କିମ୍‌ଙ୍କଠାରୁ ଅସ୍ତ୍ରଶସ୍ତ୍ର କିଣୁଛନ୍ତି ପୁଟିନ…

ମସ୍କୋ,୨୫।୧୨ : ଉତ୍ତର କୋରିଆର ଏକଛତ୍ରବାଦୀ ଶାସକ କିମ୍‌ ଜୋଙ୍ଗ ଉନଙ୍କଠାରୁ ରୁଷିଆର ରାଷ୍ଟ୍ରପତି ଭ୍ଲାଡିମିର ପୁଟିନ ଅସ୍ତ୍ରଶସ୍ତ୍ର କିଣୁଥିବା ନେଇ ଚର୍ଚ୍ଚା ହେଉଛି। ଆମେରିକା ଏବଂ ଜାପାନ ଏଭଳି ଅଭିଯୋଗ କରିଛନ୍ତି। ୟୁକ୍ରେନ ଯୁଦ୍ଧରେ ରୁଷିଆ ଦ୍ୱାରା ଉତ୍ତର କୋରିଆ ଅସ୍ତ୍ରଶସ୍ତ୍ର ବ୍ୟବହାର କରାଯାଉଛି ବୋଲି ସେମାନେ ଅଭିଯୋଗ କରିଛନ୍ତି। ଏହି ଖବର ନେଇ ଦକ୍ଷିଣ କୋରିଆ ଏବଂ ଏହାର ଆଖପାଖ ଦେଶଗୁଡିକ ପାଇଁ ସୁରକ୍ଷା ସଙ୍କଟ ସୃଷ୍ଟି ହୋଇଛି। ଏଥି ସହିତ, ଏହା ମଧ୍ୟ ଚିନ୍ତା ସୃଷ୍ଟି କରିଛି ।

ସର୍ବପ୍ରଥମେ, ଏହି ଅଭିଯୋଗ ଗୁରୁବାର ଦିନ ଜାପାନର ଏକ ଖବରକାଗଜର ରିପୋର୍ଟରେ କରାଯାଇଛି। ଏହା ଦାବି କରିଛି ଯେ ଉତ୍ତର କୋରିଆ ଗତ ମାସରେ ଟ୍ରେନ ମାଧ୍ୟମରେ ରୁଷିଆକୁ ଅସ୍ତ୍ରଶସ୍ତ୍ର ପଠାଇଥିଲା। ପରେ ଗୁରୁବାର ଦିନ ହ୍ବାଇଟ ହାଉସ ଏହି ଅଭିଯୋଗକୁ ନିଶ୍ଚିତ କରିଛି। ସେ କହିଛନ୍ତି ଯେ ଉତ୍ତର କୋରିଆ ରୁଷିଆର ଘରୋଇ ସାମରିକ କଣ୍ଟ୍ରାକ୍ଟର ୱାଗନର୍‌ ଗ୍ରୁପ ମାଧ୍ୟମରେ ଅସ୍ତ୍ର ପଠାଉଛି।

ଏହାକୁ ଗୁଜବ ବୋଲି କହି ଉତ୍ତର କୋରିଆ ଅସ୍ବୀକାର କରିଛି। ଶୁକ୍ରବାର ଉତ୍ତର କୋରିଆର ସରକାରୀ ଗଣମାଧ୍ୟମରେ ଏ ସମ୍ପର୍କରେ ଏକ ବିବୃତ୍ତି ଆସିଛି।

ଏସିଆ ଟାଇମ୍ସ ୱେବସାଇଟରେ ପ୍ରକାଶିତ ଏକ ବିଶ୍ଳେଷଣରେ କୁହାଯାଇଛି ଯେ ଯଦି ଉତ୍ତର କୋରିଆ ୱାଗନର୍‌ ଗ୍ରୁପକୁ ଅସ୍ତ୍ରଶସ୍ତ୍ର ଦେଇଛି, ତେବେ ଏହାର ଅର୍ଥ ହେଉଛି ରୁଷିଆର ଯୁଦ୍ଧ ଯୋଜନାରେ ଦଳର ଭୂମିକା ବଢୂଛି। ହ୍ବାଇଟ ହାଉସର ଜାତୀୟ ସୁରକ୍ଷା ପରିଷଦର ମୁଖପାତ୍ର ଜ୍ୟାକ କିର୍ବି ଗୁରୁବାର ଆମେରିକା ସହ ଉପଲବ୍ଧ ସୂଚନାକୁ ଦର୍ଶାଇ କହିଛନ୍ତି ଯେ ଉତ୍ତର କୋରିଆ ୱାଗନର୍‌ ଗ୍ରୁପକୁ ରକେଟ ଏବଂ କ୍ଷେପଣାସ୍ତ୍ର ସମେତ ଅସ୍ତ୍ରଶସ୍ତ୍ରର ଏକ ବହୁ ସାମଗ୍ରୀ ଦେଇଛି।

