ପୁଟିନ୍‌ଙ୍କ ପାଖରେ ରହିଛି ସବୁଠାରୁ ବିପଜ୍ଜନକ ଜହର, ଯନ୍ତ୍ରଣାରେ ଥରି ଉଠିବ ଶରୀର…

ମସ୍କୋ, ୩୦।୫ : ପୃଥିବୀରେ ବିଭିନ୍ନ ପ୍ରକାରର ଜହର ଅଛି। ସେଥିମଧ୍ୟରୁ କେତେକର ପ୍ରୟୋଗ ଦ୍ୱାରା ଶରୀରର ଧୀରେ ଧୀରେ ମୃତ୍ୟୁ ଘଟେ। କିଛି ଜହର କେଇ ସେକେଣ୍ଡ ମଧ୍ୟରେ ମୃତ୍ୟୁ ଘଟାଏ। କେତେକ ଜହର ଏପରି ଅଛି ଏହାର ପ୍ରୟୋଗରେ ମରୁଥିବା ବ୍ୟକ୍ତି କିଛି ବି ଜାଣ ପାରନ୍ତି ନାହିଁ। ମାତ୍ର କିଛି ଜହର ପ୍ରୟୋଗରେ ଶରୀରରେ ଅସହ୍ୟ ଯନ୍ତ୍ରଣା ସୃଷ୍ଟି ହୋଇଥାଏ। ଯନ୍ତ୍ରଣାରୁ ମୁକ୍ତି ପାଇଁ ବ୍ୟକ୍ତି ଜଣକ ତାଙ୍କ ମୃତ୍ୟୁର ଭିକ୍ଷା କରିଥାନ୍ତି। ରୁଷିଆର ରାଷ୍ଟ୍ରପତି ଭ୍ଲାଦିମିର ପୁଟିନଙ୍କ ପାଖରେ ଏଭଳି ବିପଜ୍ଜନକ ଜହର ଅଛି। ସେ ଏହାକୁ ନିଜ ଶତ୍ରୁମାନଙ୍କ ଉପରେ ବ୍ୟବହାର କରୁଥିବା ଜଣାଯାଇଛି।

ଏହି ବିପଜ୍ଜନକ ଜହରରର ନାମ ହେଉଛି ଷ୍ଟ୍ରିଚାଇନ। ଏହାକୁ ରୁଷିଆର ଗୁପ୍ତଚର ଏଜେନ୍ସି କେଜିବି ବ୍ୟବହାର କରିଥାଏ। ଏହି ଜହର ଉପରେ ବିଶେଷଜ୍ଞ କହିଛନ୍ତି ଯେ ଷ୍ଟ୍ରିଚାଇନ ହେଉଛି ପୃଥିବୀର ସବୁଠାରୁ ଯନ୍ତ୍ରଣାଦାୟକ ରାସାୟନିକ ପଦାର୍ଥ। ଏହା ଶରୀର ଭିତରକୁ ଯିବା ମାତ୍ରେ ଭୟଙ୍କର ଯନ୍ତ୍ରଣା ଆରମ୍ଭ ହୋଇଥାଏ। ହାଡ ଏବଂ ମାଂସପେଶୀ ସହିତ ଶରୀର କମ୍ପିତ ହୋଇଥାଏ।

 

ଡେଲି ଷ୍ଟାର ରିପୋର୍ଟ ଅନୁଯାୟୀ, ବୈଜ୍ଞାନିକ ନିଲ ବ୍ରାଡବରି କହିଛନ୍ତି ଯେ ଏହି ଜହରର ସବୁଠାରୁ ଖରାପ ଗୁଣ ହେଉଛି ଏହା ଅତି ଧୀରେ ଧୀରେ କାମ କରେ। ମଣିଷକୁ ମାରିବା ପାଇଁ ଅନେକ ଘଣ୍ଟା ଲାଗେ। ଏହା ସହିତ, ଏହା ଯୋଗୁ ସୃଷ୍ଟି ହେଉଥିବା ଅସହ୍ୟ ଯନ୍ତ୍ରଣା ଇନ୍ଦ୍ରିୟକୁ ପ୍ରଭାବିତ କରେ ନାହିଁ ଏବଂ ସେ ପ୍ରତ୍ୟେକ ଯନ୍ତ୍ରଣା ଅନୁଭବ ହୁଏ। ଶରୀର ଭିତରେ ଥିବା ମାଂସପେଶୀଗୁଡ଼ିକ କ୍ରମାଗତ ଭାବରେ ଯନ୍ତ୍ରଣାରେ ଥରି ଉଠିଥାଏ।

Share