ଝିଅକୁ ବାହାରକୁ ଛାଡ଼ିବା ପାଇଁ ଡରୁଛନ୍ତି ପୁଟିନ୍‌

କ୍ୱିଭ୍‌,୨୨ା୪: ରୁଷିଆ- ୟୁକ୍ରେନ ମଧ୍ୟରେ ଯୁଦ୍ଧ ପ୍ରାୟ ଦୁଇ ମାସ ଧରି ଚାଲିଛି। ଇତିମଧ୍ୟରେ ୟୁକ୍ରେନ ଧ୍ୱଂସାଭିମୁଖୀ। ରୁଷିଆ ଆକ୍ରମଣ କରି ମଧ୍ୟ ଏହାର ଫଳ ଭୋଗୁଛି। ଏହି ଯୁଦ୍ଧ ଘୋଷଣା ହେବା ପରଠାରୁ ରୁଷିଆକୁ ଅଧିକାଂଶ ଦେଶ ପକ୍ଷରୁ ଅର୍ଥନୈତିକ ଏବଂ ରାଜେନୈତିକ ପ୍ରତିବନ୍ଧକ ସାମ୍ନା କରିବାକୁ ପଡୁଛି। ବର୍ତ୍ତମାନ ରୁଷିଆର ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ ତାଙ୍କ ପରିବାର ସଦସ୍ୟଙ୍କୁ ବାହାରକୁ ଛାଡ଼ିବାକୁ ବି ଭୟ କଲେଣି।

ଏକ ରିପୋର୍ଟ ଅନୁଯାୟୀ, ପୁଟିନ ତାଙ୍କ ବଡ଼ଝିଅ ମାରିଆ ଭୋରୋଣ୍ଟସୋଭାଙ୍କୁ ତାଙ୍କ ଜନ୍ମଦିନରେ ବିଦେଶ ଯାତ୍ରା କରିବାକୁ ମନା କରିଛନ୍ତି। କାରଣ ପୁଟିନ ଜାଣି ସାରିଲେଣି ଯଦି ତାଙ୍କ ଝିଅ ବାହାରର କୌଣସି ସ୍ଥାନକୁ ଯାଆନ୍ତି ତେବେ ସେ ଆଉ ରୁଷିଆ ଫେରି ପାରିବେ ନାହିଁ।

ଏକ ରିପୋର୍ଟରୁ ପ୍ରକାଶ, ଆସନ୍ତା ସପ୍ତାହରେ ମାରିଆ ନିଜର ୩୭ତମ ଜନ୍ମଦିନ ପାଳନ ପାଇଁ ବାହାର ଦେଶର ବିଚ୍‌ ଯିବାକୁ ଚାହୁଁଥିଲେ। ମାରିଆ ତାଙ୍କ ବୟଫ୍ରେଣ୍ଡ ୟେଭେଗେନି ନାଗୋର୍ନିଙ୍କ ସହିତ ଏକ ରୋମାଣ୍ଟିକ୍‌ ଛୁଟି କାଟିବାକୁ ଯୋଜନା କରିଥିଲେ। ସେ ବର୍ତ୍ତମାନ ୩୩ ବର୍ଷୀୟ ୟେଭେଗେନିଙ୍କ ସହ ଡେଟ୍‌ରେ ଅଛନ୍ତି। କିନ୍ତୁ ମାରିଆଙ୍କ ସୁରକ୍ଷା ଦର୍ଶାଇ ପିତା ପୁଟିନ ସେମାନଙ୍କ ଯୋଜନାକୁ ସମ୍ପୂର୍ଣ୍ଣ ରୂପେ ମନା କରି ଦେଇଛନ୍ତି।

 

Share