ଘରର ଏସବୁ ସ୍ଥାନରେ ରଖନ୍ତୁ ଦର୍ପଣ: ହେବ ଧନ ବର୍ଷା

ବାସ୍ତୁବିତ୍‌ଙ୍କ ଅନୁଯାୟୀ, ଯଦି ଘରେ ଦର୍ପଣକୁ ସଠିକ ଦିଗରେ ରଖାଯାଏ ନାହିଁ, ତେବେ ଏହା ବ୍ୟକ୍ତିଙ୍କ ଜୀବନ ଉପରେ ନକାରାତ୍ମକ ପ୍ରଭାବ ପକାଇପାରେ। ବାସ୍ତୁଶାସ୍ତ୍ର ଅନୁଯାୟୀ ସକାରାତ୍ମକ ଶକ୍ତି ସର୍ବଦା ପୂର୍ବରୁ ପଶ୍ଚିମ ଏବଂ ଉତ୍ତରରୁ ଦକ୍ଷିଣକୁ ଗତି କରିଥାଏ। ଦର୍ପଣକୁ ପୂର୍ବ କିମ୍ବା ଉତ୍ତର କାନ୍ଥରେ ଲଗାଇବା ଉଚିତ୍‌। ଯେପରି ଦେଖୁଥିବା ଲେକଙ୍କ ମୁହଁ ପୂର୍ବ କିମ୍ବା ଉତ୍ତର ଦିଗକୁ ରହିବ। ଦକ୍ଷିଣ କିମ୍ବା ପଶ୍ଚିମ କାନ୍ଥରେ ଥିବା ଦର୍ପଣ ବିପରୀତ ଦିଗରୁ ଆସୁଥିବା ଶକ୍ତି ପ୍ରତିଫଳିତ କରେ ।

> ଘରେ ଏକ ଦର୍ପଣ ରଖିବା ପାଇଁ ସର୍ବୋତ୍ତମ ଦିଗ ଉତ୍ତର, ପୂର୍ବ କିମ୍ବା ଉତ୍ତର-ପୂର୍ବ ଦିଗ ବୋଲି ବିବେଚନା କରାଯାଏ। ଏହି ଦିଗରେ ଏକ ଦର୍ପଣ ରଖିବା ଦ୍ୱାରା ଘରେ ସୁଖ ଏବଂ ସମୃଦ୍ଧି ବଢ଼ିଥାଏ।

> ଆଲମାରୀ ସାମ୍ନାରେ ରଖାଯାଇଥିବା ଦର୍ପଣ ଧନ ବଢ଼ାଇଥାଏ।

> ଦର୍ପଣର କୌଣସି ସ୍ଥାନରୁ ଟିକେ ବି ଭାଙ୍ଗିବା ଉଚିତ୍‌ ନୁହେଁ। ଆହୁରି ମଧ୍ୟ, ପରିଷ୍କାର ହେବା ଅତ୍ୟନ୍ତ ଜରୁରୀ

ଶୋଇବା ଘରେ ଦର୍ପଣ ଲଗାଇବା ସମୟରେ ବିଶେଷ ଯତ୍ନ ନେବା ଉଚିତ୍‌। ଦର୍ପଣକୁ ଏପରି ସ୍ଥାନରେ ରଖନ୍ତୁ ଯେପରି ଶୋଇବା ସମୟରେ ଶରୀରର କୌଣସି ଅଂଶ ଦୃଶ୍ୟମାନ ନ ହୁଏ, କାରଣ ଏହା ସ୍ବାସ୍ଥ୍ୟଗତ ସମସ୍ୟା ସୃଷ୍ଟି କରେ।

> ଯଦି ରୁମ୍‌ ଛୋଟ ଥିବାରୁ ଦର୍ପଣକୁ ଶଯ୍ୟା ସାମ୍ନାରେ ରଖୁଥାନ୍ତି ତେବେ ରାତିରେ ଶୋଇବା ସମୟରେ ଦର୍ପଣରେ ଏକ କପଡ଼ାରେ ଘୋଡାନ୍ତୁ। ଏହାର ନକାରାତ୍ମକ ପ୍ରଭାବ ପଡ଼ିବ ନାହିଁ ।

> ଘରେ ଦକ୍ଷିଣ ଏବଂ ପଶ୍ଚିମ ଦିଗରେ ଦର୍ପଣ ଲଗାନ୍ତୁ ନାହିଁ, ଏହା ଅସନ୍ତୋଷ କିମ୍ବା ଅସୁବିଧାକୁ ବଢ଼ାଇଥାଏ।


Enter your email to get our daily news in your inbox.

All Right Reserved By Dharitri.Com

ଶେଯରେ ବସି ଖାଉଥିଲେ ନିହାତି ଜାଣନ୍ତୁ..

