ଭିକ୍ଟ୍ରି ଡେ’କୁ ନେଇ ପୁଟିନଙ୍କ ମାଷ୍ଟର ପ୍ଲାନ

ମସ୍କୋ,୭ ।୫: ରୁଷିଆ-ୟୁକ୍ରେନ ଯୁଦ୍ଧକୁ ୨ ମାସ ପୂରଣ ହୋଇ ସାରିଲାଣି । ହେଲେ ଏବେବି ରୁଷିଆ ଆକ୍ରମଣ ମୁଡରେ ଥିବା ବେଳେ ୟୁକ୍ରେନ ବି ପ୍ରତିଆକ୍ରମଣ କରିବାକୁ ପଛାଉ ନାହିଁ । ଏବେ ସଭିଙ୍କ ନଜର ମେ’ ୯ ଉପରେ । ଏହା ପୂର୍ବରୁ ରୁଷିଆ ରାଷ୍ଟ୍ରପତି ଭ୍ଲାଦିମର ପୁଟିନ ମାଷ୍ଟର ପ୍ଲାନ ପ୍ରସ୍ତୁତ କରିଛନ୍ତି ବୋଲି କୁହାଯାଉଛି । ୟୁକ୍ରେନର କିଛି ଅଂଶ ରୁଷିଆ କବଜା କରିଥିବା ଦାବି କରୁଥିବା ବେଳେ ଏବେ ଏହାର ନଜର ରହିଛି ମାରଇଉପୋଲ ଉପରେ । ତେଣୁ ପୁଟିନ ମାରିଉପୋଲ ଆକ୍ରମଣକୁ ଶୀଘ୍ର ଶେଷ କରିବାକୁ ଚାହୁଁଛନ୍ତି । ଏହି ବନ୍ଦର ସହରରେ ୟୁକ୍ରେନର ବହୁ ସେନା ଲୁଚି ରହି ରୁଷିଆ ଉପରେ ଆକ୍ରମଣ କରିବା ଯୋଜନାରେ ଥିବା ବେଳେ ଏହି ଲଢେଇକୁ ଶୀଘ୍ର ଶେଷ କରିବାକୁ ଚାହୁଁଛି ରୁଷିଆ । ତା’ହେଲେ ଯାଇ ସୋମବାର ପାଳନ ହେବାକୁ ଥିବା ରୁଷିଆର ବିଜୟ ଦିବସ ଅବସରରେ ତା’ର ନାଗରିକଙ୍କ ନିକଟରେ ବିଜୟର ଉପହାର ପ୍ରସ୍ତୁତ କରିପାରିବ । ପୁଟିନଙ୍କ ଏହି ମାଷ୍ଟରପ୍ଲାନକୁ ନେଇ ହେଉଛି ଚର୍ଚ୍ଚା ।

Share