କିମ୍‌ଙ୍କୁ ଡିନରରେ ଏସବୁ ଖାଦ୍ୟ ଖାଇବାକୁ ଦେଲେ ପୁଟିନ

ମସ୍କୋ,୧୪ା୯: ଆମେରିକା ସମେତ ବିଶ୍ୱସ୍ତରୀୟ ନେତାଙ୍କ ଦୃଷ୍ଟି ରୁଷିଆର ରାଷ୍ଟ୍ରପତି ଭ୍ଲାଡିମିର ପୁଟିନ ଏବଂ ଉତ୍ତର କୋରିଆର ଏକଛତ୍ରବାଦୀ ଶାସକ କିମ୍‌ ଜୋଙ୍ଗ ଉନଙ୍କ ଉପରେ ରହିଛି। କାରଣ ପ୍ରାୟ ୧୯ ମାସ ଧରି ରୁଷିଆ ଏବଂ ୟୁକ୍ରେନ ମଧ୍ୟରେ ଯୁଦ୍ଧ ଚାଲିଛି। ଏଭଳି ପରିସ୍ଥିତିରେ ଏହି ନେତା ଅନେକ ନେତାଙ୍କ ଆଖିରୁ ନିଦ ଛଡ଼ାଇ ନେଇଛନ୍ତି।

ତେବେ କିମ୍‌ଙ୍କୁ ମସ୍କୋ ଗସ୍ତ ପାଇଁ ପୁଟିନ  ନିମନ୍ତ୍ରଣ କରିଥିଲେ। ଏହି ନିମନ୍ତ୍ରଣକୁ ରକ୍ଷା କରି କିମ୍‌ କରୋନା ମହାମାରୀ ପରେ ତାଙ୍କର ପ୍ରଥମ ଗସ୍ତ କରିଥିଲେ। କିମ୍‌ଙ୍କ ସମ୍ମାନାର୍ଥେ  ଡିନରର ଆୟୋଜନ କରିଥିଲେ। ଏହି ଭୋଜନରେ ବତକ, ସାଲାଡ, ଗୋମାଂସ ପକୋଡ଼ା, ମାଛ ସୁପ୍‌, ସମୁଦ୍ର ହରିଣ ସିଂଘର ସୁପ୍‌, ରେଡ୍‌ ଓ୍ବାଇନ ଆଦି ପରଷା ଯାଇଥିଲା।

Share