Categories: Uncategorized

ମହିଳାମାନେ ଡେଟ୍‌ରେ ଗଲାବେଳେ ବ୍ୟାଗ୍‌ରେ ରଖନ୍ତୁ ଏହି ଜିନିଷ: ରହିବେ ସୁରକ୍ଷିତ

ବର୍ତ୍ତମାନ ସମୟର ଯୁବପିଢ଼ି ପାର୍ଟନରଙ୍କ ସହିତ ଅଧିକ ସମୟ ବିତାଇବାକୁ ଚାହୁଁଛନ୍ତି। ସେଥିଲାଗି ସେମାନେ ନିଜ ନିଜ ପାର୍ଟନରଙ୍କ ସହ ଡେଟ୍‌ରେ ଯିବାକୁ ପସନ୍ଦ କରିଥାନ୍ତି। ତେବେ ଏହି ଡେଟ୍‌ରେ ଯିବା ସମୟରେ ଝିଅମାନେ କିଛି ଜିନିଷ ନେବାକୁ ଭୁଲି ଯାଇଥାନ୍ତି, ଯେଉଁଥିପାଇଁ ଅସୁବିଧା ହୋଇଥାଏ। ତେବେ ଜାଣନ୍ତୁ ସେ ସବୁ ସମ୍ପର୍କରେ…

– ପାର୍ଟନରଙ୍କ ସହିତ ଡେଟ୍‌ରେ ଯିବା ସମୟରେ ବ୍ୟାଗରେ ଏଟିଏମ୍‌ କାର୍ଡ ନେବାକୁ ଭୁଲନ୍ତୁ ନାହିଁ। ଅଧିକାଂଶ ସମୟ ପାର୍ଟନର ବିଲ୍‌ ଦେଲା ବେଳେ କାର୍ଡ କାମ କରି ନ ଥାଏ। ଏହି ସମୟରେ ଆପଣ ଆପଣଙ୍କ କାର୍ଡର ବ୍ୟବହାର କରି ପାର୍ଟନରଙ୍କୁ ଚିନ୍ତାମୁକ୍ତ କରାଇପାରିବେ।

– ଡେଟ୍‌ରେ ଯିବା ସମୟରେ ଲିପ୍‌ଷ୍ଟିକ ନେବାକୁ ଭୁଲନ୍ତୁ ନାହିଁ। ଖାଇବା ସମୟରେ ଲିପ୍‌ଷ୍ଟିକ ଖରାପ ହୋଇପାରେ। ଖାଇବା ପରେ ଏହାକୁ ଲଗେଇଲେ ମୁହଁର ସୌନ୍ଦର୍ଯ୍ୟ ପୂର୍ବପରି ରହିବ।

– ଯଦି ଅନୁଭବ କରନ୍ତି, ଆପଣଙ୍କ ଶରୀରରୁ ଦୁର୍ଗନ୍ଧ ବାହାରୁଛି, ତେବେ ବ୍ୟାଗରେ ରଖିଥିବା ସେଣ୍ଟ୍‌ ବ୍ୟବହାର କରନ୍ତୁ।

– ଯଦି କାହା ସହ ପ୍ରଥମ ଥର ଡେଟ୍‌ରେ ଯାଉଛନ୍ତି, ଏସବୁ ନେବାକୁ ଯେପରି ଭୁଲି ନ ଯାଆନ୍ତି।