ପ୍ରଭାବ ପକାଇଲା ଇସ୍ତାନବୁଲ ବାର୍ତ୍ତା: ପୁଟିନ୍‌-ଜେଲେନ୍‌ସ୍କିଙ୍କ ମଧ୍ୟରେ ହୋଇପାରେ ସାକ୍ଷାତକାର

ଇସ୍ତାନବୁଲ,୨୯।୩: ତୁର୍କୀର ଇସ୍ତାନବୁଲରେ ରୁଷିଆ ଓ ୟୁକ୍ରେନ ମଧ୍ୟରେ ମଙ୍ଗଳବାର ଶାନ୍ତିପୂର୍ଣ୍ଣ ଆଲୋଚନା ହୋଇଛି। ଦିର୍ଘ ୩ଘଣ୍ଟା ଧରି ଏହି ବୈଠକ ଚାଲିଥିଲା। ଏହି ବୈଠକ ପରେ ରୁଷିଆ ମୁଖ୍ୟ ମଧ୍ୟସ୍ଥି ଭ୍ଲାଡିମିର ମେଣ୍ଡେସ୍କି ସକାରାତ୍ମକ ବୟାନ ଦେଇଛନ୍ତି। ରୁଷିଆ ଓ ୟୁକ୍ରେନ ମଧ୍ୟରେ କ୍ୱିଭ୍‌ ଓ ଚେର୍ନିହିଭ୍‌ରେ ଜାରି ରହିଥିବା ଆକ୍ରମଣକୁ କମ୍‌ କରିବାକୁ କରିବାକୁ ନିଷ୍ପତ୍ତି ନିଆଯାଇଛି। କ୍ୱିଭ୍‌ ଓ ଚେର୍ନିହିଭ୍‌ରେ ରୁଷିଆ ସୈନ୍ୟଙ୍କ ଗତିବିଧିକୁ କମ୍‌ କରିବାକୁ ନିଷ୍ପତ୍ତି ନିଆଯାଇଛି ବୋଲି ମେଣ୍ଡେସ୍କି କହିଛନ୍ତି। ଏଥିସହ ୟୁକ୍ରେନ ସୁରକ୍ଷାକୁ ନିଶ୍ଚିତ କରିବା ପାଇଁ କ୍ୱିଭ୍‌ର ମଧ୍ୟସ୍ଥିମାନେ ଏକ ଅନ୍ତର୍ଜାତୀୟ ଚୁକ୍ତିନାମା ପାଇଁ ନିବେଦନ କରିଛନ୍ତି। ଅନ୍ୟପଟେ ରୁଷିଆ ରାଷ୍ଟ୍ରପତି ଭ୍ଲାଡିମିର ପୁଟିନ୍‌ ଓ ୟୁକ୍ରେନ ରାଷ୍ଟ୍ରପତି ଭୋଲୋଡିମିର ଜେଲେନ୍‌ସ୍କିଙ୍କ ମଧ୍ୟରେ ସାକ୍ଷାତକାର ହୋଇପାରେ। ଏହି ସାକ୍ଷାତକାର ସମୟରେ ଯୁଦ୍ଧ ରୋକିବା ପାଇଁ ଆଲୋଚନା ହୋଇପାରେ ବୋଲି ଚର୍ଚ୍ଚା ହେଉଛି। ତେବେ ଏହାପୂର୍ବରୁ ୨ଦେଶର ବୈଦେଶିକ ମନ୍ତ୍ରୀଙ୍କ ମଧ୍ୟରେ ଆଲୋଚନା ହେବ ବୋଲି ସୂଚନା ରହିଛି।

Share