କମାଣ୍ଡର ପରିବର୍ତ୍ତନ କଲେ ପୁଟିନ୍‌…

ମସ୍କୋ, ୧୦।୪ : ରୁଷିଆ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ ୟୁକ୍ରେନରେ ଯୁଦ୍ଧର ନେତୃତ୍ୱ ନେବା ପାଇଁ ଜଣେ ନୂତନ ସେନା ଜେନେରାଲ ନିଯୁକ୍ତ କରିଛନ୍ତି। ରୁଷିଆର ଦକ୍ଷିଣ ସାମରିକ ଜିଲା କମାଣ୍ଡର ଆଲେକ୍ସଜାଣ୍ଡାର୍‌ ଡୋଓ୍ବର୍ନିକୋଭଙ୍କୁ ପୁଟିନ ଏହି ଦାୟିତ୍ୱ ଦେଇଛନ୍ତି। ରୁଷିଆର ସୈନ୍ୟବାହିନୀ ୟୁକ୍ରେନର ରାଜଧାନୀ କ୍ୱିଭ୍‌କୁ ନିଜ ନିୟନ୍ତ୍ରଣକୁ ଆଣିବାରେ ସକ୍ଷମ ହୋଇ ପାରି ନାହାନ୍ତି। ତେଣୁ ପୁରୁଣା କମାଣ୍ଡରଙ୍କୁ ହଟାଇ ସାମରିକ ଅପରେଶନର ଥିଏଟର କମାଣ୍ଡର ଭାବରେ ଡୋଭର୍ନିକୋଭଙ୍କୁ ନିଯୁକ୍ତ କରାଯାଇଛି।

ନୂତନ ଜେନେରାଲଙ୍କୁ ମେ’ ୯ ବିଜୟ ଦିବସ ପୂର୍ବରୁ ଯୁଦ୍ଧକ୍ଷେତ୍ରରେ ପ୍ରଗତି କରିବାର ଟାର୍ଗେଟ ଦିଆଯାଇଛି। ବିଜୟ ଦିବସ ରୁଷିଆ ପାଇଁ ସବୁଠାରୁ ଗୁରୁତ୍ୱପୂର୍ଣ୍ଣ। କାରଣ ଏହା ଦ୍ୱିତୀୟ ବିଶ୍ୱଯୁଦ୍ଧରେ ସୋଭିଏତ୍‌ ୟୁନିଅନର ଜର୍ମାନୀ ଉପରେ ବିଜୟର ବାର୍ଷିକୀ୍‌ ଭାବେ ପାଳନ କରାଯାଇଥାଏ। ହୁଏତ ଏହି ଦିନ ରୁଷିଆ ଯୁଦ୍ଧରେ ବିରାମ ଲଗାଇପାରେ ବୋଲି ଚର୍ଚ୍ଚା ହେଉଛି। ତେବେ ନୂତନ କମାଣ୍ଡର୍‌ଙ୍କ କାର୍ଯ୍ୟ ନେଇ ଏବେ ଅନ୍ତର୍ଜାତୀୟ ସ୍ତରର ତୀକ୍ଷ୍‌ଣ ନଜର ରହିଛି।

Share