
ସୋସିଆଲ ମିଡିଆରେ କିଛି ନା କିଛି ନୂତନ ଭିଡିଓ ଏବଂ ଫଟୋ ଭାଇରାଲ ହେଉଛି। ସେଥିରୁ କେତେକ ଭିଡିଓ ଏବଂ ଫଟୋ ହସର ଖୋରାକ ଯୋଗାଉଥିବା ବେଳେ କେତେକ ଭାବପ୍ରବଣ କରିଦିଏ। ସେହିଭଳି ଟୁଇଟରରେ ଏବେ ଏକ ଭିଡିଓ ଭାଇରାଲ ହେବାରେ ଲାଗିଛି।
ଦୀପାବଳି ଲାଗି ଜଣେ ବ୍ୟକ୍ତିଙ୍କୁ ବାଣ ଫୁଟାଉଥିବା ଦେଖିବାକୁ ମିଳୁଛି। ବ୍ୟକ୍ତି ଜଣଙ୍କ ଗୋଟିଏ ପରେ ଗୋଟିଏ ବାଣକୁ ସିଗାରେଟ ନିଆଁରେ ଫୁଟାଉ ଥିବା ଦେଖିବାକୁ ମିଳୁଛି। ଭିଡିଓକୁ ଭାରତୀୟ ବନସେବା ଅଧିକାରୀ ସୁଶାନ୍ତ ନନ୍ଦ ତାଙ୍କ ଟୁଇଟରରେ ଶେୟାର କରିଛନ୍ତି। ଭିଡିଓଟି ଅଧିକ ଭାଇରାଲ ହେବାରେ ଲାଗିଛି।
The founder of NASA was definitely from India
pic.twitter.com/lbWlbjHB07
— Susanta Nanda (@susantananda3) October 21, 2022