ଗିରଫଦାରୀକୁ ପୁଟିନଙ୍କ ଭୟ…

ମସ୍କୋ,୩୦।୭ : ରୁଷିଆର ରାଷ୍ଟ୍ରପତି ଭ୍ଲାଦିମିର ପୁଟିନଙ୍କ ବିରୋଧରେ ଅନ୍ତର୍ଜାତୀୟ ଅପରାଧିକ କୋର୍ଟ (ଆଇସିସି) ଗିରଫ ପରୱାନା ଜାରି କରିଛି। ୟୁକ୍ରେନ୍‌ ଯୁଦ୍ଧ ଅପରାଧ, ଶିଶୁମାନଙ୍କୁ ବେଆଇନ ସ୍ଥାନାନ୍ତର ଏବଂ ଲୋକଙ୍କ ବେଆଇନ ସ୍ଥାନାନ୍ତରଣ ଅଭିଯୋଗରେ ପୁଟିନଙ୍କ ବିରୋଧରେ ଏହି ଗିରଫ ୱାରେଣ୍ଟ ଜାରି କରାଯାଇଛି। ଏଭଳି ପରିସ୍ଥିତିରେ ପୁଟିନ ରୁଷିଆ ଛାଡିଲେ କାଳେ ଗିରଫ ହେବେ ଏହି ଆଶଙ୍କାରେ ରହିଛନ୍ତି। ପୁଟିନଙ୍କୁ ଗିରଫ କରିବା ପାଇଁ ଦକ୍ଷିଣ ଆଫ୍ରିକା ଉପରେ ମଧ୍ୟ ଆନ୍ତର୍ଜାତୀୟ ଚାପ ରହିଥିଲା। ତେଣୁ ବ୍ରିକ୍ସ ଦେଶର ଶିଖର ସମ୍ମିଳନୀରେ ଯୋଗଦେବାକୁ ଅଗଷ୍ଟ ୨୨ରୁ ୨୪ ଦକ୍ଷିଣ ଆଫ୍ରିକାର ଜୋହାନ୍ସବର୍ଗକୁ ଯାଉନାହାଁନ୍ତି।

ଦକ୍ଷିଣ ଆଫ୍ରିକାର ସର୍ବବୃହତ ବିରୋଧୀ ଦଳ ଡେମୋକ୍ରାଟିକ ଆଲାଏନ୍ସ ମଧ୍ୟ ପୁଟିନଙ୍କୁ ଗିରଫ କରିବା ପାଇଁ ସରକାରଙ୍କ ଉପରେ ଚାପ ପକାଉଛନ୍ତି ଏବଂ ଏ ସମ୍ପର୍କରେ କୋର୍ଟକୁ ମଧ୍ୟ ଯାଇଛନ୍ତି। ସୂଚନାଯୋଗ୍ୟ ଦକ୍ଷିଣ ଆଫ୍ରିକା ପୂର୍ବରୁ ଏକ ବିବୃତ୍ତି ଜାରି କରି ସ୍ପଷ୍ଟ କରଥିଲା ବ୍ରିକ୍ସ ଶିଖର ସମ୍ମିଳନୀରେ ଅଂଶଗ୍ରହଣ କଲେ ପୁଟିନଙ୍କୁ ଗିରଫ କରାଯିବ ନାହିଁ। କୂଟନୈତିକ ବିଶେଷଜଜ୍ଞମାନେ କହିଛନ୍ତି ପୁଟିନ ଦକ୍ଷିଣ ଆଫ୍ରିକାକୁ ଆସି ବ୍ରିକ୍ସ ଶିଖର ସମ୍ମିଳନୀକୁ ବିପଦରେ ପକାଇବାକୁ ଚାହୁଁନାହାଁନ୍ତି କିମ୍ବା ସେ ଦକ୍ଷିଣ ଆଫ୍ରିକାର ସମସ୍ୟାକୁ ବଢ଼ାଇବାକୁ ଚାହୁଁନାହାଁନ୍ତି।

Share