ରୁଷିଆ-ୟୁକ୍ରେନ୍ ଯୁଦ୍ଧକୁ ପୂରଣ ହେଲା ୨୫୦ଦିନ

ମସ୍କୋ/କ୍ୱିଭ,୧ ।୧୧: ରୁଷିଆ-ୟୁକ୍ରେନ୍ ମଧ୍ୟରେ ଆରମ୍ଭ ହୋଇଥିବା ଯୁଦ୍ଧ ୨୫୦ଦିନ ପୂରଣ କରିଛି । ହେଲେ ଏବେବି ଏହା ଥମିବା ପରିବର୍ତ୍ତେ ବେଳକୁ ବେଳ ବଢିବାରେ ଲାଗିଛି । ୟୁକ୍ରେନର ପାୱାର ପ୍ଲାଣ୍ଟ ଓ ଅନ୍ୟାନ୍ୟ ଭିତ୍ତିଭୂମି ଉପରେ ରୁଷିଆ କରିଥିବା ଆକ୍ରମଣକୁ ନେଇ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ ସଫେଇ ଦେଇଛନ୍ତି । ସେ କହିଛନ୍ତି, ୟୁକ୍ରେନ୍ ଡ୍ରୋନ୍ ବ୍ଲାକ ସିରେ ସୁରକ୍ଷିତ ସମୁଦ୍ର ମାର୍ଗ ବ୍ୟବହାର କରି ରୁଷିଆ ସେନାଙ୍କ ଉପରେ ଆକ୍ରମଣ କରିଥିଲା । ଯେଉଁଠି ୟୁଏନର ପ୍ରୟାସ ପରେ ଶସ୍ୟ ଜାହାଜ ପଠାଯାଉଥିଲା । ଏହାର ଜବାବରେ ପୁଟିନ ବ୍ଲାକ ସି ଦେଇ ଯାଉଥିବା ଶସ୍ୟ ଆମଦାନୀକୁ ବନ୍ଦ କରି ଦେଇଥିଲେ ।
ପୁଟିନ ଅଭିଯୋଗ କରିଛନ୍ତି ଯେ ୟୁକ୍ରେନ କ୍ରିମିୟାରେ ରୁଷିଆ ସେନାଙ୍କ ସାମରିକ ଜାହାଜ ଉପରେ ଡ୍ରୋନ୍ ଆକ୍ରମଣ କରିଛି । ଏହାର ଜବାବରେ ଆମେ ତା’ର ପାୱାର ପ୍ଲାଣ୍ଟକୁ ଟାର୍ଗେଟ କରିଥିଲୁ । ଏକ ଖବରଦାତା ସମ୍ମିଳନୀରେ ପୁଟିନ କହିଛନ୍ତି, ୟୁକ୍ରେନ୍ ଡ୍ରୋନ୍ ସେହି ସୁରକ୍ଷିତ ସାମୁଦ୍ରିକ ପଥର ବ୍ୟବହାର କରିଛି ଯାହାଦ୍ୱାରା ମିଳିତ ଜାତିସଂଘର ମଧ୍ୟସ୍ଥତା ଦ୍ୱାରା ଶସ ଜାହାଜ ଯାଉଥିଲା ।

Share