ମସ୍କୋ,୧୯ା୪: ରୁଷିଆ ରାଷ୍ଟ୍ରପତି ଭ୍ଲାଡିମିର ପୁଟିନ ନିଜ ଦଖଲକୁ ନେଇଥିବା ୨ ୟୁକ୍ରେନୀୟ ଅଞ୍ଚଳ ଖେରସନ୍ ଓ ଲୁହାନ୍ସ୍କର ସେନା କମାଣ୍ଡରଙ୍କୁ ସୋମବାର ଭେଟିଛନ୍ତି। ୨ ମାସ ମଧ୍ୟରେ ଏହା ହେଉଛି ପୁଟିନ୍ଙ୍କ ଦ୍ୱିତୀୟ ୟୁକ୍ରେନ୍ ଗସ୍ତ। ସମ୍ପୃକ୍ତ ଅଞ୍ଚଳରେ ମସ୍କୋର ଶାସନ ଚାଲିଛି ବୋଲି ଦର୍ଶାଇବା ହେଉଛି ଏହି ଗସ୍ତର ଉଦ୍ଦେଶ୍ୟ।
ଇତିମଧ୍ୟରେ ବାଖମୁଟ୍ରେ ରୁଷୀୟ ସୈନ୍ୟ ଘନଘନ ରକେଟ ମାଡ଼ କରିଛନ୍ତି।