ବିଦେଶୀ ଆମଦାନୀ-ରପ୍ତାନୀ ଉପରେ ପ୍ରତିବନ୍ଧକ ବୃଦ୍ଧିକଲେ ପୁଟିନ

ମସ୍କୋ,୨୧ା୭: ରୁଷିଆ ରାଷ୍ଟ୍ରପତି ଭ୍ଲାଡିମିର ପୁଟିନ କଞ୍ଚାମାଲ ଏବଂ ସାମଗ୍ରୀର ଆମଦାନି ଏବଂ ରପ୍ତାନୀକୁ ନେଇ ଏକ ବଡ଼ ନିଷ୍ପତ୍ତି ନେଇଛନ୍ତି। ଦେଶରେ କଞ୍ଚାମାଲ ଏବଂ ସାମଗ୍ରୀ ଆମଦାନୀ ତଥା ରପ୍ତାନୀ ଉପରେ ପ୍ରତିବନ୍ଧକ ଲଗାଇବାକୁ ସେ ଏକ ନିର୍ଦ୍ଦେଶରେ ଦସ୍ତଖତ କରିଛନ୍ତି। ଏହି ନିୟମ ଅନୁଯାୟୀ, ୩୧ ଡିସେମ୍ବର ୨୦୨୫ ପର୍ଯ୍ୟନ୍ତ ରୁଷିଆରେ କୌଣସି ପ୍ରକାର ବିଦେଶୀ ଅଥନୈତିକ କାର୍ଯ୍ୟକଳାପ ନିଷେଧ ରହିବ। ତେବେ ଏହି ଆଦେଶରେ ଏପରି କିଛି ଧାରା ଅଛି, ଯାହା ପୁଟିନ ଯେତେବେଳେ ଚାହିଁବେ ଅପସାରଣ କରିପାରିବେ।

ଏହା ପୂର୍ବରୁ ପୁଟିନ କଞ୍ଚାମାଲ ଏବଂ ଦ୍ରବ୍ୟର ଆମଦାନୀ ତଥା ରପ୍ତାନୀ ଉପରେ ପ୍ରତିବନ୍ଧକ ଲଗାଇବା ପାଇଁ ୨୦୨୨ ମାର୍ଚ୍ଚ ୮ରେ ଏକ ଚୁକ୍ତି ସ୍ବାକ୍ଷର କରିଥିଲେ ବୋଲି ରିପୋର୍ଟରୁ ଜଣାପଡ଼ିଛି। ଏହି ନିଷ୍ପତ୍ତି ୩୧ ଡିସେମ୍ବର ପର୍ଯ୍ୟନ୍ତ ବୈଧ ଥିଲା କିନ୍ତୁ ଏହି ନିଷ୍ପତ୍ତିରେ ସଂଶୋଧନ ପରେ ପୁଟିନ ଆନୁଷ୍ଠାନିକ ଭାବରେ ଏହି ନିର୍ଦ୍ଦେଶକୁ ୩୧ ଡିସେମ୍ବର ୨୦୨୫ ପର୍ଯ୍ୟନ୍ତ ବୃଦ୍ଧି କରିଛନ୍ତି।

Share