ଥଣ୍ଡା ପାଣିରେ ବୁଡ଼ ପକାଇ ପରମ୍ପରା ପାଳନ କଲେ ପୁଟିନ୍‌

ମସ୍କୋ,୨୦।୧: ରୁଷ୍‌ ରାଷ୍ଟ୍ରପତି ବ୍ଲାଡ଼ିମୀର୍‌ ପୁଟିନ୍‌ ମାଇନସ୍‌ ୨୦ ଡିଗ୍ରୀ ସେଲସିୟସ୍‌ ତାପମାତ୍ରାରେ ଥଣ୍ଡା ପାଣିରେ ବୁଡ଼ ପକାଇ ପରମ୍ପରା ପାଳନ କରିଛନ୍ତି। ୬୮ ବର୍ଷ ବୟସ୍କ ପୁଟିନ୍‌ ପ୍ରଚଳିତ ପରମ୍ପରା ଅନୁସାରେ ପାଣିରେ ୩ ଥର ବୁଡ଼ ପକାଇଛନ୍ତି। ଏହି ଅବସରରେ ଖ୍ରୀଷ୍ଟିଆନ୍‌ ପାଦ୍ରୀମାନେ ଉପସ୍ଥିତ ଥିଲେ। ଥଣ୍ଡା ପାଣିରେ ଏଭଳି ବୁଡ଼ ପକାଇବାକୁ ରୁଷ୍‌ରେ ଅତ୍ୟନ୍ତ ଶୁଭ ଭାବେ ବିବେଚନା କରାଯାଇଥାଏ। ବାପ୍ଟିଜିମ୍‌ ପରମ୍ପରା ଅନୁସାରେ ଏଭଳି କରାଯାଇଥାଏ। ଏହାକୁ ରାଷ୍ଟ୍ରପତି ପୁଟିନ୍‌ ସମ୍ମାନ ଜଣାଇ ଏପରି କରିଛନ୍ତି। ପୁଟିନ୍‌ଙ୍କ ବୁଡ଼ ପକାଇବା ଫଟୋ ଏବେ ସୋସିଆଲ୍‌ ମିଡ଼ିଆରେ ଭାଇରାଲ ହେବାରେ ଲାଗିଛି।

Share