Categories: ଜାତୀୟ

ଭୋଟ ଅଧିକାର ପୂର୍ବରୁ ବଞ୍ଚତ୍ବା ଅଧିକାର ଦିଅ

ଇମ୍ପାଲ,୯ା୪(ପି.ଟି.): ଯେଉଁ ସ୍ଥାନ ମୋର ହୋଇ ରହିନାହିଁ, ସେଠାରୁ କାହିଁକି ଜଣେ ପ୍ରତିନିଧିଙ୍କୁ ନିର୍ବାଚିତ କରିବି ବୋଲି ମଣିପୁର ହିଂସାରେ ଘରଦ୍ୱାର ହରାଇଥିବା ନୋବି ନାମକ ଜଣେ ବିସ୍ଥାପିତ ପ୍ରଶ୍ନ କରିଛନ୍ତି। ମଣିପୁର ହିଂସା ବେଳେ ତାଙ୍କ ଘରକୁ ଜାଳିଦିଆଯାଇଥିଲା। ହିଂସାକାଣ୍ଡକୁ ୧୧ ମାସ ପୂରିଥିବାବେଳେ ସେମାନେ ଏବେ ବି ରିଲିଫ୍‌ କ୍ୟାମ୍ପ୍‌ରେ ମୁଣ୍ଡ ଗୁଞ୍ଜିଛନ୍ତି। କେବଳ ୪୨ ବର୍ଷୀୟ ନୋବି ନୁହନ୍ତି ସମସ୍ତ ବିସ୍ଥାପିତଙ୍କ ସମାନ ଦାବି ‘ଭୋଟ ଅଧିକାର ପୂର୍ବରୁ ବଞ୍ଚତ୍ବା ଅଧିକାର ଦିଅ’, ‘ନିର୍ବାଚନ ପୂର୍ବରୁ ଶାନ୍ତି ଦିଅ’। ଏହି ଉତ୍ତର-ପୂର୍ବାଞ୍ଚଳରେ ଗତବର୍ଷ ମେ’ରେ ଜାତିଗତ ହିଂସାକାଣ୍ଡ ପରେ ବିଭିନ୍ନ ସମୟରେ ସଂଘର୍ଷ ଲାଗିରହିଥିବାରୁ ବିସ୍ଥାପିତମାନେ ସେମାନଙ୍କ ଭିଟାମାଟିକୁ ଫେରିପାରି ନାହାନ୍ତି। ୨୦୧୯ ନିର୍ବାଚନ ବେଳେ ଏହି ରାଜ୍ୟରୁ ୮୨ ପ୍ରତିଶତ ମତଦାନ ହୋଇଥିବାବେଳେ ଏଥର ଜାତିଆଣ ହିଂସା ନିର୍ବାଚନରେ ପ୍ରତିବନ୍ଧକ ସାଜିଛି। ବର୍ତ୍ତମାନର ସ୍ଥିତିରେ ସେଠାରେ ନିର୍ବାଚନର ପ୍ରାସଙ୍ଗିକତାକୁ ନେଇ ବିଭିନ୍ନ ସିଭିଲ ସୋସାଇଟି ଗ୍ରୁପ୍‌ ପ୍ରଶ୍ନ କରିଛନ୍ତି।

Share