ମସ୍କୋ,୨୦ା୯: ରୁଷିଆ ରାଷ୍ଟ୍ରପତି ଭ୍ଲାଡିମିର ପୁଟିନ ବୁଧବାର କହିଛନ୍ତି, ସେ ଚାଇନା ରାଷ୍ଟ୍ରପତି ଶି’ ଜିନ୍ପିଙ୍ଗ୍ଙ୍କ ନିମନ୍ତ୍ରଣକୁ ଗ୍ରହଣ କରିଛନ୍ତି। ଏହି ନିମନ୍ତ୍ରଣ ପାଇ ସେ ଅକ୍ଟୋବରରେ ଚାଇନା ଗସ୍ତ ପାଇଁ ରାଜି ଅଛନ୍ତି ବୋଲି କହିଛନ୍ତି।
ପୁଟିନ ଏକ ବୈଠକରେ ବେଜିଂର ବୈଦେଶିକ ମନ୍ତ୍ରୀ ଓ୍ବାଙ୍ଗ ୟିଙ୍କୁ କହିଛନ୍ତି ଯେ, ଅକ୍ଟୋବରରେ ପିପୁଲ୍ସ ରିପବ୍ଲିକ୍ ଅଫ୍ ଚାଇନା ରାଷ୍ଟ୍ରପତିଙ୍କ ନିମନ୍ତ୍ରଣ ଗ୍ରହଣ କରି ମୁଁ ଖୁସି।