ଅଣୁଅସ୍ତ୍ର ବ୍ୟବହାରକୁ ଗୁରୁତର ସହ ନେବାକୁ ଜେଲେନ୍‌ସ୍କିଙ୍କ ନିବେଦନ

କିଭ୍‌, ୨୬ା୯: ଅଣୁଅସ୍ତ୍ର ବ୍ୟବହାର ପାଇଁ ରୁଷିଆ ରାଷ୍ଟ୍ରପତି ଭ୍ଲାଡିମିର ପୁଟିନ୍‌ ଧମକ ଦେଉଥିବା ଅତିରଞ୍ଜିତ ନୁହେଁ ବୋଲି ୟୁକ୍ରେନ୍‌ ରାଷ୍ଟ୍ରପତି ଭୋଲୋଡିମିର ଜେଲେନ୍‌ସ୍କି କହିଛନ୍ତି। ଏହା କେବଳ ଏକ ଧମକ ବୋଲି ଲାଗୁଥିଲେ ହେଁ ପୁଟିନ ଏପରି କରିପାରନ୍ତି ବୋଲି ଜେଲେନ୍‌ସ୍କି ପ୍ରକାଶ କରିଛନ୍ତି। ପୁଟିନ୍‌ଙ୍କ ଏହି ଚେତାବନୀ କେବଳ ୟୁରୋପକୁ ବ୍ଲାକ୍‌ମେଲ କରିବା ପାଇଁ ଉଦ୍ଦିଷ୍ଟ ବୋଲି ୟୁକ୍ରେନ୍‌ ରାଷ୍ଟ୍ରପତି ପୂର୍ବରୁ କହିଥିଲେ ହେଁ ଏବେ ତାହାକୁ ଗୁରୁତର ସହ ନେବାକୁ ବିଶ୍ୱ ସମୁଦାୟକୁ ନିବେଦନ କରିଛନ୍ତି।

Share