ଇରାନ୍‌ରେ ପୁଟିନ୍‌

ତେହରାନ, ୨୦ା୭: ଇରାନ୍‌ ସର୍ବୋଚ୍ଚ ନେତା ଆୟାତୁଲ୍ଲା ଅଲି ଖାମନେଇଙ୍କୁ ଭେଟିବା ପାଇଁ ରୁଷିଆ ରାଷ୍ଟ୍ରପତି ଭ୍ଲାଡିମିର ପୁଟିନ୍‌ ମଙ୍ଗଳବାର ତେହରାନରେ ପହଞ୍ଚିଛନ୍ତି। ୟୁକ୍ରେନ୍‌ ସହ ଯୁଦ୍ଧ ହେବା ପରେ ପୁଟିନ୍‌ଙ୍କର ଏହା ପ୍ରଥମ ବିଦେଶ ଗ୍ରସ୍ତ। ତେହରାନରେ ପୁଟିନ୍‌ ପ୍ରଥମ ଥର ଲାଗି ସାମ୍ନା ସାମ୍ନି ଆଲୋଚନାରେ ଭାଗ ନେବେ। କୃଷ୍ଣସାଗର ଦେଇ ଖାଦ୍ୟ ସାମଗ୍ରୀ ରପ୍ତାନୀ ପୁଣି ଆରମ୍ଭ କରିବା ସହ ସିରିଆରେ ଶାନ୍ତି ସ୍ଥାପନ ଦିଗରେ ଦୁଇ ରାଷ୍ଟ୍ର ମୁଖ୍ୟଙ୍କ ମଧ୍ୟରେ ଆଲୋଚନା ହେବ। ଏହା ପୂର୍ବରୁ ପୁଟିନ୍‌ ଇରାନ ପ୍ରତିପକ୍ଷ ଇବ୍ରାହିମ୍‌ ରଇସିଙ୍କୁ ତେହେରାନର ସଦାବାଦ୍‌ ପ୍ୟାଲେସରେ ସାକ୍ଷାତ କରିଛନ୍ତି।

Share