିଷ୍ପତ୍ତି, ଭରତପୁର ଘଟଣାରେ ପୋଲିସର ଭୁବନେଶ୍ୱରରେ ବସିବ ବଡ଼ ବୈଠକ

ଭୁବନେଶ୍ୱର,୨୧।୯: ତୀବ୍ର ହେଲା ଭରତପୁର ପୋଲିସ-ମେଜର ବିବାଦ। ଘଟଣାକୁ ନେଇ ବଡ଼ ବୈଠକ ଡାକିଲା ଓଡ଼ିଶା ପୋଲିସ ସେବା ସଂଘ। ଏନେଇ ରବିବାର ଭୁବନେଶ୍ବରରେ ବସିବ...

୫୦ ଟଙ୍କା ନେଇ ଧରାପଡ଼ିଲେ ମୋ ସେବା କେନ୍ଦ୍ର ମାଲିକ

ରାଉରକେଲା,୨୧।୯(ସଙ୍ଗୀତା ଜେନା): ପ୍ଲାଣ୍ଟସାଇଟ୍‌ ଥାନା ଅନ୍ତର୍ଗତ ଷ୍ଟେଶନ ରୋଡ୍‌ରେ ଥିବା ଏକ ମୋ ସେବା କେନ୍ଦ୍ରର ମାଲିକ ସୁଭଦ୍ରା ଯୋଜନା ପାଇଁ ହିତାଧିକାରୀଙ୍କୁ ୫୦ ଟଙ୍କା...

ଲାଞ୍ଚ ନେଇ ଧରା ପଡିଲେ ୨ ପୋଲିସ ବାବୁ, ଜବତ ବାଇକ୍‌ ଫେରାଇବା ପାଇଁ…

ନବରଙ୍ଗପୁର,୨୧।୯: ଲାଞ୍ଚ ନେଇ ଧରାପଡ଼ଛନ୍ତି ୨ ପୋଲିସ କର୍ମଚାରୀ। ନବରଙ୍ଗପୁର ପାପଡ଼ାହାଣ୍ଡି ଥାନାର ୨ କର୍ମଚାରୀ ଲାଞ୍ଚ ନେଉଥିବା ଅବସ୍ଥାରେ ଧରା ପଡିଛନ୍ତି। ସେମାନେ ହେଲେ...

ଏମାନଙ୍କୁ ଆଦୌ ମିଳିବନି ସୁଭଦ୍ରା ଟଙ୍କା, ଆବେଦନ କଲେ ବି କଟିଯିବ…

ଭୁବନେଶ୍ୱର,୨୧।୯: ସୁଭଦ୍ରା ଯୋଜନାର ଶୁଭାରମ୍ଭ ପରେ ୨୫ ଲକ୍ଷ ମହିଳାଙ୍କ ଆକାଉଣ୍ଟକୁ ଟଙ୍କା ଯାଇଛି। ପ୍ରାୟ ୧୨ ଶହ ୫୦ କୋଟି ଟଙ୍କା ସୁଭଦ୍ରା ହିତାଧିକାରୀଙ୍କ...

ଅଭିଯୋଗ ପ୍ରକୋଷ୍ଠରେ ରହିବେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ, ନିଜ ଘର ଦେଇଦେଲେ…

ଭୁବନେଶ୍ୱର,୨୧।୯: ଉଦାହରଣ ସୃଷ୍ଟିକଲେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ। ଲୋକଙ୍କ ପାଇଁ ନିଜ ଘର ଦେଇଦେଲେ ମୁଖ୍ୟମନ୍ତ୍ରୀ। କେନ୍ଦୁଝରରେ ଥିବା ନିଜ ମଣ୍ଡୁଆ ବାସଭବନକୁ ଲୋକଙ୍କୁ ଉତ୍ସର୍ଗ...

ଗୋଟିଏ ଟ୍ରାକ୍‌ରେ ୨ ଟ୍ରେନ୍‌ ସାମ୍‌ନା ସାମ୍‌ନି

ରାଉରକେଲା,୨୧।୯(ଦିନେଶ ମିଶ୍ର): ରାଉରକେଲା ବାସନ୍ତୀ ରେଲୱେ ଓଭରବ୍ରିଜ ନିକଟରେ ଶନିବାର ଗୋଟିଏ ରେଳ ଦୁର୍ଘଟଣା ଟଳିଯାଇଛି। ଗୋଟିଏ ରେଳ ଟ୍ରାକ୍‌ରେ ଗୋଟିଏ ମାଲବାହୀ ଓ ଅନ୍ୟଟି...

ସୃଷ୍ଟିହେଲା ୨ଟି ଘୂର୍ଣ୍ଣିବଳୟ, ୧୨ଜିଲାରେ ଅତି ପ୍ରବଳ ବର୍ଷିବ

ଭୁବନେଶ୍ୱର,୨୧।୯: ବଙ୍ଗୋପସାଗର ଓ ତତ୍‌ ସଂଲଗ୍ନ ଅଞ୍ଚଳରେ ୨ଟି ଘୂର୍ଣ୍ଣିବଳୟ ସକ୍ରିୟ ରହିଛି । ଏହାର ପ୍ରଭାବରେ ୨୩ ତାରିଖ ସୁଦ୍ଧା ଲଘୁଚାପ କ୍ଷେତ୍ର ସୃଷ୍ଟି...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri