ଆସନ୍ତା ଲୋକ ସଭା ନିର୍ବାଚନ ପାଇଁ ମୋଦିଙ୍କୁ ଏବେଠୁ ଶୁଭେଚ୍ଛା ଜଣାଇଲେ ପୁଟିନ୍‌

ମସ୍କୋ/ନୂଆଦିଲ୍ଲୀ,୨୮ା୧୨: ୨୦୨୪ରେ ହେବାକୁ ଥିବା ଲୋକ ସଭା ନିର୍ବାଚନକୁ ନେଇ ରୁଷିଆ ରାଷ୍ଟ୍ରପତି ଭ୍ଲାଡିମିର ପୁଟିନ ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଆଗୁଆ ଶୁଭେଚ୍ଛା ଜଣାଇଛନ୍ତି। ପୁଟିନ୍‌ କହିଛନ୍ତି, ମୋ’ ବନ୍ଧୁଙ୍କର ସମସ୍ତ ସଫଳତା କାମନା କରୁଛି ଏବଂ ରାଜନୈତିକ ଶକ୍ତିର ସମନ୍ବୟ ଯାହା ହେଉନା କାହିଁକି ନୂଆଦିଲ୍ଲୀ ଏବଂ ମସ୍କୋ ମଧ୍ୟରେ ପାରମ୍ପାରିକ ତଥା ବନ୍ଧୁତ୍ୱପୂର୍ଣ୍ଣ ସମ୍ପର୍କ ରହିବ ବୋଲି ସେ କହିଛନ୍ତି। ବୈଦେଶିକ ବ୍ୟାପାର ମନ୍ତ୍ରୀ ଏସ୍‌. ଜୟଶଙ୍କରଙ୍କ ସହ ଏକ ବୈଠକରେ ପୁଟିନ୍‌ ଏହି ମନ୍ତବ୍ୟ ଦେଇ ପ୍ରଧାନମନ୍ତ୍ରୀଙ୍କୁ ରୁଷିଆ ଗସ୍ତ ପାଇଁ ନିମନ୍ତ୍ରଣ କରିଛନ୍ତି।

ସେ ଆହୁରି ମଧ୍ୟ କହିଛନ୍ତି ଯେ, ସେ ୟୁକ୍ରେନର ବିକାଶ ସମ୍ପର୍କରେ ପ୍ରଧାନମନ୍ତ୍ରୀଙ୍କ ସହ କଥା ହୋଇଛନ୍ତି। ସେ କହିଛନ୍ତି, ଅନେକ ଥର ମୁଁ ତାଙ୍କୁ ପରାମର୍ଶ ଦେଇଥିଲି ସେଠାରେ କିପରି ଚାଲିଛି ଏବଂ ମୁଁ ଜାଣେ ଯେ ସେ (ମୋଦି) ଯଥାସମ୍ଭବ ଉଦ୍ୟମ କରିବାକୁ ଚାହୁଁଛନ୍ତି। ଯାହା ଦ୍ୱାରା ଶାନ୍ତିପୂର୍ଣ୍ଣ ଉପାୟରେ ଏହି ସମସ୍ୟାର ସମାଧାନ ହୋଇପାରିବ।


Enter your email to get our daily news in your inbox.

All Right Reserved By Dharitri.Com

ଏସବୁ ମୁସଲିମ ଦେଶରେ ଭରି ରହିଛି ସୁନାଖଣି, ନାଁ ଜାଣିଲେ ତାଜୁବ ହେବେ

ନୂଆଦିଲ୍ଲୀ,୨୧।୩: ଭାରତରେ ସୁନା ମୂଲ୍ୟ ପ୍ରତି 10 ଗ୍ରାମ 90 ହଜାର ଟଙ୍କା ଅତିକ୍ରମ କରିଛି। ସୁନା ମୂଲ୍ୟ ପୂର୍ବରୁ କେବେ 90,000 ଟଙ୍କା ଅତିକ୍ରମ...

ସୁନିତା ୱିଲିୟମ୍ସ-ବୁଚ ୱିଲମୋରଙ୍କୁ ମିଳିବନି ଓଭରଟାଇମ ପେମେଣ୍ଟେ: ଜାଣନ୍ତୁ କାହିଁକି

ନ୍ୟୁୟର୍କ,୨୧।୩: ମହାକାଶଚାରୀ ସୁନିତା ୱିଲିୟମ୍ସ ଏବଂ ବୁଚ ୱିଲମୋରଙ୍କୁ ନିର୍ଦ୍ଧାରିତ ସମୟ ଅପେକ୍ଷା ମହାକାଶରେ ଅଧିକ ସମୟ ବିତାଇବା ପାଇଁ କୌଣସି ଓଭରଟାଇମ ପେମେଣ୍ଟେ ଦିଆଯିବ...

ନିଜ ପୁଅକୁ ମୁଖ୍ୟମନ୍ତ୍ରୀ ବସାନ୍ତୁ ନୀତୀଶ କୁମାର: କାହିଁକି ଏମିତି ଦାବି କଲେ ରାବ୍ରି ଦେବୀ

ପାଟନା,୨୧।୩: ବିହାର ମୁଖ୍ୟମନ୍ତ୍ରୀ ନୀତୀଶ କୁମାର ଏବଂ ରାଜ୍ୟର ପୂର୍ବତନ ମୁଖ୍ୟମନ୍ତ୍ରୀ ରାବ୍ରୀ ଦେବୀଙ୍କ ମଧ୍ୟରେ ବାକଯୁଦ୍ଧ ତୀବ୍ର ହୋଇଛି। ନୀତିଶ କୁମାର ରାବ୍ରିଙ୍କୁ ମୁଖ୍ୟମନ୍ତ୍ରୀ...

ବଢିଲା ରାହୁଲଙ୍କ ଟେନସନ, କୋର୍ଟ ପଠାଇଲା ନୋଟିସ

ନୂଆଦିଲ୍ଲୀ,୨୧।୩: ଉତ୍ତର ପ୍ରଦେଶ ସମ୍ଭଲର ସାଂସଦ-ବିଧାୟକ କୋର୍ଟ ବିରୋଧୀ ଦଳ ନେତା ତଥା କଂଗ୍ରେସ ଏମପି ରାହୁଲ ଗାନ୍ଧୀଙ୍କୁ ସମନ ଜାରି କରିଛନ୍ତି। କୋର୍ଟ ତାଙ୍କୁ...

ନୀତୀଶଙ୍କ ଉପରେ ଗର୍ଜିଲେ ତେଜସ୍ବୀ, ବିଧାନସଭାରେ ହଙ୍ଗାମା

ପାଟନା,୨୧।୩: ଶୁକ୍ରବାର ବିହାର ବିଧାନସଭାରେ, ବିରୋଧୀ ଦଳ ଜାତୀୟ ସଙ୍ଗୀତର ଅପମାନ ପ୍ରସଙ୍ଗରେ ସରକାରଙ୍କ ବିରୁଦ୍ଧରେ ତୀବ୍ର ପ୍ରତିବାଦ କରିଥିଲେ। ବିଧାନସଭା ପରିସର ଭିତରେ ଏବଂ...

ଦିଲ୍ଲୀ ହାଇକୋର୍ଟର ବିଚାରପତିଙ୍କ ଘରୁ ମିଳିଲା ନୋଟ ଗଦା, ଯାହାକୁ ନେଇ ରାଜ୍ୟ ସଭାରେ ହଙ୍ଗାମା

ନୂଆଦିଲ୍ଲୀ,୨୧।୩: ଶୁକ୍ରବାର ରାଜ୍ୟ ସଭାରେ କାର୍ଯ୍ୟ ଆରମ୍ଭ ହେବା ମାତ୍ରେ, ଦିଲ୍ଲୀ ହାଇକୋର୍ଟର ଜଣେ ବିଚାରପତିଙ୍କ ଘରୁ ମିଳିଥିବା ନୋଟ ଗଦା ପ୍ରସଙ୍ଗ ଉଠିଥିଲା। କଂଗ୍ରେସ...

ବିଲ୍ ପାସ୍ କଲେ କର୍ଣ୍ଣାଟକ ସରକାର: ମୁସଲମାନମାନଙ୍କୁ ମିଳିବ ସଂରକ୍ଷଣ

ବେଙ୍ଗାଲୁରୁ,୨୧।୩: କର୍ଣ୍ଣାଟକ ବିଧାନସଭାରେ ହନି ଟ୍ରାପ୍ ଦୁର୍ନୀତି ବିବାଦ ମଧ୍ୟରେ, ରାଜ୍ୟ ସରକାର ମୁସଲମାନମାନଙ୍କ ପାଇଁ ୪ ପ୍ରତିଶତ ସଂରକ୍ଷଣ ପ୍ରଦାନ କରୁଥିବା ବିଲ୍ ପାସ୍...

ହାସିନାଙ୍କ ପାର୍ଟି ଉପରେ ପ୍ରତିବନ୍ଧକକୁ ନେଇ ବଡ଼ ଘୋଷଣା କଲେ ୟୁନୁସ

ଢାକା,୨୧।୩: ଦେଶର ନିର୍ବାଚନକୁ ନେଇ ଜାତୀୟ ଏବଂ ଅନ୍ତର୍ଜାତୀୟ ଚାପ ମଧ୍ୟରେ, ବାଂଲାଦେଶର ମଧ୍ୟବର୍ତ୍ତୀକାଳୀନ ସରକାରଙ୍କ ମୁଖ୍ୟ ପରାମର୍ଶଦାତା ମହମ୍ମଦ ୟୁନୁସଙ୍କ ମତ ନରମ ହେଉଥିବା...

Advertisement
Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri
preload imagepreload image