ପୂର୍ବେ, ଲୋକମାନେ ଭୂମି ଉପରେ ଚକା ପକାଇ ଭୋଜନ କରୁଥିଲେ। କିନ୍ତୁ ପରିବର୍ତ୍ତିତ ସମୟାନୁସାରେ ଏହାର ସ୍ଥାନ ଡାଇନିଂ ଟେବୁଲ୍‌ ନେଇଗଲା। ହେଲେ ଏବେ ବି...

ଦଶହରାରେ କ’ଣ କଲେ ହୁଏ ଶୁଭ, ଜାଣନ୍ତୁ ….

ଦଶହରାରେ ଘରକୁ ପରିଷ୍କାର ପରିଚ୍ଛନ୍ନ କରିବା ସହ ମା’ଙ୍କ କୃପା ଲଭିବାକୁ ଘରେ ଘରେ ସ୍ବତନ୍ତ୍ର ପୂଜାବିଧିର ଆୟୋଜନ କରାଯାଇଥାଏ। ତେବେ ବାସ୍ତୁଶାସ୍ତ୍ର ଅନୁସାରେ, ଏମିତି...

ଏହି ୨ ଗୁଣ ଶତ୍ରୁଙ୍କୁ କରିଦେବ ମିତ୍ର ଚାଣକ୍ୟ କହିଲେ…

ଚାଣକ୍ୟ ନିଜର ନୀତିଶାସ୍ତ୍ରରେ ମନୁଷ୍ୟ ଜୀବନ ସହ ଜଡ଼ିତ ବିଭିନ୍ନ ସମସ୍ୟା ଓ ତା’ର ନିଦାନ ସମ୍ପର୍କରେ ବର୍ଣ୍ଣନା କରିଛନ୍ତି। ଏହି ନୀତିକୁ ଆପଣାଇବା ଦ୍ୱାରା...

କଦାପି ଏହି ୪ ସ୍ବଭାବର ବ୍ୟକ୍ତିଙ୍କୁ ନିଜ ଘରକୁ ଡାକନ୍ତୁ ନାହିଁ, ପଶ୍ଚାତାପ କରିବେ; ଜାଣନ୍ତୁ ଏଭଳି କାହାକୁ କହିଛନ୍ତି ଚାଣକ୍ୟ…

କଥାରେ ଅଛି ‘ଅତିଥି ଦେବୋ ଭବଃ’। ଅର୍ଥାତ ଅତିଥି ହେଉଛନ୍ତି ଭଗବାନଙ୍କ ସ୍ବରୂପ। କୁହାଯାଏ ଯେ ଭଗବାନ ଯେକୌଣସି ସମୟରେ ଯେକୌଣସି ରୂପରେ ଆସିପାରନ୍ତି। ହିନ୍ଦୁ...

ଅନ୍ୟ ଉପରେ ସହଜରେ ବିଶ୍ୱାସ କରୁଛନ୍ତି କି? ମନେରଖନ୍ତୁ…

ଆଚାର୍ଯ୍ୟ ଚାଣକ୍ୟ ନିଜର ନୀତିଶାସ୍ତ୍ରରେ ମନୁଷ୍ୟ ଜୀବନ ସହ ଜଡ଼ିତ ବିଭିନ୍ନ ବିଷୟରେ ଉଲ୍ଲେଖ କରାଯାଇଛି। ଏହାକୁ ମାନିଲେ ଯେକେହି ସଫଳ ଏବଂ ସୁଖୀ ଜୀବନ...

ବଢୁଛି କଫି କ୍ରେଜ୍‌

ଦୁନିଆର ସବୁଠାରୁ ଲୋକପ୍ରିୟ ପାନୀୟ ମଧ୍ୟରୁ କଫି ଅନ୍ୟତମ। କଫି ପ୍ରେମୀମାନେ ଦୁନିଆର ପ୍ରତ୍ୟେକ କୋଣରେ ଦେଖିବାକୁ ମିଳେ। ଭାରତ ଭଳି ଦେଶରେ କଫି ଏବଂ...

ରକ୍ତ ଦାନ, ମହତ କାମ: ସ୍ବେଚ୍ଛାକୃତ ରକ୍ତଦାନ ପାଇଁ ଆଗେଇ ଆସନ୍ତୁ

ରକ୍ତ ଦାନ ହେଉଛି ଏକ ମହତ କାମ। କାରଣ ରକ୍ତ ଦାନ କରି ଜଣେ ଅନ୍ୟ ଜଣଙ୍କର ଜୀବନ ରକ୍ଷା କରିପାରିବେ। ପ୍ରତିବର୍ଷ ଅକ୍ଟୋବର ୧ରେ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri