ପୁଟିନ୍‌ଙ୍କୁ ହୃଦ୍‌ଘାତ: ତଳେ ପଡ଼ିଯିବାରୁ ହସ୍ପିଟାଲରେ ଭର୍ତ୍ତି

ମସ୍କୋ,୨୪।୧୦: ରୁଷିଆ ରାଷ୍ଟ୍ରପତି ଭ୍ଲାଡିମିର ପୁଟିନ୍‌ ହୃଦ୍‌ଘାତର ଶିକାର ହୋଇଥିବା ଜଣାପଡିଛି। କେତେକ ଜାତୀୟ ଗଣମାଧ୍ୟମ ରିପୋର୍ଟ ଅନୁସାରେ ପୁଟିନ୍‌ ତାଙ୍କ ଶୋଇବା ଘରେ ଅଚେତ ଅବସ୍ଥାରେ ପଡିଥିବା ସୁରକ୍ଷା କର୍ମୀ ଦେଖିବାକୁ ପାଇଥିଲେ। ପରେ ତାଙ୍କୁ ବାସଭବନରେ ନିର୍ମିତ ଏକ ସ୍ବତନ୍ତ୍ର ଚିକିତ୍ସା କେନ୍ଦ୍ରରେ ଭର୍ତ୍ତି କରାଯାଇଥିଲା। ସେ ସେଠାରେ ଚିକିତ୍ସିତ ହେଉଥିବା ଜଣାଯାଇଛି । ତେବେ ଘଟଣା ସମ୍ପର୍କରେ ରୁଷିଆ ସରକାରଙ୍କ ପକ୍ଷରୁ କୌଣସି ସୂଚନା ଦିଆଯାଇ ନାହିଁ। ଘଟଣାଟି ରବିବାର ସନ୍ଧ୍ୟାରେ ଘଟିଥିବା ଜଣାପଡ଼ିଛି।

Share