ଏହା ପରେ ମିଳିତ ଜାତିସଂଘରେ ଆମେରିକାର ରାଷ୍ଟ୍ରଦୂତ ଲିଣ୍ଡା ଥୋମାସ-ଗ୍ରୀନଫିଲ୍ଡ ଅଭିଯୋଗ କରିଛନ୍ତି ଯେ ଜାତିସଂଘ ସୁରକ୍ଷା ପରିଷଦର ସଦସ୍ୟ ହୋଇଥିଲେ ମଧ୍ୟ ରୁଷିା ଉତ୍ତର କୋରିଆରୁ ଅସ୍ତ୍ରଶସ୍ତ୍ର ନେଇ ସୁରକ୍ଷା ପରିଷଦର ପ୍ରତିବନ୍ଧକକୁ ଉଲ୍ଲଂଘନ କରୁଛି। ସେ ଏହାକୁ ରୁଷିଆର ନିନ୍ଦନୀୟ କାର୍ଯ୍ୟ ବୋଲି କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ମନମୋହନ ସିଂଙ୍କ ଦେହାନ୍ତରେ ପାକିସ୍ତାନର ଆସିଲା ପ୍ରଥମ ପ୍ରତିକ୍ରିୟା

ଇସଲାମାବାଦ,୨୭।୧୨: ଇମ୍ରାନ ଖାନଙ୍କ ପାକିସ୍ତାନ ତେହେରିକ-ଇ-ଇନସାଫ (ପିଟିଆଇ) ଦଳର ନେତା ଫୱାଦ ଚୌଧରୀ ପୂର୍ବତନ ଭାରତୀୟ ପ୍ରଧାନମନ୍ତ୍ରୀ ମନମୋହନ ସିଂଙ୍କ ଦେହାନ୍ତରେ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଛନ୍ତି।...

ମନମୋହନଙ୍କ ପରଲୋକରେ ଭାଙ୍ଗିପଡ଼ିଲା ଆମେରିକା

ନୂଆଦିଲ୍ଲୀ,୨୭୧୨: ପୂର୍ବତନ ପ୍ରଧାନମନ୍ତ୍ରୀ ମନମୋହନ ସିଂଙ୍କର ଗୁରୁବାର ରାତିରେ ପରଲୋକ ଘଟିଛି। ମନମୋହନ ଏକାଧାରରେ ଜଣେ ରାଜନେତା, ଅର୍ଥନୀତିଜ୍ଞ ଏବଂ ପ୍ରଶାସକ।ସବୁ ଦଳର ନେତାଙ୍କ ସହ...

ପାକିସ୍ତାନର ଏହି ଗାଁରେ ଜନ୍ମ ନେଇଥିଲେ ମନମୋହନ, ଏବେ ତାଙ୍କ ନାମରେ ନିର୍ମାଣ ହୋଇଛି ସ୍କୁଲ; ପ୍ରଧାନମନ୍ତ୍ରୀ ହେବା ପରେ…

ନୂଆଦିଲ୍ଲୀ,୨୬।୧୨: ଭାରତର ପୂର୍ବତନ ପ୍ରଧାନମନ୍ତ୍ରୀ ମନମୋହନ ସିଂଙ୍କର ୯୨ ବର୍ଷ ବୟସରେ ପରଲୋକ ଘଟିଛି। ଗୁରୁବାର ରାତିରେ ସ୍ବାସ୍ଥ୍ୟାବସ୍ଥା ଖରାପ ହେବା ପରେ ତାଙ୍କୁ ଦିଲ୍ଲୀ...

