ଆମ ସୀମାରେ ପ୍ରବେଶ କରିଛନ୍ତି ୟୁକ୍ରେନ୍ ଆକ୍ରମଣକାରୀ ନାଗରିକଙ୍କ ଉପରେ କରିଛନ୍ତି ଗୁଳି ବର୍ଷଣ, ଯୁଦ୍ଧ ମଧ୍ୟରେ ପୁଟିନଙ୍କ ଦାବି

ମସ୍କୋ,୩ ।୩: ରୁଷିଆ ରାଷ୍ଟ୍ରପତି ଭ୍ଲାଡିମିର ପୁଟିନ ୟୁକ୍ରେନ ଉପରେ ଏକ ବଡ ଅଭିଯୋଗ ଆଣିଛନ୍ତି । ପୁଟିନ ଦାବି କରିଛନ୍ତି, କି ୟୁକ୍ରେନର ଏକ ବଡ ଗ୍ରୁପ ଗୁରୁବାର ରୁଷିଆ ସୀମାରେ ପ୍ରବେଶ କରିଛନ୍ତି ଓ ଆତଙ୍କବାଦୀ ଭଳି ସାଧାରଣ ନାଗରିକଙ୍କୁ ଗୁଳି କରିଛନ୍ତି । କୁହାଯାଉଛି କି ଏହି ଘଟଣା ପରେ ରୁଷିଆ ଅସ୍ତବ୍ୟସ୍ତ ହୋଇପଡିଛି । ଏହାପରେ ସଂଘର୍ଷ ଆହୁରି ଅଧିକ ହୋଇପାରେ ବୋଲି ଅନୁମାନ କରାଯାଉଛି ।

ବ୍ରାଂସ୍କ ଅଞ୍ଚଳର ଗଭର୍ନର କହିଛନ୍ତି, ୟୁକ୍ରେନର ଆକ୍ରମଣକାରୀ ଏକ ସୀମାବର୍ତ୍ତି ଗାଁ ଲ୍‌ୟୁବେଚାନେରେ ଜଣେ ନାଗରିକଙ୍କ କାର ଉପରକୁ ଗୁଳି କରିଥିଲେ, ଯେଉଁଥିରେ ୨ ଜଣଙ୍କ ମୃତ୍ୟୁ ହେବା ସହ ଜଣେ ୧୦ ବର୍ଷୀୟ ବାଳକ ଆହତ ହୋଇଥିଲେ । ଏପଟେ ୟୁକ୍ରେନ ରୁଷିଆର ଏହି ଦାବିକୁ ଖଣ୍ଡନ କରିଛି ।
ରାଷ୍ଟ୍ରପତି ଭ୍ଲାଡିମିର ପୁଟିନ ରୁଷିଆର ଏକ ଷ୍ଟେଟ ଟେଲିଭିଜନରେ କହିଛନ୍ତି, ୟୁକ୍ରେନ ପୁଣିଥରେ ଆତଙ୍କବାଦୀ କାର୍ଯ୍ୟ କରିଛି, ସୀମାରେ ପ୍ରବେଶ କରିଛି ଓ ନାଗରିକଙ୍କ ଉପରକୁ ଗୁଳି ଚଳାଇଛି । ସେମାନେ ଦେଖିଥିଲେ ଏହା ଏକ ନାଗରିକ କାର ଥିଲା ଯେଉଁଥିରେ ଲୋକମାନେ ଓ ପିଲାମାନେ ବସିଥିଲେ । ଏହା ଉପରକୁ ସେମାନେ ଫାୟାରିଂ କରି ଦେଇଥିଲେ । ଏହି ଲୋକମାନେ ଆମକୁ ଐତିହାସିକ ସ୍ମୃତିରୁ ବଞ୍ଚିତ କରିବାର କାର୍ଯ୍ୟ ସ୍ଥିର କରିଛନ୍ତି । ହେଲେ ସେମାନେ କିଛି ହାସଲ କରିପାରିବେନି, ଆମେ ସେମାନଙ୍କ ଉପରେ ଚାପ ପକାଇବୁ ।

Share