ପୁଟିନ୍‌ ଖର୍ଚ୍ଚ କଲେଣି ୨୦ ଶହ କୋଟି ଡଲାର, ତଥାପି ଅଜେୟ ୟୁକ୍ରେନ୍‌…

ମସ୍କୋ/କ୍ୱିଭ୍‌,୨୭।୨ : ରୁଷିଆ ଏବଂ ୟୁକ୍ରେନ ମଧ୍ୟରେ ରକ୍ତାକ୍ତ ଯୁଦ୍ଧ ଜାରି ରହିଛି। ଏପରିସ୍ଥଳେ ରୁଷିଆ ରାଷ୍ଟ୍ରପତି ବ୍ଲାଡିମୀର ପୁଟିନ୍‌ ଯୁଦ୍ଧରେ ୨୦ ଶହ କୋଟି ଡଲାର ଖର୍ଚ୍ଚ କଲେଣି। ତଥାପି ୟୁକ୍ରେନ୍‌ ଅଜେୟ ହୋଇ ଠିଆ ହୋଇଛି। ଦେଶର ଅର୍ଥବ୍ୟବସ୍ଥା ସହିତ ନିଜ ପ୍ରତିଷ୍ଠାକୁ ପୁଟିନ୍‌ ବାଜି ଲଗାଇଥିଲେ।

ଲାଗୁଥିଲା ବିଜୟ ସହଜରେ ମିଳିଯିବ। କିନ୍ତୁ ଧୀରେଧୀରେ ଯୁଦ୍ଧ ସମୟ ଲମ୍ବିବାରେ ଲାଗିଛି। ଏହାକୁ ନେଇ ପୁଟିନ୍‌ଙ୍କ ଚିନ୍ତା ବଢ଼ିବାରେ ଲାଗିଛି। ବ୍ରିଟେନ୍‌ର ଗୁପ୍ତଚର ସଂସ୍ଥା ଏମ୍‌ଆଇ ୬ର ମୁଖ୍ୟ ରିଚର ମୁର୍‌ଙ୍କ ଅନୁସାରେ ଏବେ ଏହାକୁ ନେଇ ପୁଟିନ୍‌ ବେଶ୍‌ ଚିନ୍ତିତ ରହିଛନ୍ତି। ଦୃଢ଼ ଆତ୍ମ ବିଶ୍ୱାସର ସହିତ ଯୁଦ୍ଧ ଆରମ୍ଭ କରିଥିବା ପୁଟିନ୍‌ଙ୍କ ଆଖିକୁ ଏବେ ନିଦ ନଥିବା ମୁର୍‌ କହିଛନ୍ତି।

Share