ଜୀବନ୍ତ ନୋଷ୍ଟ୍ରାଡାମସଙ୍କ ଭବିଷ୍ୟବାଣୀ, ମାତ୍ର କିଛି ମାସ ମଧ୍ୟରେ ଜନ୍ମନେବ ସବୁଠାରୁ ବୁଦ୍ଧିମାନ ବ୍ୟକ୍ତି, ଛୁଇଁପାରିବନି କୌଣସି ରୋଗ!

ବ୍ରାସିଲିଆ,୨୬।୧୨: ୨୦୨୪ ବର୍ଷ ଶେଷ ପାଇଁ କେବଳ ୫ଦିନ ବାକି ଅଛି ଏବଂ ସମଗ୍ର ବିଶ୍ୱରେ ଲୋକମାନେ ନୂତନ ବର୍ଷର ଆଗମନକୁ ଅପେକ୍ଷା କରି ରହିଛନ୍ତି।...

ପାଣି ଉପରେ କବ୍‌ଜା କରିବ ଚାଇନା! ତିବ୍ବତରେ ନିର୍ମାଣ କରିବ ବିଶ୍ୱର ସର୍ବବୃହତ୍ତ ହାଇଡ୍ରୋ ପାଓ୍ବାର ପ୍ରୋଜେକ୍ଟ

ବେଜିଂ/ନୂଆଦିଲ୍ଲୀ,୨୬।୧୨: ଚାଇନା ବିଶ୍ୱର ବୃହତ୍ତମ ଜଳ ବିଦ୍ୟୁତ ବନ୍ଧ ବା ହାଇଡ୍ରୋପାଓ୍ବାର ପ୍ରକଳ୍ପକୁ ଅନୁମୋଦନ କରିଛି। ଏହି ବନ୍ଧଟି ତିବ୍ଦତୀୟ ମାଳଭୂମିର ପୂର୍ବ ଭାଗରେ ନିର୍ମାଣ...

କ୍ରିସ୍‌ମସ୍‌ରେ ବି ଛାଡ଼ିଲାନି ରୁଷିଆ

କିଭ୍‌,୨୬ା୧୨: ଧରାପୃଷ୍ଠରେ ଯୀଶୁଙ୍କ ଅବତରଣକୁ ନେଇ ବୁଧବାର ବିଶ୍ୱବାସୀ କ୍ରିସ୍‌ମସ ପାଳନରେ ମସ୍‌ଗୁଲ ଥିବାବେଳେ ୟୁକ୍ରେନ୍‌ ଉପରେ ଘନ ଘନ ଆକ୍ରମଣ କରିଛି ରୁଷିଆ। ୟୁକ୍ରେନ୍‌ର...

ପଡ଼ୋଶୀ ଆଫଗାନିସ୍ତାନ ଉପରେ ପାକିସ୍ତାନର ଏୟାର ଷ୍ଟ୍ରାଇକ୍‌: ୪୬ ମୃତ, ଜବାବ ଦିଆଯିବ ବୋଲି କହିଲା…

କାବୁଲ, ୨୫।୧୨: ପାକିସ୍ତାନ ଏହାର ପଡ଼ୋଶୀ ଦେଶ ଆଫଗାନିସ୍ତାନ ଉପରେ କରିଛି ଏୟାର ଷ୍ଟ୍ରାଇକ୍‌। ଦେଶର ପୂର୍ବ ପକ୍ତିକା ରାଜ୍ୟର ବରମଲ ଜିଲାରେ ମଙ୍ଗଳବାର ରାତିରେ...

କାଜାକିସ୍ତାନ ବିମାନ ଦୁର୍ଘଟଣାର ଭୟଙ୍କର ଭିଡିଓ ଆସିଲା ସାମ୍ନାକୁ

ଅସ୍ତାନା,୨୫।୧୨: ଆଜେରବାଇଜାନ ଏୟାରଲାଇନ୍ସର ଏକ ଯାତ୍ରୀବାହୀ ବିମାନ ବୁଧବାର କାଜାକିସ୍ତାନରେ ଦୁର୍ଘଟଣାଗ୍ରସ୍ତ ହୋଇଛି। ଏହି ଦୁର୍ଘଟଣା କାଜାକିସ୍ତାନର ଅକଟାଉ ସହର ନିକଟରେ ଘଟିଛି। ବିମାନଟି ଆଜେରବାଇଜାନରୁ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri