କାନ୍ଦିଲେ ପୁଟିନ୍‌…

ମସ୍କୋ,୧୧।୯: ରୁଷିଆର ରାଷ୍ଟ୍ରପତି ବ୍ଲାଡ଼ିମୀର ପୁଟିନ୍‌ଙ୍କୁ ସର୍ବ ସମ୍ମୁଖରେ କାନ୍ଦୁଥିବାର ଦେଖିବାକୁ ମିଳିଛି। ନିଜର ବନ୍ଧୁ ତଥା ପୁଟିନ୍‌ଙ୍କ କ୍ୟାବିନେଟ୍‌ର ଜରୁରୀକାଳୀନ ପରିସ୍ଥିତି ମନ୍ତ୍ରୀ ୟଓ୍ବେଗେନି ଜିନିଚଓ୍ବେଙ୍କର ଅନ୍ତିମ ସଂସ୍କାରରେ ଯୋଗଦେଇ ଥିବା ସମୟରେ ଲୋକେ ସର୍ବଶକ୍ତିମାନ ରାଷ୍ଟ୍ରପତିଙ୍କୁ କାନ୍ଦୁଥିବାର ଦେଖିଛନ୍ତି। ଏହାର ଫଟୋ ଏବେ ସୋସିଆଲ ମିଡ଼ିଆରେ ଭାଇରାଲ ହେବାରେ ଲାଗିଛି।

ଆକର୍ଟିକ ଏକ୍ସରସାଇଜ୍‌ ଡ୍ରିଲ୍‌ ସମୟରେ ଜଣେ ବ୍ୟକ୍ତିଙ୍କୁ ବଞ୍ଚାଇବା ସମୟରେ ତାଙ୍କର ମୃତ୍ୟୁ ଗତ ବୁଧବାର ଘଟିଥିଲା। ପରେ ଶୁକ୍ରବାର ତାଙ୍କ ଅନ୍ତିମ ସଂସ୍କାର କରାଯାଇଥିଲା। ପୁଟିନ୍‌ କାନ୍ଦିବା ସହିତ ବନ୍ଧୁଙ୍କ ସ୍ତ୍ରୀ ନାତାଲ୍ୟାଙ୍କ ପାଖରେ ବସି କାନ୍ଦି ତାଙ୍କ ହାତ ଧରି ଶ୍ୱାନ୍ତନା ଦେଉଥିବାର ଦେଖିବାକୁ ମିଳିଥିଲା।

ଜିନିଚଓ୍ବେ ୨୦୧୮ରେ ପୁଟିନ୍‌ କ୍ୟାବିନେଟ୍‌ରେ ଜରୁରୀକାଳୀନ ମନ୍ତ୍ରୀ ଭାବେ ଯୋଗଦେଇଥିଲେ। ଏହା ପୂର୍ବରୁ ସେ ବହୁ ବର୍ଷ ପୁଟିନ୍‌ଙ୍କ ସୁରକ୍ଷା କାର୍ଯ୍ୟ ତଦାରଖ କରୁଥିଲେ।

Share