ପୁଟିନ୍‌ଙ୍କୁ ଗିରଫ କଲେ ୧ ମିଲିୟନ ଡଲାର ପୁରସ୍କାର

ମସ୍କୋ, ୪ା୩: ୟୁକ୍ରେନ ଉପରେ ଆକ୍ରମଣ କରି ରୁଷିଆ ରାଷ୍ଟ୍ରପତି ଭ୍ଲାଡିମିର ପୁଟିନ୍‌ ଯୁଦ୍ଧ ଅପରାଧ କରିଛନ୍ତି ବୋଲି ରୁଷୀୟ ବ୍ୟବସାୟୀ ଆଲେକ୍ସ କୋନାନିଖିନ୍‌ ଅଭିଯୋଗ ଆଣିଛନ୍ତି। ତୁରନ୍ତ ପୁଟିନ୍‌ଙ୍କୁ ଗିରଫ କରାଯିବାକୁ ସେ ସୋସିଆଲ ମିଡିଆରେ ଏକ ପୋଷ୍ଟ କରିଛନ୍ତି। ଏଥିରେ ସେ ପୁଟିନ୍‌ଙ୍କୁ ଗଣହତ୍ୟାକାରୀ ଦର୍ଶାଇ ‘ଓ୍ବାଣ୍ଟେଡ୍‌: ଜୀବନ୍ତ କିମ୍ବା ମୃତ’ ବୋଲି ଲେଖିଛନ୍ତି। ତାଙ୍କୁ ଗିରଫ କରାଗଲେ ସମ୍ପୃକ୍ତ ଅଫିସରଙ୍କୁ ୧ ମିଲିୟନ ଡଲାର ପୁରସ୍କାର ଦେବେ ବୋଲି ଆଲେକ୍ସ ତାଙ୍କ ଲିଙ୍କେଡିନ୍‌ ଓ ଫେସ୍‌ବୁକ୍‌ ପେଜ୍‌ରେ କହିଛନ୍ତି। ଆଲେକ୍ସ ତାଙ୍କ ଲମ୍ବା ପୋଷ୍ଟ୍‌ରେ ଲେଖିଛନ୍ତି, ପୁଟିନ୍‌ ରୁଷିଆର ରାଷ୍ଟ୍ରପତି ନୁହଁନ୍ତି। ଏକ ସ୍ବତନ୍ତ୍ର ଅପରେଶନ ଜରିଆରେ ରୁଷିଆର ବହୁ ବିଲ୍ଡିଂ, ଆପାର୍ଟମେଣ୍ଟ ନଷ୍ଟ କରି ସେ କ୍ଷମତା ଦଖଲ କରିଛନ୍ତି। ବିରୋଧୀଙ୍କୁ ହତ୍ୟା କରିବା ସହ ମୁକ୍ତ ନିର୍ବାଚନକୁ ବନ୍ଦ କରି ସାମ୍ବିଧାନିକ ନିୟମ ଉଲ୍ଲଂଘନ କରିଛନ୍ତି। ଜଣେ ରୁଷୀୟ ନାଗରିକ ହିସାବରେ ଆଲେକ୍ସି ଦେଶରୁ ନାଜିଶାସନ ହଟାଇବାକୁ ଚାହଁାନ୍ତି ବୋଲି କହିଛନ୍ତି।

Share